ମାର୍କେଟକୁ ଆସିଲା NOKIA ର ଶାନଦାର ସ୍ମାର୍ଟଫୋନ, ମୋବାଇଲର ଦାମ 6 ହଜାର ଟଙ୍କା ଓ ଦୀର୍ଘ ଦୁଇଦିନ ଧରି ଚାର୍ଜ ରଖୁଛି। ଜାଣନ୍ତୁ ଏହାର ଫିଚର୍ସ

ଜାନୁଆରୀ ମାସରେ ଆୟୋଜିତ ହୋଇଥିବା CES 2022 ଇଭେଣ୍ଟରେ ନୋକିଆ ଏକ ଏଣ୍ଟ୍ରି ଲେଭେଲ ସ୍ମାର୍ଟଫୋନ Nokia C200 ସ୍ମାର୍ଟଫୋନ ଘୋଷଣା କରିଛନ୍ତି। ଏବେ ଏହି ସ୍ମାର୍ଟଫୋନ ଅଧିକାରୀକ ରୂପରେ ୟୁଏସ ବଜେଟ ଦରରେ କିଣିବାକୁ ଉପଲବ୍ଧ ହୋଇସାରିଛି।। ଡିଭାଇସରେ ଏକ ଭି ନଚ ଡିସପ୍ଲେ, ଆଣ୍ଡ୍ରୋଏଡ଼ 12 ଓଏସ ଓ ଏକ ବଡ଼ ବ୍ୟାଟେରୀ ସହିତ ଆସିଥାଏ ଯାହାକି ଦୁଇଦିନର ବ୍ୟାଟେରୀ ଲାଇଫ ପ୍ରଦାନ କରିଥାଏ। ନୋକିଆ C200 ର ଦର 79.99 ଡ଼ଲାର ପାଖାପାଖି 6200 ଟଙ୍କା ରହିଛି ଓ ଏହା 3GB ରାମ ଓ 32 GB ଷ୍ଟୋରେଜ ବିକଳ୍ପରେ ଆସିଥାଏ। ଏହା ଏକ ପ୍ରିପେଡ଼ ଫୋନ ଅଟେ ଯାହାକି TracFone ନେଟୱର୍କରେ ଲକ ରହିଛି ଓ ବର୍ତ୍ତମାନ ୟୁଏସରେ ଲିଷ୍ଟେଡ଼ ରହିଛି।

ଏହି ଦରରେ ନୋକିଆର ଏହି ମୋବାଇଲ ଆମେରିକାରେ ସବୁଠାରୁ ଶସ୍ତା ଆଣ୍ଡ୍ରୋଏଡ଼ 12 ଭାବରେ ସାମିଲ ହୋଇଛି। କିଣିବା ସମୟରେ ଭୁଲନ୍ତୁ ନାହିଁ ଯେ ଏହା ଏକ ପ୍ରିପେଡ଼ ମଡ଼େଲ ଅଟେ। Nokia C200 720 x 1560 ପିକ୍ସେଲର ଏଚଡ଼ି+ ରିଜଲୁସନ ସହିତ 6.1 ଇଞ୍ଚର LCD ଡ଼ିସପ୍ଲେ ପ୍ରଦାନ କରିଥାଏ।

ନୋକିଆ C200 କ୍ୟାମେରା:-

ଏହା ଏକ ଧ୍ୟାନ ଦେବାର ବିଷୟ ଏହାକି ଯେ, ନୋକିଆର ଏହି ମଡେଲରେ ଭି ନଚ କ୍ୟାମେରା ରହୁଥିବା ବେଳେ 13MP ର ରିଅର କ୍ୟାମେରା ଓ 8MP ର ଫ୍ରଣ୍ଟ କ୍ୟାମେରା ମଧ୍ୟ ଆସୁଛି।

Nokia C200 Battery:-

ହୁଡ଼ ଅନ୍ତର୍ଗତ ଏହା ଏକ ଅଜ୍ଞାତ କ୍ବାଡ଼ କୋର ପ୍ରୋସେସର ଦ୍ୱାରା ସଂଚାଳିତ ଅଟେ ଓ ଏଥିରେ 3GB/32GB କଂଫିଗୁରେସନ ରହିଛି। ଏହା ବୋଧହୁଏ MediaTek Helio A22 ଚିପସେଟ ସହିତ ରହିଛି। ଏହାସହ ମୋବାଇଲରେ 4000mah ବ୍ୟାଟେରୀ ରହିଛି ଯାହାକୁ ଦୁଇଦିନ ପର୍ଯ୍ୟନ୍ତ ଚାର୍ଜ ରଖିବ। ମୋବାଇଲରେ ୱାଟର ଓ ଡ଼ଷ୍ଟ ରେଜିଷ୍ଟାନ୍ସ ପାଇଁ IP52 ରେଟିଂ ରହିଛି।

odia sambada
Comments (0)
Add Comment