ଫ୍ରିରେ ଲଗାନ୍ତୁ ସୋଲାର ପ୍ଲାଣ୍ଟ, ଲାଇନ୍ ବିଲ ଖର୍ଚ୍ଚରୁ ପାଇବେ ମୁକ୍ତି, ଜାଣନ୍ତୁ କଣ କରିବାକୁ ପଡ଼ିବ ?

Free Solar Panel Yojana : ସରକାରଙ୍କ ଦ୍ଵାରା ସୋଲାର ପ୍ଲାଣ୍ଟକୁ ନେଇ ଲାଭ ଦିଆଯାଉଛି । ଯଦି ଆପଣ ମଧ୍ୟ ସୋଲାର ପ୍ଲାଣ୍ଟ ଲଗାଇବା ପାଇଁ ଚାହୁଁଛନ୍ତି, ତେବେ ସରକାର ଦ୍ଵାରା ଦିଆଯାଉଥିବା ଯୋଜନାର ଲାଭ ନେଇପାରିବେ । ନିଜ ଘରେ ବହୁତ୍ ଶସ୍ତା ଦାମରେ ସୋଲାର ପ୍ଲାଣ୍ଟ ଲଗାଇପାରିବେ । ବାସ୍ତବରେ ସରକାର ଆପଣଙ୍କୁ ପ୍ଲାଣ୍ଟ ଲଗାଇବା ପାଇଁ ସବ୍ସିଡି ଦେବେ ।

ଆପଣଙ୍କୁ କହିରଖୁଛୁ ଯେ ଆପଣଙ୍କ ଦ୍ଵାରା ଇନ୍ଷ୍ଟଲ କରାଯାଉଥିବା ସୋଲାର ପ୍ଲାଣ୍ଟର ସାଇଜକୁ ନେଇ ସରକାରଙ୍କ ଦ୍ଵାରା ଦିଆଯାଉଥିବା ସବ୍ସିଡି ନିର୍ଭର କରେ । ଯଦି ଆପଣ ବଡ ପ୍ଲାଣ୍ଟ ଲଗାନ୍ତି, ତେବେ ଆପଣଙ୍କୁ ଅଧିକ ସବ୍ସିଡି ମିଳିବ, ଛୋଟ ପ୍ଲାଣ୍ଟ ଉପରେ କମ୍ ସବ୍ସିଡି ମିଳିବ ।

ସୋଲାର ପ୍ଲାଣ୍ଟ ଲଗାଇବା ପାଇଁ ଗୋଟିଏ ସୋଲାର ଇନଭର୍ଟର, ସୋଲାର ବ୍ୟାଟେରୀ, ସୋଲାର ପ୍ୟାନେଲ ସବୁଠାରୁ ଜରୁରୀ ଜିନିଷ ଅଟେ । ଏହାସହିତ ୱାୟର ଫିକ୍ସିଙ୍ଗ, ଷ୍ଟାଣ୍ଡ ଇତ୍ୟାଦିର ଖର୍ଚ୍ଚ ହୋଇଥାଏ, ଯାହା ଉପରେ ଅତିରିକ୍ତ ପଇସା ଦେବାକୁ ପଡିଥାଏ । ଏହିପରି ଏସବୁ ଜିନିଷକୁ ମିଶାଇ ଆମେ ଖର୍ଚ୍ଚ ବାହାର କରିପାରିବା ।

ସୋଲାର ପ୍ଲାଣ୍ଟର ପ୍ରକାର :-

ଯେକୌଣସି ସୋଲାର ପ୍ଲାଣ୍ଟ ତିନି ପ୍ରକାରର ହୋଇପାରେ ।

1. ଅଫ ଗ୍ରିଡ – ଯାହା ଡାଇରେକ୍ଟ ପାୱାର ସପ୍ଲାଇ କରିଥାଏ ।

2. ହାଇବ୍ରିଡ – ଯାହା ଅଫ ଗ୍ରିଡ ଏବଂ ଅନ ଗ୍ରିଡ ଉଭୟର କମ୍ବିନେଶନ ହୋଇଥାଏ ।

3. ଅନ ଗ୍ରିଡ – ଯାହା ଇଲେକ୍ଟ୍ରିସିଟିକୁ ସେଭ୍ କରିନିଏ ଏବଂ ଆବଶ୍ୟକତା ସମୟରେ କାମରେ ଆସେ ।

ଏହିପରି ଯଦି ଆପଣ ସୋଲାର ପ୍ଲାଣ୍ଟ ସିଷ୍ଟମ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ତଳେ ଦିଆଯାଇଥିବା ଟୋଟାଲ ଖର୍ଚ୍ଚ ଦେଖିବାକୁ ପଡ଼ିବ ।

କମ ଖର୍ଚ୍ଚ ବାଲା ସୋଲାର ସିଷ୍ଟମ :-

ସୋଲାର ଇନଭର୍ଟର = 35,000 ଟଙ୍କା (PWM)
ସୋଲାର ବ୍ୟାଟେରୀ = 60,000 ଟଙ୍କା (150 Ah)
ସୋଲାର ପ୍ୟାନେଲ = 1,00,000 ଟଙ୍କା (Poly)
ଅତିରିକ୍ତ ଖର୍ଚ୍ଚ = 35,000 ଟଙ୍କା (Wiring, Stand, Etc.)

ମୋଟ ଖର୍ଚ୍ଚ = 2,30,000 ଟଙ୍କା

Free Solar Panel Yojana ପାଇଁ ଏହିପରି କରନ୍ତୁ ଆବେଦନ :-

ଆପଣ ଏଥିପାଇଁ ସରକାରଙ୍କ ଅଫିସିଆଲ୍ ୱେବସାଇଟ mnre.gov.in କୁ ଯାଆନ୍ତୁ । ଏଠାରେ ଆପଣ ଆହୁରି ଅଧିକ ସୂଚନା ପାଇପାରିବେ । ଏହାବ୍ୟତୀତ ଆପଣ ସୋଲାର ପ୍ଲାଣ୍ଟ ଲଗାଇଥିବା କମ୍ପାନୀ ସହ ଯୋଗାଯୋଗ କରି ସୂଚନା ନେଇପାରିବେ । ଏହାବ୍ୟତୀତ ଯଦି ଆପଣ ଚାହିଁବେ, ତେବେ ସରକାରଙ୍କ ହେଲ୍ପଲାଇନ ନମ୍ୱର୍ 011-2436-0707 କିମ୍ବା 011-2436-0404 ରେ ଯୋଗାଯୋଗ କରି ମଧ୍ୟ ସୂଚନା ନେଇପାରିବେ ।

odia sambada
Comments (0)
Add Comment