ଅଭିନେତ୍ରୀ ଜ୍ୟାକଲିନ ଫରନାଡ଼ିଜଙ୍କ ଉପରେ ଚଢ଼ାଉ କଲା ED, 7.27 କୋଟିର ଚଳ-ଅଚଳ ସମ୍ପତ୍ତି ଜବତ ହୋଇଗଲା

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫରନାଡ଼ିଜଙ୍କ ବିପକ୍ଷରେ ପ୍ରବର୍ତ୍ତନ ନିର୍ଦେଶାଳୟ ED ବଡ଼ କାର୍ଯ୍ୟବାହୀ କରିଛନ୍ତି। ସୁକେଶ ଚନ୍ଦ୍ରଶେଖର ମାମଲାରେ ଇଡ଼ି ଜ୍ୟାକଲିନଙ୍କ ସାତକୋଟିରୁ ଅଧିକ ଚଳ ଅଚଳ ସମ୍ପତ୍ତିକୁ ଅକ୍ତିଆର କରିଛନ୍ତି।

ମିଡ଼ିଆ ରିପୋର୍ଟ ଅନୁସାରେ, ଇଡ଼ି ଅଭିନେତ୍ରୀଙ୍କ ପାଖରୁ 7.27 କୋଟି ଜବତ କରିଛି। 7.12 କୋଟି FD ଆଧାରରେ ଜବତ କରାଯାଇଛି। ଇଡ଼ି ଅନୁମାନ ଲଗାଇଛିକି, ସୁକେଶ ବେଆଇନ ବସୁଲୀ କରିଥିବା ଟଙ୍କା ରୁ ଜ୍ୟାକଲିନ 5.71 କୋଟି ଟଙ୍କାର ଉପହାର ଦେଇଛନ୍ତି। ଏହି ଠକ ଜଣକ 1 ଲକ୍ଷ 73 ହଜାର ଅମେରିକୀୟ ଡ଼ଲାର ଓ 27 ହଜାର ପାଖାପାଖି ଅଷ୍ଟ୍ରେଲିଆନ ଡ଼ଲାର ଅଭିନେତ୍ରୀଙ୍କ ପାଖ ଲୋକଙ୍କୁ ଦେଇଥିଲେ।

ଜେଲରେ ବନ୍ଦ ଅଛନ୍ତି ସୁକେଶ:-

ତିହାଡ଼ ଜେଲରେ ବନ୍ଦ ଥିବା ଏହି ସୁକେଶ 200 କୋଟି ଟଙ୍କା ବେଆଇନ ଟଙ୍କା ଜବତ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫରନାଡ଼ିଜଙ୍କ ନାମ ମଧ୍ୟ ତାଙ୍କ ସହିତ ଜଡ଼ିତ ରହିଛି। ଇଡ଼ି ସୂତ୍ରରୁ ଜଣାପଡ଼ିଥିଲା କି, ସୁକେଶ, ଜ୍ୟାକଲିନଙ୍କ ମାତା-ପିତା ଓ ଆମେରିକାରେ ରହୁଥିବା ତାଙ୍କର ଭଉଣୀଙ୍କୁ ମହଙ୍ଗା କାର ଗିଫ୍ଟ କରିଛନ୍ତି। ଏହାସହ ତାଙ୍କ ଭାଇଙ୍କୁ ମଧ୍ୟ 15 ଲକ୍ଷ ଟଙ୍କା ଦେଇଥିଲେ।

ଜ୍ୟାକଲିନ ମଧ୍ୟ ମାନିଥିଲେ ଏହିକଥା:-

ଯାଞ୍ଚ ସମୟରେ ଜ୍ୟାକଲିନ ଇଡ଼ିକୁ ନିଜର ବୟାନ ମାଧ୍ୟମରେ କହିଥିଲେ କି, ସୁକେଶ ତାଙ୍କୁ ଓ ତାଙ୍କ ପରିବାରକୁ ବହୁତ ମହଙ୍ଗା ଗିଫ୍ଟ ଦେଇଥିଲେ । ଏମାନଙ୍କ ମଧ୍ୟରୁ ଲକ୍ଷାଧିକ ଟଙ୍କାର ଏକ ଘୋଡ଼ା ମଧ୍ୟ ସାମିଲ ରହିଛି। ଏହାସହ ଜ୍ୟାକଲିନଙ୍କ ଆଲିଶାନ ହୋଟେଲରେ ରହିବାର ଖର୍ଚ୍ଚ ମଧ୍ୟ ସୁକେଶ ଉଠାଇଥିଲେ।

