ସୁପ୍ରିମକୋର୍ଟ ଜାରି କଲେ ନିଜର ବୟାନ: କାହାକୁ ଜବରଦସ୍ତ ଆପଣ ଭ୍ୟାକ୍ସିନ ଲଗାଇ ପାରିବେନାହିଁ। ଜାଣନ୍ତୁ ଆଉ କଣ କହିଲେ ସୁପ୍ରିମକୋର୍ଟ

ଦେଶରେ କରୋନାର ମାମଲା ଆଉଥରେ ପୁଣି ବଢ଼ିବାରେ ଲାଗିଛି। ଏହାମଧ୍ୟରେ କରୋନା ମହାମାରୀ ଉପରେ ନିଜର ବୟାନ ଦେଇ ସୁପ୍ରିମକୋର୍ଟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିବା ସହିତ ଏହାମଧ୍ୟ କହିଛନ୍ତି କି, କୌଣସି ବ୍ୟକ୍ତିକୁ ଆପଣ ଜବରଦସ୍ତି କରି ଟୀକା ଲଗାଇ ପାରିବେନାହିଁ। କୋର୍ଟର କହିବାହେଲା ଏହା ବୈଜ୍ଞାନିକ ସାକ୍ଷ ଉପରେ ଆଧାରିତ ଅଟେ ଓ କାହାକୁ ଟୀକା ଲଗାଇବାକୁ ବାଧ୍ୟ କରାଯାଇ ପାରିବନାହିଁ।

ସୁପ୍ରିମକୋର୍ଟ ଏହିକଥାକୁ ନେଇ ନାରାଜ ହୋଇଥିଲେ କି, କିଛି ରାଜ୍ୟ ସରକାର କିଛି ସାର୍ବଜନିକ ସ୍ଥାନରେ ଭ୍ୟାକ୍ସିନ ଲଗାଇନଥିବା ବ୍ୟକ୍ତିଙ୍କୁ ଯିବାକୁ ରୋକ ଲଗାଇଛନ୍ତି। ନ୍ୟାୟାଳୟ ଏହାକୁ ଅନୁଚିତ ବତାଇଛନ୍ତି। ଏହାସହ ରାଜ୍ୟ ଗୁଡ଼ିକୁ ଏମିତି ପ୍ରତିବନ୍ଧକ ହଟାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହାସହ କୋର୍ଟ କହିଥିଲେ ସରକାର ନୀତି ବନାଇ ପାରନ୍ତି ଓ ଜନତାଙ୍କ ମଙ୍ଗଳ ପାଇଁ କିଛି ସର୍ତ୍ତ ମଧ୍ୟ ରଖିପାରନ୍ତି।

ଭ୍ୟାକ୍ସିନ ନୀତି ମନ ମୁତାବିକ ଓ ଅନୁଚିତ ନୁହେଁ:-

ନ୍ୟାୟମୂର୍ତି ଏଲ ନାଗେଶ୍ବର ରାଓ ଓ ନ୍ୟାୟମୂର୍ତୀ ବି ଆର ଗବଇଙ୍କ କହିଥିଲେ କି, ସମ୍ବିଧାନର ଅନୁଛେଦ 21 ରେ ଲେଖାଅଛି କି, ଶାରିରୀକ ସ୍ୱାୟତତା ଓ ଅଖଣ୍ଡତାର ରକ୍ଷା କରାଯାଇଥାଏ। ଶୀର୍ଷ ଅଦାଲତ କହିବା ହେଲା ବର୍ତ୍ତମାନ କୋଭିଡ଼-19 ଭ୍ୟାକ୍ସିନ ନୀତିକୁ ସ୍ପଷ୍ଟ ରୂପରେ ମନମାନି ଓ ଅନୁଚିତ କୁହାଯାଇ ପାରିବନାହିଁ।

ପିଠଙ୍କ କହିବାହେଲା ସଂଖ୍ୟା କମ ହେବାପର୍ଯ୍ୟନ୍ତ ଆମେ ପ୍ରସ୍ତାବ ଦେଉଛୁ କି, ସମ୍ବନ୍ଧିତ ଆଦେଶର ପାଳନ କରାଯାଉ ଓ ଟୀକାକରଣ କରୁନଥିବା ବ୍ୟକ୍ତିଙ୍କୁ ସାର୍ବଜନିକ ସ୍ଥାନକୁ ଯିବାକୁ ମଧ୍ୟ ଅନୁମତି ମିଳୁ। ଯଦି କୌଣସି ପ୍ରତିବନ୍ଧକ ଲାଗିଛି ତାହେଲେ ଏହାକୁ ହଟାଯାଉ।

