ଅକ୍ଷୟ ତୃତୀୟାରେ ସୁନାର ଦାମ ବହୁତ ମାତ୍ରାରେ ହ୍ରାସ ପାଇଛି। ଭାଙ୍ଗିଲା ଦୀର୍ଘ 2 ମାସର ରେକର୍ଡ଼

ଅକ୍ଷୟ ତୃତୀୟାରେ ସୁନା ଓ ଚାନ୍ଦିକୁ କିଣିବା ଶୁଭ ମାନାଯାଇଥାଏ। ଏହି ମୌକାରେ ସୁନାର ବିକ୍ରି ବଢ଼ିବା କାରଣରୁ ଦାମରେ ମଧ୍ୟ ବୃଦ୍ଧି ହୋଇଥାଏ। କିନ୍ତୁ ଏଥର ଅକ୍ଷୟ ତୃତୀୟାରେ ସୁନାର ଦାମ ହ୍ରାସ ସେଖିବାକୁ ମିଳିଛି। ଏହା ଲଗାତାର ତୃତୀୟ ଥର ଅଟେ ଯେବେକି ସୁନା ଓ ଚାନ୍ଦି ଦରରେ ହ୍ରାସ ଦେଖିବାକୁ ମିଳିଛି।

ଚାନ୍ଦିରେ 2.14 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି:-

MCX ରେ ସୁନାର ଦାମ ମଙ୍ଗଳବାର ଦିନ 2.13 ପ୍ରତିଶତ କମି 50,650 ଟଙ୍କା ପ୍ରତି 10 ଗ୍ରାମକୁ ଚାଲିଆସିଛି। ସେହିପରି ଚାନ୍ଦି ଦରରେ ମଧ୍ୟ 2.14 ପ୍ରତିଶତ ଭାରି ହ୍ରାସ ଦେଖିବାକୁ ମିଳିଛି। ଚାନ୍ଦିର ଦାମ ହ୍ରାସ ହୋଇ 62,970 ଟଙ୍କା ପ୍ରତି କିଲୋଗ୍ରାମ ହୋଇଯାଇଛି।

24 କ୍ୟାରେଟ ବାଲା ସୁନାର ଦାମ:-

ଖବର ଲେଖାଯିବା ପର୍ଯ୍ୟନ୍ତ IBJA ୱେବସାଇଟରେ ଅକ୍ଷୟ ତୃତୀୟା ମୌକାରେ ରେଟ ଜାରି କରାଯାଇ ନଥିଲା। ଏମିତିରେ ସୁନାର ଦାମ ମେ 2 ରେ ବନ୍ଦ ହୋଇ ଏହା ପରବର୍ତ୍ତୀ ସମୟରେ ବଜାର ଦରରେ ହିଁ ରହିଥିଲା। ମେ 2 ତାରିଖରେ 24 କ୍ୟାରେଟ ବାଲା ସୁନାର ଦାମ ହ୍ରାସ ପାଇ 51336 ଟଙ୍କା ପ୍ରତି 10 ଗ୍ରାମରେ ବନ୍ଦ ହୋଇଥିଲା। ଏହାସହ 22 କ୍ୟାରେଟ ସୁନା 51130 ଓ 20 କ୍ୟାରେଟ ଗୋଲଡ଼ 47024 ଟଙ୍କା ପ୍ରତି 10 ଗ୍ରାମ ବିକ୍ରି ହେଉଛି।

ଭାଙ୍ଗିଲା ଦୁଇମାସର ରେକର୍ଡ଼:-

999 ଶୁଦ୍ଧ ଚାନ୍ଦି 62950 କିଲୋଗ୍ରାମରେ ପହଞ୍ଚି ସାରିଛି। ଆପଣଙ୍କୁ ଜଣାଇଦେଉଛୁ କି, ସୁନାର ଦର ବିଗତ ଦୁଇମାସର ରେକର୍ଡ଼ ଭାଙ୍ଗି ଦେଇଛି। IBJA ରିପୋର୍ଟ ଅନୁସାରେ ଫେବ୍ରୁଆରୀ 28 ତାରିଖ 2022 କୁ ସୁନାର ଦର 50696 ଟଙ୍କା ପ୍ରତି 10 ଗ୍ରାମ ଥିଲା। ଫେବ୍ରୁଆରୀ 28 ତାରିଖ ପରେ ସୁନା ଦରରେ ବୃଦ୍ଧି ଦେଖିବାକୁ ମିଳିଥିଲା।

ସୁନା-ଚାନ୍ଦି ଦର ହ୍ରାସ ପାଇବାର କାରଣ:-

ଲଗାତାର ବଢ଼ୁଥିବା ମହଙ୍ଗାଇକୁ ରୋକିବାପାଇଁ ଫେଡେରାଲ ରିଜର୍ଭ ତରଫରୁ ସୁଧ ଦରରେ ବୃଦ୍ଧିର ଆଶଙ୍କା ରହିଛି। ଏହି କାରଣରୁ ବଜାରରେ ଚାପ ପଡ଼ିଛି। ସୂଚନାଧିକାରୀଙ୍କ ମୁତାବିକ, ସୁଧ ଦରରେ 50 ବେସିସ ପଏଣ୍ଟର ବୃଦ୍ଧି ହୋଇଯିବ।

କେମିତି ଚେକ କରିବା ସୁନା-ଚାନ୍ଦିର ଦର ?:-

ସୁନା ଓ ଚାନ୍ଦିର ଲେଟେଷ୍ଟ ରେଟ ଜାଣିବାପାଇଁ ଆପଣ 8955664433 ନମ୍ବରରେ ମିସ କଲ କରିପାରିବେ। ଏହାପରେ ଆପଣଙ୍କ ଫୋନକୁ ଆସୁଥିବା ମେସେଜରେ ଆପଣ ଲେଟେଷ୍ଟ ରେଟ ଚେକ କରିପାରିବେ। ଆପଣଙ୍କୁ ଜଣାଇଦେଉଛୁ କି, IBJA ରେ ଜାରି ହୋଇଥିବା ରେଟ ବ୍ୟତୀତ ଆପଣଙ୍କୁ GST ମଧ୍ୟ ଦେବାକୁ ହୋଇଥାଏ।

odia sambada
Comments (0)
Add Comment