ଜ୍ୟାକଲିନ ଓ ସୁକେଶଙ୍କ ଫୋଟ ସାମ୍ନାକୁ ଆସିଥିଲା:-

ଜ୍ୟାକଲିନ ଓ ସୁକେଶଙ୍କ ବହୁତ ସାରା ଫୋଟ ସାମ୍ନାକୁ ଆସିଥିଲା। ସୁକେଶ ବର୍ତ୍ତମାନ ତିହାଡ଼ ଜେଲରେ ବନ୍ଦ ଅଛନ୍ତି ଓ ଇଡ଼ି ଯାଞ୍ଚରୁ ଏହା ପାଇଛି କି, ସୁକେଶ ଦ୍ୱାରା ଜ୍ୟାକଲିନଙ୍କୁ ଦିଆଯାଇଥିବା ମୋଟ 7 କୋଟିରୁ ଅଧିକ ଟଙ୍କା ଅପରାଧ ଜନିତ ଟଙ୍କାରେ ସାମିଲ ରହିଛି। ଏହାପରେ ଇଡ଼ି ଯାଞ୍ଚ କରି ଏହି ସମ୍ପତ୍ତିକୁ ଜ୍ୟାକଲିନଙ୍କ ଠାରୁ ଜବତ କରିଥିଲେ।

ଚାର୍ଜ ସିଟରେ ଇଡ଼ି କରିଥିଲା ଏହି ଦାବି:-

ବିଗତବର୍ଷ ଅତିରିକ୍ତ ନ୍ୟାୟାଧୀଶ ପ୍ରବୀଣ ସିଂହଙ୍କ ସମକ୍ଷ ପାଖରୁ ଏହା ଦାବି କରାଯାଇଥିଲା କି, ଜ୍ୟାକଲିନ ଫରନାଡ଼ିଜଙ୍କ ବୟାନ 30 ଅଗଷ୍ଟ ଓ 20 ଅକ୍ଟୋବର କୁ ଦର୍ଜ କରାଯାଇଥିଲା। ଯେଉଁଥିରେ ସେ କହିଥିଲେ କି, ତାଙ୍କୁ ଗୁଚି ଓ ଶନେଲରୁ ତିନୋଟି ଡିଜାଇନର ବ୍ୟାଗ, ଗୁଚି ର ଦୁଇଟି ଜିମ ପୋଷାକ, ଲୁଇ ବୁଇଟନର ଏକ ହଳ ଜୋତା, ହୀରାର ଦୁଇଯୋଡ଼ା ଝୁମୁକା ଓ ଏକ ଅଳଙ୍କାର ଲାଗିଥିବା ବହୁତ ସୁନ୍ଦର ବ୍ରେସଲେଟ ତାଙ୍କୁ ଉପହାର ରୂପରେ ମିଳିଥିଲା। ଏହାପରେ ତାଙ୍କୁ ଏକ କାର ମିନି କୂପର ମଧ୍ୟ ମିଳିଥିଲା ଯାହାକୁ ସେ ଫେରାଇ ଦେଇଥିଲେ।

ଏଜେନ୍ସି ଦାବି କରିଛନ୍ତି କି, ଚନ୍ଦ୍ରଶେଖର ସେପ୍ଟେମ୍ବର 2020 ରେ ଅଭିନେତ୍ରୀ ନୋରା ଫତେହୀଙ୍କୁ BMW କାର ଗିଫ୍ଟ କରିଥିଲେ ଓ ପରେ ବହୁତ ମହଙ୍ଗା ଗିଫ୍ଟ ମଧ୍ୟ ସେ ତାଙ୍କୁ ଦେଇଥିଲେ।

odia sambada
Comments (0)
Add Comment