Home business Ideas : ଘରେ ଅମୁଲ ଷ୍ଟୋର ଖୋଲି ମାସିକ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା ଆୟ,ଜାଣନ୍ତୁ ଏହାର ପୁରା ପ୍ରକ୍ରିୟା !

ଯଦି ଆପଣ ବ୍ୟବସାୟରେ ରୂଚି ରଖୁଛନ୍ତି ଓ କରିବାକୁ ପ୍ଲାନ କରୁଛନ୍ତି ଯେ ଛୋଟ ନିବେଶରେ ଭଲ ଆୟ ହେଉ,ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ|ଏହି ଆଇଡିଆରେ ଆପଣ ସାଧାରଣ ନିବେଶରେ ବମ୍ପର ଲାଭ ପାଇ ପାରିବେ|ଡେରୀ କମ୍ପାନୀ ଅମୂଲ ସହ ବ୍ୟବସାୟ କରିବା ସୁଯୋଗ ରହିଛି|ଏହାସହ ଅମୂଲର ଫ୍ରାଞ୍ଚାଇଜି ନେଵା ଵହୁ ସହଜ ଅଟେ|ଆସନ୍ତୁ ସେ ବିଷୟରେ ଜାଣିବା:

ଅମୂଲ ବିନା କୌଣସି ରୟାଲିଟି ବା ପ୍ରୋଫିଟ ସେୟାରିଙ୍ଗର ଫ୍ରାଞ୍ଚାଇଜି ଅଫର କରୁଛି|ଏହାର ଫ୍ରାଞ୍ଚଇଜି ନେବାର ଖର୍ଚ୍ଚ ଅଧିକ ନୁହେଁ|ଆପଣ ୨-୬ ଲକ୍ଷ ଟଙ୍କା ଭିତରେ ଆରମ୍ଭ କରିପାରିବେ|ବ୍ୟବସାୟ ଆରମ୍ଭରେ ଭଲ ଆୟ ହୋଇପାରିବ|

ଏଥିପାଇଁ ଅମୂଲ ଦୁଇ ପ୍ରକାରର ଫ୍ରାଞ୍ଚାଇଜି ଦେଉଛି|ଯଦି ଆପଣ ଅମୂଲ ଆଉଟଲେଟ ବା ଅମୂଲ ରେଲୱେ ପାର୍ଲର ବା ଅମୂଲ କିଓସ୍କୋର ଫ୍ରାଞ୍ଚାଇଜି ନେବାକୁ ଚାହାନ୍ତି ଏଥିରେ ୨ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ|ଏଥିରେ ନନ ରିଫଣ୍ଡେବଲ ବ୍ରାଣ୍ଡ ସିକ୍ୟୁରିଟି ଭାବେ ୨୫ ହଜାର,ରିନୋଭେସନ ପାଇଁ ୧ ଲକ୍ଷ, ଜିନିଷ ପାଇଁ ୭୫ ହଜାର ଖର୍ଚ୍ଚ ହେବ|

ଯଦି ଆପଣ ଅମୂଲ ସ୍କୁପିଙ୍ଗ ପାର୍ଲର ଚଳାଇବାକୁ ଚାହାନ୍ତି ଏଥିପାଇଁ ପାଖାପାଖି ୫ ଲକ୍ଷ ନିବେଶ କରିବାକୁ ହେବ|ଏଥିରେ ବ୍ରାଣ୍ଡ ସିକ୍ୟୁରିଟି ୫୦ ହଜାର ,ରିନୋଭେସନ ୪ ଲକ୍ଷ,ଜିନିଷ ୧.୫ ଲକ୍ଷ ଅଟେ|

ଏହି ଫ୍ରାଞ୍ଚାଇଜି ଜରିଆରେ ମାସକୁ ପାଖାପାଖି ୫-୧୦ ଲକ୍ଷ ବିକ୍ରି ହୋଇପାରିବ|ଏଥିରେ କମ୍ପାନୀ ଏମ୍ଆରପିରେ କମିଶନ ଦେଇଥାଏ|ଏଥିରେ ମିଲ୍କ ପାଉଚ୍ ୨.୫%,ମିଲ୍କ ପ୍ରଡକ୍ଟ ରେ ୧୦%,ଆଇସିକ୍ରିମ ୨୦% କମିଶନ ମିଳେ|ଅମୁଲ ସ୍କୁପିଙ୍ଗ ପାର୍ଲର ଫ୍ରାଞ୍ଚାଇଜି ନେବା ଉପରେ ରେସିପି ବେଷ୍ଟ ଆଇସକ୍ରିମ ,ସେକ,ପିଜା,ସ୍ୟାଣ୍ଡୱଚ୍ ରେ ୫୦% କମିସନ ମିଳେ|ପ୍ରି ପ୍ୟାକ୍ଡ ଆଇସକ୍ରିମ ଉପରେ ୨୦% ଓ ଅମୁଲ ପ୍ରଡକ୍ଟ ଉପରେ ୧୦% ଦେଉଛି|

ଯଦି ଆପଣ ଆଉଟଲେଟ ନେଵାକୁ ଚାହୁଁଛନ୍ତି ୧୫୦ ବର୍ଗଫୁଟ ଜାଗା ଆବଶ୍ୟକ|ଅମୂଲ ଆଇସକ୍ରିମ ପାର୍ଲର ପାଇଁ ୩୦୦ ବର୍ଗଫୁଟ ଜାଗା ଆବଶ୍ୟକ|

ଯଦି ଆପଣ ଫ୍ରାଞ୍ଚାଇଜି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେଵେ ଆପଣଙ୍କୁ retail@amul.coop ରେ ମେଲ କରିବାକୁ ପଡ଼ିବ|ପୂରା ପ୍ରକ୍ରିୟା ସମ୍ପର୍କରେ ଜାଣିବାକୁ http//amul.com/m/amul-scooping-parlours ରେ ଲଗ୍ ଇନ୍ କରନ୍ତୁ|

odia sambada
Comments (0)
Add Comment