ସ୍ୱିଚ ମୋଟୋକାର୍ପ ବହୁତ ଜଲଦି ଭାରତୀୟ ମାର୍କେଟରେ ନିଜର ଇଲେକ୍ଟ୍ରିକ ବାଇକ ସ୍ୱିଚ ସିଏସଆର 762 ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ଦ୍ୱାରା ନିଜର ଏହି ଷ୍ଟାଇଲିଶ ଇଲେକ୍ଟ୍ରିକ ବାଇକକୁ ଜୁଲାଇ-ଅଗଷ୍ଟ ମାସରେ ଲଞ୍ଚ କରାଯିବ। ଆଜି ଆମେ ଆପଣଙ୍କୁ ଏହି ବାଇକ ସହ ଜଡ଼ିତ ସମସ୍ତ ଡ଼ିଟେଲସ ଶେୟର କରିବାକୁ ଯାଉଛୁ।
ସ୍ୱିଚ ସିଏସଆର 762 ଦ ସ୍ପେସିଫିକେସନ:-
ସ୍ୱିଚ ସିଏସଆର ଇଲେକ୍ଟ୍ରିକ ବାଇକରେ PMSM ଟେକ୍ନିକ ଜରିଆରେ ଏକ ଦମଦାର ମୋଟର ଲଗାଯାଇଛି। ଏହାସହ ଏଥିରେ 3.7kWh Li-ion, ନିକେଲ-ମାଂଗାନିଜ-କୋବାଲଟ ବ୍ୟାଟେରୀ ଦେଖିବାକୁ ମିଳିଯିବ। ଏହି ବାଇକକୁ ସ୍ପୋରଟି ଲୁକ ସହିତ ଆକର୍ଷକ ଡିଜାଇନ ଦିଆଯାଇଛି। ଏହା ଏକ ହାଇସ୍ପିଡ଼ ଇଲେକ୍ଟ୍ରିକ ବାଇକ ଅଟେ ଯାହାର ଟେଷ୍ଟିଂ ବର୍ତ୍ତମାନ କମ୍ପାନୀ ଦ୍ୱାରା କରାଯାଉଛି।
ଏହି ବାଇକର ଫିଚର୍ସ:-
ସ୍ୱିଚ ସିଏସଆର 762 ରେ ଆପଣଙ୍କୁ 110 km/hr ର ଟପ।ସ୍ପିଡ଼ ଆପଣଙ୍କୁ ଦେଖିବାକୁ ମିଳିଥାଏ। ଇ ବାଇକ ରାଇଡିଂ ମୋଡ଼ରେ ଆପଣଙ୍କୁ ଏହି ବାଇକକୁ ଥରେ ଚାର୍ଜ କରି 120 କିଲୋମିଟରର ରେଞ୍ଜ ମିଳିଥାଏ। ଏହି ଇଲେକ୍ଟ୍ରିକ ବାଇକର ହ୍ବିଲ ବେସ 1430 ମିମି ରଖାଯାଇଛି।
ଏହାର କର୍ବ ଓଜନ ଓ ଓଜନ କାପାସିଟି କ୍ରମଶଃ 155 କିଗ୍ରା ଓ 200 କିଗ୍ରା ରଖାଯାଇଛି। ଏଥିରେ ଆପଣଙ୍କୁ 780ମିମି ଉଚ୍ଚତା ବିଶିଷ୍ଟ ସିଟ ମିଳିଯିବ। ଏଥିରେ ଆପଣଙ୍କୁ ବ୍ୟାଟେରୀ ସ୍ୱାପିଂ ଅପ୍ସନ ମଧ୍ୟ କମ୍ପାନୀ ପକ୍ଷରୁ ଦିଆଯାଇଥାଏ।
ସ୍ୱିଚ ସିଏସଆର 762:-
ଏହି ସ୍ୱିଚ ସିଏସଆର 762 ରେ ଆପଣଙ୍କୁ 6 ରାଇଡ଼ ମୋଡ଼ ସହିତ 3 ଡ୍ରାଇଭିଂ ମୋଡ଼, 1 ପାର୍କିଂ ମୋଡ଼, ଗୋଟିଏ ରିଭର୍ସ ମୋଡ଼ ଓ ଏକ ସ୍ପୋର୍ଟସ ମୋଡ଼ ଦେଖିବାକୁ ମିଳିଥାଏ। ସ୍ୱିଚ ସିଏସଆର ବାଇକର ପ୍ରାରମ୍ଭିକ ମୂଲ୍ୟ 1.65 ଲକ୍ଷ ଟଙ୍କା ରହିବା ଆଶା କରାଯାଉଛି। ଏହାସହ ଏହି ବାଇକରେ ଆପଣଙ୍କୁ ସବ୍ସିଡ଼ି ମିଳିବାପରେ ଏହାର ଦାମ 1.25 ଲକ୍ଷ ହୋଇଯିବ।