ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ହେବ ବଡ ପରିବର୍ତ୍ତନ ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ସୂଚନା

ଆମ ରାଜ୍ୟରେ ସବୁବେଳେ ଗୋଟିଏ ଜିନିଷ ବହୁତ ଚର୍ଚ୍ଚାରେ ଥାଏ ଆଉ ତାହା ହେଉଛି ରାଜନୀତି, ରାଜନୀତି ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ଥାଏ। ଆଉ ବିରୋଧୀ ମାନେ ସବୁବେଳେ ଶାସକ ଦଳର ଏକମାତ୍ର ଭୁଲ୍ ର ଅପେକ୍ଷାରେ ଥାଆନ୍ତି, ଆଉ ତାହା ପାଇଗଲା ପରେ ତାକୁ ନେଇ ଆରମ୍ଭ କରି ଦିଅନ୍ତି ରାଜନୀତି। ହେଲେ କିଟ୍‌ ପରିସରରେ ଅନୁଷ୍ଠିତ ଇଣ୍ଡିଆ ଟୁଡେ ଷ୍ଟେଟ୍‌ ଅଫ୍‌ ଦି ଷ୍ଟେଟ୍‌ ଓଡ଼ିଶା କନ୍କ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାବାସୀ ରାଜ୍ୟର ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ପାଇବେ। କହିଛନ୍ତି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ନୀତି ଓ ବିକାଶର ଧାରା ଯୋଗୁଁ ଆଜି ଓଡ଼ିଶାର ସାମାଜିକ-ଅର୍ଥନୈତିକ ମାନଚିତ୍ରରେ ପରିବର୍ତ୍ତନ ହୋଇଛି।

କରୋନା ମହାମାରୀ ସତ୍ତ୍ୱେ ସମଗ୍ର ଦେଶରେ ଓଡ଼ିଶା ଦ୍ରୁତ ପ୍ରଗତିଶୀଳ ରାଜ୍ୟ ଭାବେ ଉଭା ହୋଇପାରିଛି । ବୃହତ ଜଳସେଚନ ପ୍ରକଳ୍ପଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ଶିଳ୍ପର ବିକାଶ, ସ୍ୱସ୍ଥ୍ୟ, ଶିକ୍ଷା ଓ କୃଷି କ୍ଷେତ୍ରରେ ଓଡ଼ିଶା ସରକାର ବ୍ୟାପକ ପୁଞ୍ଜି ନିବେଶ କରିଛନ୍ତି। ଏବେ ଫାଇବ୍ ଟି – ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପାରାନ୍ସୀ,, ଟ୍ରାନ୍ସଫରମେସନ୍, ଓ ଟାଇମ୍ ଲିମିଟ୍ ପ୍ରମୁଖ ମନ୍ତ୍ର ହୋଇଛି। ବିଜେଡ଼ି ସରକାରର ଜନହିତକର ଯୋଜନା, ସ୍ୱଚ୍ଛ ଏବଂ ନିର୍ମଳ ଶାସନକୁ ଓଡ଼ିଶାବାସୀ ପ୍ରଶଂସା କରିବା ସହ ଦୀର୍ଘ ୨୨ ବର୍ଷ ଧରି ବିଜୁ ଜନତା ଦଳ ଉପରେ ଆସ୍ଥା ପ୍ରକଟ କରିଆସୁଛନ୍ତି।

୨୦୦୦ ମସିହାରୁ ତାଙ୍କ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ବିକାଶ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରିଛନ୍ତି।ଏହା ପୂର୍ବରୁ ଓଡ଼ିଶା ଏକ ପଛୁଆ ରାଜ୍ୟ ଭାବେ ପରିଗଣିତ ହେଉଥିବା ବେଳେ ଏବେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି।ଓଡ଼ିଶା ଆଜି ଭାରତର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇପାରିଛି।ବିଜେଡ଼ି ସରକାର ଆଉ କ୍ରମବର୍ଦ୍ଧିଷ୍ଣୁ ବିକାଶରେ ବିଶ୍ୱାସ କରୁନାହିଁ ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶାବାସୀ ରାଜ୍ୟର ସମ୍ପୂର୍ଣ୍ଣ ପରିବର୍ତ୍ତନ ଚାହାନ୍ତି ଏବଂ ସରକାର ଏ ଦିଗରେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି।ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାବାସୀ ରାଜ୍ୟର ସମ୍ପୂର୍ଣ୍ଣ ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ପାଇବେ ବୋଲି ନବୀନ କହିଛନ୍ତି।

odia sambada
Comments (0)
Add Comment