summer sale ରେ ଶସ୍ତାରେ ମିଳୁଛି apple iPhone 13, ଗ୍ରାହକଙ୍କୁ ମିଳିବ ବଡ଼ ଡିସକାଉଣ୍ଟ

ମାର୍କେଟ ରେ ସ୍ମାର୍ଟଫୋନ୍ ର ଚାହିଦା ଅଧିକ ରହିଛି।ଆଜିକାଲି ପିଲା ଠାରୁ ବୁଢା ପର୍ୟ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ୍ ବ୍ଯବହାର କରୁଛନ୍ତି। ସମସ୍ତଙ୍କ ମନରେ ଇଚ୍ଛା ଥାଏ, ଭଲ ସ୍ମାର୍ଟଫୋନ୍ କିଣିବା।ତେବେ ଅନେକ ଆଇଫୋନ ଓ ଆଣ୍ଡ୍ରଏଡ ବ୍ଯବହାର କରୁଥିବେ।ତେବେ ଆଇଫୋନ ବ୍ଯବହାର କରିବା ଅନେକ ଲୋକଙ୍କର ସଉକ ଥାଏ, ଆଉ ଏହା ଅନ୍ୟ ବ୍ରାଣ୍ଡ ଠାରୁ ଅଧିକ ଚାହିଦା ଅଟେ।ଆଇଫୋନ୍ 13 ରେ ସବୁଠୁ ବଡ ଡିସକାଉଣ୍ଟ ରହିଛି ।

କିଛି ଦିନ ପୂର୍ବରୁ, ଆପଲ୍ ଆଇଫୋନ୍ 13 କୁ ଆମାଜନ୍ ଇଣ୍ଡିଆରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଆମାଜନ ଇଣ୍ଡିଆ summer sale ଆରମ୍ଭ ହୋଇଥିବାରୁ ଆଇଫୋନ୍ 13 କୁ ଅଧିକ ଡିସକାଉଣ୍ଟ ମିଳିଛି।ସାଧାରଣତ ଭାରତରେ ଆଇଫୋନ୍ 13 128 ଜିବି ଟି ୭୯,୯୯୦ ଟଙ୍କା ରହିଥାଏ, ତଥାପି ଏହା ୧୨,୦୦୦ ଟଙ୍କା ଡିସକାଉଣ୍ଟ ସହିତ ୬୭,୯୯୦ ଟଙ୍କାରେ ବିକ୍ରି ହେଉଛି ।

128 ଜିବି ମଡେଲ ପରି ଆଇଫୋନ୍ 13 256 ଜିବି ଏବଂ 512 ଜିବି ମଡେଲର ମୂଲ୍ୟ ମଧ୍ୟ ପ୍ରାୟ ୧୦,୦୦୦ ଟଙ୍କା ହ୍ରାସ କରାଯାଇ ଯଥାକ୍ରମେ ୭୮,୪୯୦ ଏବଂ ୯୯,୯୯୦ ଟଙ୍କା ହୋଇଯାଇଛି। ପ୍ରଥମ ଥର ପାଇଁ ଆଇଫୋନ୍ ୟୁଜର୍ସମାନଙ୍କୁ ଆପଲ୍ 20W USB-C ପାୱାର ଆଡାପ୍ଟର ପାଇଁ ୧,୮୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।ଏହି ଫୋନ୍ 6.32-ଇଞ୍ଚ ସୁପର ରେଟିନା XDR OLED ସ୍କ୍ରିନ ଅଛି ଯାହାକି 2532 × 1170p ରେଜୋଲୁସନ ଏବଂ 460ppi ପିକ୍ସେଲ ଡେନସିଟି ସହିତ ରହିଥାଏ ।

ଏହା A15 Bionic ଚିପସେଟ ଦ୍ୱାରା ଚାଳିତ ଏବଂ ଏଥିରେ 4GB RAM ଅଛି । ଏଥିରେ 128 ଜିବି, 256 ଜିବି ଏବଂ 512 ଜିବି ଷ୍ଟୋରେଜ ରହିଚି ଓ 3,240mAh ବ୍ୟାଟେରୀ ମଧ୍ୟ ରହିଛି। କ୍ୟାମେରା କଥା କହିବାକୁ ଗଲେ ଆଇଫୋନ୍ 13ରେ 12 ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, 12 ମେଗାପିକ୍ସେଲ ଅଲଟ୍ରାୱାଇଡ୍ ସେନ୍ସର ସହିତ ରହିଥାଏ । ଆଗରେ, ସେଲଫି ଏବଂ ଫେସ୍ ଟାଇମ୍ ପାଇଁ ଏହାର 12 ମେଗାପିକ୍ସେଲ ସେନ୍ସର ଅଛି ।

odia sambada
Comments (0)
Add Comment