ବାଃ ବାଃରେ ଭାଗ୍ୟ! ଲାଗିଥିଲା ୭୫ ଲକ୍ଷ ଟଙ୍କାର ଲଟେରୀ, ମହିଳା ଅଳିଆ ଭାବି ବାହାରେ ଫୋପାଡ଼ିଦେଲେ, ଜାଣନ୍ତୁ ତାପରେ କଣ ହେଲା ?

ବାସ୍ତବରେ ଅଷ୍ଟ୍ରେଲିଆରେ ରହୁଥିବା ମହିଳାଙ୍କର ଗୋଟିଏ ଲଟେରୀ ଟିକେଟ ଖୋଲି ଯାଇଥିଲା | ତାହା ପୁଣି ୭୫ ଲକ୍ଷ ଟଙ୍କାର ଟିକେଟ ଥିଲା | ମହିଳା ତାକୁ ଅଳିଆ ଭାବିଲେ ଏବଂ ଘରୁ ବାହାରେ ଫିଙ୍ଗିଦେଲେ | କିନ୍ତୁ ଭାଗ୍ୟ ଆଉ କିଛି ଚାହୁଁଥିଲା | ଆସନ୍ତୁ ଜାଣିବା ପ୍ରକୃତରେ ଆଗକୁ ପୁଣି କଣ ହେଲା ?

ବାସ୍ତବରେ ମହିଳା ଜଣକ ଗୋଟିଏ ଲଟେରୀ ଟିକେଟ କିଣିଥିଲେ ଏବଂ ତାର ଦାମ ଥିଲା ୫ ଡଲାର | ଲଟେରୀ ଟିକେଟର ପୁରସ୍କାର ରାଶି ୧ ଲକ୍ଷ ଡଲାର ଅର୍ଥାତ ୭୫ ଲକ୍ଷ ଟଙ୍କା ଥିଲା | ସେ ପ୍ରତ୍ୟେକ ସପ୍ତାହରେ ଗୋଟିଏ ଟିକେଟ କିଣୁଥିଲେ | ଏପରି ସେ ଅନେକ ବର୍ଷ ଧରି କରୁଥିଲେ | ଟିକେଟର ରେଜଲ୍ଟ ଆସିଲା ଏବଂ ସେ ନମ୍ବର ସ୍କ୍ରାଚ କରି ଚେକ କଲେ, ସେତେବେଳେ ସେ ଦୁଃଖିତ ହୋଇଗଲେ | ତାଙ୍କ ନମ୍ବର ଲାଗି ନଥିଲା | ଏହାପରେ ସେ ଗୋଲଡେନ ଏଡିସନ ଟିକେଟକୁ ଅଳିଆ ସହିତ ବାହାରେ ଫିଙ୍ଗି ଦେଲା |

ସ୍ୱାମୀର ପଡିଲା ନଜର ଏବଂ ଖୋଲିଗଲା ଭାଗ୍ୟ :-

ମହିଳା ଟିକେଟକୁ ଅଳିଆ ସହିତ ଫିଙ୍ଗି ନିଜ କାମରେ ଲାଗିଗଲେ | ଏହା ମଧ୍ୟରେ ତାଙ୍କ ସ୍ୱାମୀ ଘରେ ପହଞ୍ଚିଲେ ଏବଂ ତାଙ୍କ ନଜର ଗୋଲଡେନ ଟିକେଟ ଉପରେ ପଡିଗଲା, ସେ ମହିଳାଙ୍କୁ ପଚାରିବାରୁ ସେ କହିଲେ ଯେ ସେ ଟିକେଟ ନମ୍ବର ଚେକ କରିଛନ୍ତି | କିନ୍ତୁ ସ୍ୱାମୀର ମନ ମାନିଲାନାହିଁ ଏବଂ ସେ ଅଳିଆରୁ ଟିକେଟ ଉଠାଇଲେ ଏବଂ ପୁଣିଥରେ ମିଶାଇବା ପାଇଁ କହିଲେ |

ସ୍ୱାମୀ କହିବାପରେ ମହିଳା ଯେତେବେଳେ ପୁଣିଥରେ ନମ୍ବର ମିଶାଇଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ | ଟଙ୍କାର ଲଟେରୀ ଖୋଲି ଯାଇଥିଲା, କିନ୍ତୁ ସେ ଜାଣିନଥିଲେ | ତାଙ୍କୁ ଘରେ ବସି ବସି ୭୫ ଲକ୍ଷ ଟଙ୍କା ମିଳିଯାଇଥିଲା | ପ୍ରଥମଥର ଟିକେଟ ଲାଗିବାପରେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ | ଉଭୟ ସ୍ୱାମୀ ସ୍ତ୍ରୀ ଏତେ ବଡ଼ ରକମ ମିଳିବା ପରେ ଖୁସିରେ ନାଚି ଉଠିଲେ |

ହେଉନାହିଁ ଭାଗ୍ୟ ଉପରେ ବିଶ୍ୱାସ :-

ମହିଳା କହିଛନ୍ତି ଯେ ତାଙ୍କର ଭାଗ୍ୟ ଉପରେ ବିଶ୍ୱାସ ହିଁ ହେଉନାହିଁ | ସେ ଅନେକ ବର୍ଷରୁ ସ୍କ୍ରାଚ କରାଯାଉଥିବା ଟିକେଟ କିଣି ଆସୁଥିଲେ | କେବେ ବି ତାଙ୍କର ଟିକେଟ ଲାଗି ନଥିଲା | ଏହି କାରଣରୁ ସେ ଏଥର ମଧ୍ୟ କେବଳ ସ୍କ୍ରାଚ କରି ଦେଇଥିଲେ | ସେ ନମ୍ବରକୁ ଠିକ ଭାବରେ ଧ୍ୟାନ ମଧ୍ୟ ଦେଇନଥିଲେ | ତାଙ୍କ ଭାଗ୍ୟ ତାଙ୍କ ସାଥ ଦେବ ବୋଲି ସେ ଜାଣିନଥିଲେ |

ମହିଳା ବର୍ତ୍ତମାନ ୭୫ ଲକ୍ଷ ଟଙ୍କା ପାଇଁ ବହୁତ ଖୁସି ଦେଖା ଯାଉଛନ୍ତି | ଏହା ପୂର୍ବରୁ ସେ ପ୍ଲାନ କରିଥିଲେ ଯେ ଏହି ପଇସାରେ ସେ ନିଜ ପାଇଁ କାର କିଣିବେ | ସେହିପରି କିଛି ପଇସାରେ ସେ ନିଜ ପିଲାଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ଯୋଜନା କରୁଛନ୍ତି | ସେ ନିଜ ସ୍ୱାମୀଙ୍କୁ ମଧ୍ୟ ଧନ୍ୟବାଦ ଦେଉଛନ୍ତି, ଯାହାଙ୍କ ସାହାଯ୍ୟ ଦ୍ୱାରା ତାଙ୍କୁ ଏହି ପଇସା ମିଳି ପାରିଲା |

odia sambada
Comments (0)
Add Comment