ଦୀର୍ଘ 15 ବର୍ଷ ଧରି ନିଜ ତିନି ପ୍ରେମିକାଙ୍କ ସହିତ ଲିଭ ଇନ ରିଲେଶନସିପରେ ରହି ଆସୁଥିଲା ଯୁବକ, ଶେଷରେ କଲେ ବିବାହ ଓ ବିବାହରେ ତାଙ୍କ ପିଲାମାନେ ମଧ୍ୟ ସାମିଲ

ଜୀବନ କେତେ ରଙ୍ଗୀନ ଅଟେ ଏହାକୁ ମଧ୍ୟପ୍ରଦେଶର ସମର୍ଥ ମୌର୍ଯ୍ୟଙ୍କ ଠାରୁ ଅଧିକ ବା କିଏ ଜାଣେ। ଦୀର୍ଘ 15 ବର୍ଷ ଧରି ନିଜର ତିନି ପ୍ରେମିକାଙ୍କ ସହିତ ଲିଭ ଇନ ରିଲେଶନସିପରେ ରହିବାପରେ ଶେଷରେ ସେ ତିନି ପ୍ରେମିକାଙ୍କୁ ବିବାହ କରିଛନ୍ତି। ମଜାର ବିଷୟ ଏହାକି ଯେ, ତିନି ପ୍ରେମିକାଙ୍କ ଠାରୁ ସେମାନଙ୍କର ଛଅ ଜଣ ସନ୍ତାନ ରହିଛନ୍ତି।

ଅଲଗା ଅଲଗା ସମୟରେ ତିନିଜଣ ପ୍ରେମିକାଙ୍କ ସହିତ ହେଲା ପ୍ରେମ:-

ସମର୍ଥ ମୌର୍ଯ୍ୟ (35)ବର୍ଷ ମଧ୍ୟପ୍ରଦେଶର ଅଲ୍ଲୀରାଜପୁର ଜିଲ୍ଲାରେ ନାନପୁର ଗ୍ରାମର ପୂର୍ବ ସରପଞ୍ଚ ଅଟନ୍ତି। ଆଦିବାସୀ ସମ୍ପ୍ରଦାୟର ସମର୍ଥଙ୍କୁ ଅଲଗା ଅଲଗା ସମୟରେ ତିନିଜଣ ମହିଳାଙ୍କ ସହିତ ପ୍ରେମ ହୋଇଥିଲା। ସେ ତିନିଜଣଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ପରିବାରର ଆର୍ଥିକ ସଠିକ ନଥିବାରୁ ସେ କରିପାରୁନଥିଲେ। ଏଥିପାଇଁ ସେ ତିନିଜଣ ପ୍ରେମିକା ନାନବାଇ, ମେଲା ଓ ସକରୀଙ୍କ ସହିତ ଲିଭ ଇନ ରିଲେଶନସିପରେ ରହୁଥିଲା।

ବିନା ବିବାହରେ ଜନ୍ମ କଲେ ପିଲା:-

ଏହାମଧ୍ୟରେ ତାଙ୍କୁ ତିନି ପ୍ରେମିକାଙ୍କ ଠାରୁ 6 ଜଣ ସନ୍ତାନ ଜନ୍ମ ହୋଇଥିଲେ। ଆଦିବାସୀ ଭିଲାଲା ସମୁଦାୟରୁ ଆସିଥିବା ସମର୍ଥ ମୌର୍ଯ୍ୟଙ୍କୁ ସମାଜ ନିୟମ ଅନୁସାରେ ତାଙ୍କୁ ସବୁ ତ ଛାଡ଼ ଥିଲା କିନ୍ତୁ ସେ କୌଣସି ଶୁଭ କାମରେ ଯୋଗ ଦେଇ ପାରୁନଥିଲେ। ଏହି କାରଣ ପାଇଁ ଦୀର୍ଘ 15 ବର୍ଷ ହେବ ସେ କୌଣସି ମାଙ୍ଗଳିକ କାମରେ ଯୋଗ ଦେଉନଥିଲେ।

15 ବର୍ଷ ପରେ କଲେ ବିବାହ:

ଏହି କାରଣ ପାଇଁ ସମର୍ଥ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ତାଙ୍କର ଏହି ବିବାହରେ ତାଙ୍କ ପିଲା ଓ କୁଟୁମ୍ବ ବର୍ଗ ସାମିଲ ଥିଲେ। ସମ୍ବିଧାନ ନିୟମ ମୁତାବିକ ଆଦିବାସୀ ଲୋକଙ୍କୁ ନିଜର ରୀତିନୀତି ପାଳିବାରେ ଛାଡ଼ ରହିଛି ଓ ଏହି ବିବାହକୁ ମଧ୍ୟ ଆଇନଗତ ମାନାଯିବ।

ବିବାହ ପରେ ଖୁସି ହୋଇ ସମର୍ଥ କହିଥିଲେ କି, ଏବେ ସେ ନିଜ ପରିବାରର ମାଙ୍ଗଳିକ କାମରେ ଯୋଗ ଦେଇପାରିବେ। ବିବାହ ପରେ ତାଙ୍କ ପିଲା ଓ ପତ୍ନୀ ମାନଙ୍କ ଉପରୁ ବଡ଼ ବୋଝ ଉଠିଗଲା।

odia sambada
Comments (0)
Add Comment