AAP ନେତାଙ୍କ ଉପରେ ଦଙ୍ଗା କରିବାର ଆରୋପ ହେଲା ପ୍ରମାଣିତ। ଗୁଗଲ କମ୍ପାନୀ ଚାକିରୀ ଛାଡ଼ି ରାଜନୀତିରେ ପାଦ ଦେଇଥିଲେ

ଅରବିନ୍ଦ କେଜ୍ରିୱାଲଙ୍କ ଇମାନଦାରୀ ଓ ସଚୋଟତାକୁ ଦେଖି କେତେକ ଲୋକେ ଚାକିରୀ ଛାଡ଼ି ରାଜନୀତିରେ ପାଦ ଥାପୁଛନ୍ତି। କିନ୍ତୁ ଅରବିନ୍ଦ କେଜ୍ରିୱାଲ ଓ ଅନ୍ୟ ଲୋକ ରାଜନୀତିକୁ ଆସିବାପରେ ରାଜନୀତି ତ ବଦଳି ନାହିଁ କିନ୍ତୁ ଏମାନେ ରାଜନୀତି ରଙ୍ଗରେ ରଙ୍ଗୀନ ହୋଇସାରିଛନ୍ତି।

ଏହିପରି ଏକ AAP ପାର୍ଟି ନେତାଙ୍କୁ ଦଙ୍ଗା ଖେଳାଉଥିବା ପ୍ରମାଣିତ ହେବା ଯୋଗୁଁ 7 ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ତାଙ୍କୁ ବର୍ତ୍ତମାନ କଏଦୀଙ୍କ ସହିତ ଜେଲରେ ଚକି ପେଷିବାକୁ ପଡ଼ିବ।

ପାର୍ଷଦ ନିଶା ସିଂହଙ୍କୁ 7 ବର୍ଷ ଦଣ୍ଡ:-

ହରିୟାଣାର ଗୁରୁଗ୍ରାମର ସହରୀ ଆବାସ ବିକାଶ ପ୍ରାଧିକରଣ ମାମଲା ଉପରେ ପାର୍ଷଦ ନିଶା ସିଂହଙ୍କ ସମେତ 10 ଜଣ ମହିଳାଙ୍କୁ 7 ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ଦୋଷୀ ମାନଙ୍କ ଉପରେ 10 ହଜାର ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି। ଅଡ଼ିଶନାଲ ସେସନ ଜଜ ମୋନା ସିଂହଙ୍କ ଅଦାଲତରେ ଗୁରୁବାର ଦିନ ଏହି ଦଣ୍ଡ ଉପରେ ଫଇସଲା ଶୁଣା ଯାଇଥିଲା।

ମେ 15 ତାରିଖ 2015ରେ ଦଙ୍ଗା ଖେଳାଇଥିଲେ:-

ପୋଲିସ ରେକର୍ଡ଼ରେ କୁହାଯାଇଥିଲା କି, 15 ମେ 2015 ରେ HUDA ର JE ରାଜପାଳ ସିନିୟର ଅଧିକାରୀଙ୍କ ସହିତ ସେକ୍ଟର-47 ଝିମ୍ମର ବସ୍ତିରେ ଅତିକ୍ରମଣ ହଟାଇବାକୁ କାର୍ଯ୍ୟବାହୀ କରୁଥିଲେ। ଆରୋପ ଏହାକି ଯେ, ଏହାମଧ୍ୟରେ ଆଡ଼ଭୋକେଟ ଖଜାନ ସିଂହ, ପ୍ରଦୀପ ଜଇଲଦାର ଓ ନଗର ନିଗମର ତତ୍କାଳୀନ ମହିଳା ପାର୍ଷଦ ନିଶା ସିଂହ ଏହି ଭିଡ଼କୁ ବଢାଇଥିଲେ। ଏହାପରେ ଏହି ଭିଡ଼ରୁ କିଛି ଅଧିକାରୀ ଓ ଟିମ ଉପରେ ଆକ୍ରମଣ କରିଦେଲେ। ଭିଡ଼ ଭିତରୁ ପେଟ୍ରୋଲ ବମ ଓ LPG ସିଲିଣ୍ଡର ମଧ୍ୟ ପୋଲିସ ଉପରକୁ ଫିଙ୍ଗାଗଲା। ଏହି ଘଟଣାରେ ଡ୍ୟୁଟି ମାଜିଷ୍ଟ୍ରେଟ ଓ 15 ଜଣ ପୋଲିସକର୍ମୀ ଘାୟଲ ହୋଇଯାଇଥିଲେ। ଏହାପରେ ସଦର ଥାନାରେ FIR ଦର୍ଜ ହୋଇଗଲା।

