ଟ୍ରେନ କୁ ଛିଡା କରି ମଦ ପିଇବାକୁ ଚାଲିଗଲେ ଡ୍ରାଇଭର, ଘଣ୍ଟା ଘଣ୍ଟା କାଳ ବସି ରହିଲେ ଯାତ୍ରୀ

ଅନେକ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ ଯାହାକୁ କି ଆମେ ଏତେ ସହଜରେ ବିଶ୍ୱାସ କରି ପାରିନଥାଉ ହେଲେ ପ୍ରକୃତରେ ତାହା ଘଟିଥାଏ। ବହୁ ସମୟରେ ଲୋକମାନଙ୍କର ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ବିଶ୍ୱାସ ହୋଇନଥାଏ। ମଦ ପିଇବା ପାଇଁ ଟ୍ରେନ ଛିଡ଼ା କରି ଚାଲିଗଲେ ଚାଳକ। ଗ୍ରୀନ ସିଗନାଲ ସତ୍ତ୍ବେ ଘଣ୍ଟା ଘଣ୍ଟା ଧରି ଅଟକି ରହିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବିହାରର ସମସ୍ତିପୁର ରେଳ ବିଭାଗର ହସନପୁର ଷ୍ଟେସନରେ। ଏହି ଘଟଣା ପାଇଁ ଏବେ ଚାଳକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ରାଜଧାନୀ ଏକ୍ସପ୍ରେସକୁ ପ୍ରଥମେ ଯିବାକୁ ଅନୁମତି ଦେବା ପାଇଁ ସମସ୍ତିପୁରରୁ ସାହାର୍ସାକୁ ଯାଉଥିବା ଯାତ୍ରୀବାହୀ ଟ୍ରେନ୍ କିଛି ସମୟ ପାଇଁ ହସନପୁର ଷ୍ଟେସନରେ ଅଟକି ରହିଥିଲା। ଏହି ସମୟରେ ଟ୍ରେନର ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ (ଏଏଲପି) କରଣବୀର ଯାଦବ ଟ୍ରେନରୁ ଓହ୍ଲାଇ କେଉଁଆଡେ ଉଭାନ ହୋଇଯାଇଥିଲେ।

ସିଗନାଲ ଗ୍ରୀନ ହେବା ପରେ ମଧ୍ୟ ଟ୍ରେନ୍ ଆଗକୁ ନଯିିବା ପରେ ଆସିଷ୍ଟାଣ୍ଟ ଷ୍ଟେସନ୍ ମାଷ୍ଟର ଏହାର ଯାଞ୍ଚ କରିଥିଲେ। ଟ୍ରେନ ଆଗକୁ ବଢ଼ିବାରେ ବିଳମ୍ବ ହେବାରୁ ଯାତ୍ରୀମାନେ ମଧ୍ୟ ହଙ୍ଗାମା କରିବା ଆରମ୍ଭ କରିଦେଇଥିଲେ।ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କୁ ଖୋଜାଯିବା ପରେ ସେ ପାଖ ମା‌େର୍କେଟରୁ ନିଶାଶକ୍ତ ଅବସ୍ଥାରେ ମିଳିଥିଲେ। ଛିଡ଼ା ହେବା ପାଇଁ ମଧ୍ୟ ସେ ସକ୍ଷମ ନଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ଏବେ ଡିଭିଜନାଲ ରେଲୱେ ମ୍ୟାନେଜର ଆଲୋକ ଅଗ୍ରୱାଲ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

odia sambada
Comments (0)
Add Comment