ଶ୍ରମିକ ଦିବସ ପୂର୍ବରୁ ଶ୍ରମିକମାନଙ୍କୁ ଉପହାର, ଶ୍ରମିକଙ୍କ ଭତ୍ତା ବଢାଇଲେ ସରକାର।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର

ଶ୍ରମିକ ମାନଙ୍କୁ ନେଇ ଅନେକ ଦିନ ହେବ ଚାଳିଛି ଆଲୋଚନା ।କିଛି ଦିନ ହେବ ଶ୍ରମିକ ମାନେ ନିଜର ଭତ୍ତାକୁ ନେଇ ଚିନ୍ତିତ ଥିଲେ,କିନ୍ତୁ ଏହି ଶ୍ରମିକ ଦିବସ ପୂର୍ବରୁ ଶ୍ରମିକମାନଙ୍କୁ ଉପହାର ଦେଇଛନ୍ତି ରାଜ୍ୟ ସରକାର। ୮୯ ଟି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନ ଙ୍କ ପାଇଁ ମହଙ୍ଗା ଭତ୍ତା ୧୧ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଶ୍ରମ ଆୟୁକ୍ତ ଙ୍କ କାର୍ଯ୍ୟାଳୟ ପକ୍ଷ ରୁ ଏହି ସୂଚନା ଜାରି କରାଯାଇଛି ।

ଜାରି ହୋଇଥିବା ବିଜ୍ଞପ୍ତି ଅନୁସା ରେ ରାଜ୍ୟର ୮୯ଟି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ଅନେ ଶ୍ରମିକ ମାନେ ୧୧ ଟଙ୍କା ଲେଖାଏଁ ଅଧିକ ମହଙ୍ଗା ଭତ୍ତା ପାଇବେ ବୋଲି ଜଣାଇ ଦିଆଯାଇଛି । ରାଜ୍ୟ ସରକାର ଭାରିଏବୁଲ ଡିଅରନେସ୍‌ ଆଲାଉନ୍ସ ବୃଦ୍ଧି କରିଛନ୍ତି।

ଯାହା ଦ୍ଵାରା କୁଶଳୀ, ଅଣକୁଶଳୀ, ଦକ୍ଷ ଓ ସୁଦକ୍ଷ ଶ୍ରମିକ ଙ୍କ ପାଇଁ ଏପ୍ରିଲ ର ପ୍ରଥମରୁ ହିଁ ଏହା ପିଛଲା ଭାବେ ଲାଗୁ ହେବ। ରାଜ୍ୟ ସରକାରଙ୍କ ଏହି ସୂଚନା ଅନୁସାରେ କୁଶଳୀ ଶ୍ରମିକ ମାନେ ପୂର୍ବ ରୁ ଦୈନିକ ୩୧୫ ଟଙ୍କା ପାଉଥିଲା ବେଳେ ୧୧ ଟଙ୍କା ଭତ୍ତା ବଢ଼ିବା ପରେ ଶ୍ରମିକ ମାନେ ୩୨୬ ଟଙ୍କା ପାଇବେ ବୋଲି କୁହା ଯାଇଛି । ଅଣକୁଶଳୀ ଶ୍ରମିକ ମାନେ ଆଗ ରୁ ୩୫୫ଟଙ୍କା ପାଉଥିଲେ। ବର୍ଦ୍ଧିତ ଭତ୍ତା ଅନୁଯାୟୀ ସେମାନ ଙ୍କୁ ୩୬୬ ଟଙ୍କା ମିଳିବ ବୋଲି କୁହାଯାଇଛି । ଦକ୍ଷ ଶ୍ରମିକ ମାନେ ୪୦୫ ଟଙ୍କା ରୁ ୪୧୬ ଟଙ୍କା ପାଇବେ।

ସେହିପରି ସୁଦକ୍ଷ ଶ୍ରମିକମାନଙ୍କ କ୍ଷେତ୍ରରେ ଏହା ୪୬୫ ରୁ ୪୭୬ଟଙ୍କା ହୋଇଛି ବୋଲି ସୂଚନା ଅନୁସାରେ ଘୋଷଣା କରାଯାଇଛି। ଏହା ଦ୍ବାରା ପ୍ରତେକ ଟି ଶ୍ରମିକ ତାଙ୍କର ଉଚିତ୍ ପାରିଶ୍ରମିକ ପାଈ ପାରିବେ ଏବଂ ଏହି ପାରିଶ୍ରମିକ ପାଇବା ପରେ ନିଜର ପରିଶ୍ରମ ର ଫଳ ମଧ୍ୟ ପାଇପାରିବେ ।

odia sambada
Comments (0)
Add Comment