ଏହି ଘଟଣା ପରେ ନିଶା ସିଂହ ସମେତ ଅନ୍ୟ 19 ଜଣଙ୍କୁ ଗିରଫ କରାଯାଇଥିଲା ଓ ସେମାନଙ୍କ ଉପରେ ଦଙ୍ଗା ଖେଳାଇବା ଓ ହତ୍ୟା କରିବାର ପ୍ରଚେଷ୍ଟାକୁ ନେଇ ଆରୋପ ଲଗାଯାଇଥିଲା। କିନ୍ତୁ ପ୍ରମାଣ ନଥିବା କାରଣରୁ ହତ୍ୟାର ଅଭିଯୋଗକୁ ତାଙ୍କ ଉପରୁ ହଟାଇ ଦିଆଯାଇଥିଲା। ଦଣ୍ଡ ଘୋଷଣା ହେବାପରେ 17 ଜଣ ଲୋକଙ୍କୁ ଭୋଣ୍ଡସୀ ଜେଲ ପଠାଇ ଦିଆଯାଇଥିଲା।

19 ଜଣ ଲୋକେ ଦୋଷୀ ପ୍ରମାଣିତ:-

ଦୁଇପକ୍ଷର କଥାଏ ଶୁଣିବାପରେ ଜଜ ମୋଟ 19 ଜଣ ଲୋକଙ୍କ ବିରୁଦ୍ଧରେ ଆଇପିସି ଧାରା 148, 149, 186, 325, 332, 333, 353, 436, 427, 435 ଆଧାରରେ ଦୋଷୀ ସାବ୍ୟସ୍ତ କରିଥିଲା। ଏମାନଙ୍କ ମଧ୍ୟରୁ ରମେଶ ଓ ରତନ ନାମକ ଦୁଇ ବ୍ୟକ୍ତିଙ୍କର ଟ୍ରାୟଲ ସମୟରେ ମୃତ୍ୟୁ ହୋଇଯାଇଥିଲା। ସେହିପରି ପୂର୍ବ ପାର୍ଷଦ ନିଶା ସିଂହଙ୍କ ଉପରେ ଆଇପିସି ଧାରା 114 ଲଗାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ଉଚ୍ଚ ଶିକ୍ଷିତ ଅଟନ୍ତି ନିଶା ସିଂହ:-

ନିଶା ସିଂହ ବର୍ଷ 2011 ମସିହାରେ ଗୁରୁଗ୍ରାମର ୱାର୍ଡ ନମ୍ୱର 30 ରୁ ନିର୍ଦଳୀୟ ପ୍ରତ୍ୟାଶୀ ରୂପରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଏହାପରେ ସେ ଆମ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ। ସେ 2016 ପର୍ଯ୍ୟନ୍ତ ପାର୍ଷଦ1 ରହିଲେ। ନିଶା ସିଂହ ମୁମ୍ବଇ ବିଶ୍ୱବିଦ୍ୟାଳୟରୁ ଇଂଜିନିୟରିଂ ପଢ଼ା ସାରିବାପରେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ଫାଇନାନ୍ସରେ MBA କରିଥିଲେ। କୋର୍ସ ପରେ ସେ ଗୁଗଲ କମ୍ପାନୀରେ ମଧ୍ୟ କାମ କରିଥିଲେ ଓ ଏହି ଚାକିରୀ ଛାଡ଼ି ସେ ରାଜନୀତିରେ ପାଦ ଦେଇଥିଲେ।

odia sambada
Comments (0)
Add Comment