ଅନୁମାନ ଜାରି କରିବାକୁ ଆଦେଶ:-

କରୋନା ଟୀକା ଲଗାଇବା ଦ୍ୱାରା କେଉଁଭଳି ଭାବରେ କଣ ପରିଣାମ ସୃଷ୍ଟି ହେଉଛି ଏହାର ରିପୋର୍ଟ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସାର୍ଵଜନିକ କରିବାକୁ କହିଛନ୍ତି। ଏହାସହ କ୍ଲିନିକାଲ ଟ୍ରାୟଲ ଡାଟା ମଧ୍ୟ ସରକାରଙ୍କୁ ଜାରି କରିବାର ଆଦେଶ ମଧ୍ୟ ଦେଇଛନ୍ତି। ଉଚ୍ଚତମ ନ୍ୟାୟାଳୟର କହିବା କଥା ହେଲା ପିଲାମାନଙ୍କୁ ଟୀକା ଲଗାଇବାର ନିର୍ଣ୍ଣୟ ଜାଗୃକତାର ସହିତ ଓ ଅନ୍ତରାଷ୍ଟ୍ରୀୟ ମାନକ ଅନୁସାରେ ହେବା ଉଚିତ।

ପିଠ ଏହାମଧ୍ୟ କହିଛନ୍ତି କି, ଟୀକାକରଣ ପରେ ଏହାର ଆନୁମାନିକ ଓ ବ୍ୟକ୍ତିଙ୍କ ଗୋପନୀୟତା ଅଧୀନରେ କରାଯାଇଥିବା ସମସ୍ତ ପରୀକ୍ଷଣ ଓ ପରବର୍ତ୍ତୀ ସମୟରେ କରାଯାଇଥିବା ସମସ୍ତ ପରୀକ୍ଷଣର ଆନୁମାନିକ ଅବିଲମ୍ବ ଜନତାକୁ ଦିଆଯିବା ଉଚିତ।

ଶୀର୍ଷ ଅଦାଲତ କେନ୍ଦ୍ର ସରକାରଙ୍କୁ ଏହାମଧ୍ୟ କହିଛନ୍ତି ଯେ, ବ୍ୟକ୍ତିଗତ ଆନୁମାନିକ ସହିତ ବିନା ବୁଝାମଣାରେ ସାର୍ବଜନିକ ରୂପରେ ସୁଲଭ ପ୍ରଣାଳୀ ଉପରେ ଜନତା ଓ ଡ଼କ୍ଟରଙ୍କ ଉପରେ ଟୀକାର ପ୍ରତିକୂଳ ପ୍ରଭାବର ମାମଲାରେ ରିପୋର୍ଟ ପ୍ରକାଶିତ କରିବାକୁ କହିଥିଲେ।

20ଟି ରାଜ୍ୟରେ ବୃଦ୍ଧି ଦର୍ଜ କରାଯାଇଛି:-

ଆପଣଙ୍କୁ ଜଣାଇଦେଉଛୁ କି, ବିଗତ ସପ୍ତାହରେ କରୋନାର 22,000 ମାମଲା ସାମ୍ନାକୁ ଆସିଛି। ଏହା ସେଠାରୁ ବିଗତ ସପ୍ତାହରେ ମିଳିଥିବା ମୋଟ 15,800 ସଂକ୍ରମିତଙ୍କ ଠାରୁ 41 ପ୍ରତିଶତ ଅଧିକ ଅଟେ। ଏହି ସପ୍ତାହରେ କରୋନାରେ 96 ପ୍ରତିଶତ ବୃଦ୍ଧି ଦେଖାଯାଇଛି। ଦିଲ୍ଲୀ, ହରିଆଣା ଓ ୟୁପିରେ ସବୁଠାରୁ ଅଧିକ ସଂକ୍ରମିତ ମିଳିଛନ୍ତି।

ଏହା ମୋଟ ସଂକ୍ରମିତଙ୍କ ମଧ୍ୟରୁ 68 ପ୍ରତିଶତ ଅଟେ। ରବିବାରକୁ ସମାପ୍ତ ହୋଇଥିବା ସପ୍ତାହରେ ଦେଶରେ 20ଟି ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ କରୋନାର ନୂଆ କେସରେ ବୃଦ୍ଧି ଦେଖିବାକୁ ମିଳିଛି। ଯାହାକି ବତାଉଛି କି, ଦେଶରେ ସଂକ୍ରମଣ ଜାରି ରହିଛି। ହାରାହାରି ରାଜ୍ୟରେ ଏକ ସପ୍ତାହ ମଧ୍ୟରେ ସଂକ୍ରମିତ ଏକ ହଜାରରୁ କମ ଆସୁଛନ୍ତି।

odia sambada
Comments (0)
Add Comment