ବ୍ୟାଙ୍କ ଦେଉଛି ମୁଦ୍ରା ଲୋନ, ଜାଣନ୍ତୁ କେମିତି କରିବେ ଏହାର ଆବେଦନ

PNB Mudra Loan: ସରକାରଙ୍କ ଦ୍ୱାରା ସର୍ବଦା ବିଜନେସ ଆରମ୍ଭ କରିବା ଦିଗରେ ସାହାର୍ଯ୍ୟ କରିଥାଏ। ଯଦି ଆପଣ ବିଜନେସ କରିବାକୁ ଯାଉଛନ୍ତି ତାହେଲେ MSMEs କୁ ଦିଆଯାଉଥିବା ମୁଦ୍ରା ଲୋନର ଲାଭ ଉଠାଇ ପାରିବେ। ଏହି ଲୋନ ମାଇକ୍ରୋ ସ୍ମଲ ମିଡ଼ିୟମ ଏଣ୍ଟରପ୍ରାଇଜ ଆରମ୍ଭ କରୁଥିବା ଲୋକଙ୍କୁ ଦିଆଯାଇଥାଏ। ଯେଉଁମାନେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଗ୍ରାହକ ଅଟନ୍ତି ସେମାନେ ଏହାର ଫାଇଦା ଉଠାଇ ନିଜର ବିଜନେସ ଆରମ୍ଭ କରିପାରିବେ।

ମୁଦ୍ରା ଲୋନ ଅନ୍ତର୍ଗତ ବ୍ୟାଙ୍କ ଆପଣଙ୍କୁ 50,000 ଟଙ୍କାରୁ ଆରମ୍ଭ କରି 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦେଇଥାଏ। ଆସନ୍ତୁ ଜାଣିବା କେମିତି ଅନଲାଇନ ଆବେଦନ କରି ଆପଣ ଏହି ଲୋନ ପାଇପାରିବେ।

ପିଏନବି ମୁଦ୍ରା ଲୋନର କିଛି ଜରୁରୀ କଥା:-

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏହି ଲୋନ 9.60 ପ୍ରତିଶତ ସୁଧ ହିସାବରେ ପ୍ରଦାନ କରିଥାଏ। ସୁଧ ଦର ଆପଣଙ୍କ କ୍ରେଡିଟ ସ୍କୋର ଓ ବିଜନେସ ନେଚର ଅନୁସାରେ ତୟ କରାଯିବ। ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ପାର୍ଟନରସିପ ଫର୍ମ, କିଛି କୃଷି ସମ୍ବନ୍ଧୀୟ ବିଜନେସ ଯେମିତିକି ମାଛ ଚାଷ ଏଥିପାଇଁ ଲୋନ ନେଇପାରିବେ। ଏହି ଲୋନ ଆପଣଙ୍କୁ ତିନିପ୍ରକାରେ ମିଳିବ।

ପ୍ରଥମେ ଅଟେ ଶିଶୁ ଲୋନ ଯୋଜନା ଯେଉଁଥିରେ ଆପଣଙ୍କୁ 50,000 ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିବ।

ଦ୍ଵିତୀୟରେ ହେଉଛି କିଶୋର ଲୋନ ଯୋଜନା ଯେଉଁଥିରେ ଆପଣଙ୍କୁ 50 ହଜାରରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିବ।

ତୃତୀୟରେ ତରୁଣ ଲୋନ ଯୋଜନା ଯେଉଁଥିରେ ଆପଣଙ୍କୁ 5 ଲକ୍ଷରୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିଯିବ।

odia sambada
Comments (0)
Add Comment