୧୦ମ ପାସ୍ ପିଲାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ,ହିନ୍ଦୁସ୍ତାନ କପର ଲିମିଟେଡ୍‌ ଦ୍ୱାରା ଟ୍ରେଡ ଆପରଣ୍ଟିସରେ ଅନେକ ପଦବୀ ଖାଲିପଡିଛି

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ। ତେବେ ଆଜି ର ଦୁନିଆରେ ପିଲା ମାନେ ବି ବହୁତ ଟେଲେଣ୍ଟେଡ୍ ହେଲେଣି ଯୁଗ ବି ବହୁତ କମ୍ପିଟେଟିଭ୍ ହେଲାଣି ପିଲା ମାନଙ୍କୁ ବି ଗୋଟିଏ ଚାକିରି ପାଇବା ପାଇଁ ବହୁତ ସାରା କଷ୍ଟ କରିବାକୁ ପଡୁଛି, ବହୁତ ସାରା ଏନ୍ଟ୍ରାନ୍ସ, ଏଗ୍ଜାମ୍ସ ବି ଦବାକୁ ପଡୁଛି। ସେହି ସବୁ ରେ ସେମାନେ ଠିକ୍ ଭାବେ ପାସ୍ ହୋଇ ପାରିଲେ ସେହି କାମ ଟି ପାଇଁ ସେମାନେ ମନୋନୀତ ହୋଇ ପାରୁଛନ୍ତି।ହିନ୍ଦୁସ୍ତାନ କପର ଲିମିଟେଡ୍‌ ଦ୍ୱାରା ଟ୍ରେଡ ଆପରଣ୍ଟିସରେ ଅନେକ ପଦବୀ ଖାଲିପଡିଛି। ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ୨୧ ମଇ ୨୦୨୨ ରହିଛି।ତେବେ ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି hindustancopper.com ସାଇଟ୍‌ କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ(୯୬):-

ଇଲେକ୍ଟ୍ରିସିଆନ: ୨୨

ଇନଷ୍ଟମେଣ୍ଟ ମେକାନିକ: ୨

ମେକାନିକ ଡିଜେଲ: ୧୧

ୱେଲଡର (ଜି ଆଣ୍ଡ ଇ) : ୧୪

ଫିଟର: ୧୪

ଟର୍ନର/ମେସିନିଷ୍ଟ: ୬

ଏସି ଏବଂ ରେଫ୍ରଜେରସନ ମେକାନିକ : ୨

ଡ୍ରାଫ୍ଟସମ୍ୟାନ୍‌ ମେକାନିକାଲ: ୩

ଡ୍ରାଫ୍ଟସମ୍ୟାନ୍‌ ସିଭିଲ: ୧

ସର୍ଭେୟର:୫

ବଢେଇ: ୩

ପ୍ଲମ୍ବର: ୨

ବିଲିଡିଂ କନଷ୍ଟ୍ରକ୍ଟର: ୧

ସର୍ଟ ଫାୟର/ବ୍ଲାଷ୍ଟର: ୫

ରୋଷେଇୟା: ୫

ଆବେଦନତାରିଖ:-

ଆବେଦନ କରିବାର ତାରିଖ ୧୮ ଏପ୍ରିଲ ୨୦୨୨ ରହିଥିବା ବେଳେ ଶେଷ ତାରିଖ ୨୧ ମଇ ୨୦୨୨ ରହିଛି। ପରୀକ୍ଷା ପାଇଁ ତାରିଖ ୩୧ ଜୁଲାଇ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା :

ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ଜରୁରୀ। ଏହାସହିତ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧିତ ଟ୍ରେଡରେ ଆଇଟିଆଇରେ ଡିଗ୍ରୀ କରିଥିବା ଜରୁରୀ।

ବୟସ ସୀମା :

ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୫ରୁ ଅଧିକ ହୋଇନଥିବ। ଓବିସି ବର୍ଗ ପାଇଁ ବୟସ ସୀମାରେ ୩ ବର୍ଷ ରିହାତି ମିଳିବ। ଏସସି/ଏସଟି ବର୍ଗର ପ୍ରାର୍ଥୀଙ୍କୁ ୫ ବର୍ଷର ରିହାତି ମିଳିବ।

କିପରି ହେବ ଚୟନ:

ଏହି ପଦବୀରେ ଚୟନ ଲିଖିତ ପରୀକ୍ଷା ଏବଂ ଫିଜିକାଲ ଫିଟନେସ ଟେଷ୍ଟ ଆଧାରରେ କରାଯିବ।

odia sambada
Comments (0)
Add Comment