ଓମିନି ଠାରୁ ନେଇ ଅଲ୍ଟୋ ପର୍ଯ୍ୟନ୍ତ,ଜାଣନ୍ତୁ ଭାରତ ଓ‌ ପାକିସ୍ତାନରେ ବିକ୍ରି ହେଉଥିବା କାରର ଦାମ ଉପରେ କେତେ ଫରକ ?

ପାକିସ୍ତାନ ଦେଶରେ ମହଙ୍ଗା ଯୋଗୁଁ ପାଖାପାଖି ୪ ବର୍ଷ ହେଲାଣି ଚିନ୍ତିତ|ଇମରାନ ଖାନ ନେତୃତ୍ୱ ଅଧିନ ସରକାର ଆଜି ପାକିସ୍ତାନର ଅବସ୍ଥା ଖରାପ ହୋଇଛି|ରୁଷ ୟୁକ୍ରେନ ଯୁଦ୍ଧ ଯୋଗୁଁ କଚ୍ଚା ତେଳର ଦର ବୃଦ୍ଧି ଘଟିଛି|ଏହାଫଳରେ ପାକିସ୍ତାନର ଅବସ୍ଥା ଖରାପ ହୋଇଗଲାଣି|ପାକିସ୍ତାନ ଟଙ୍କା ୧୮୨ ଟଙ୍କା ପ୍ରତି ଡଲାର ହୋଇ ଯାଇଛି|

ଏସବୁର କାରଣ ପାକିସ୍ତାନର‌ କାରବାର ଵହୁ ପ୍ରଭାବିତ ହୋଇଛି|ପାକିସ୍ତାନରେ‌ କାର ଉତ୍ପାଦନ ଶୂନ୍ୟ ହୋଇଛି ଫଳରେ ସବୁ ଗାଡି ବାହାରୁ ଆଣିବାକୁ ପଡୁଛି|

୧:ମାରୁତି ଓମିନି:ଭାରତରେ ଏହାର ମୂଲ୍ୟ ୨.୦୮ ଲକ୍ଷରୁ ୩.୦୭ ଲକ୍ଷ ଟଙ୍କା ମଧ୍ୟରେ ମିଳୁଛି|ପାକିସ୍ତାନରେ ଏହି ଗାଡି ସୁଜୁକି ବୋଲାନ ନାମରେ ମିଳେ ଯାହାର ମୂଲ୍ୟ ୧୧.୭୮- ୧୨.୬୫ ଲକ୍ଷ ପାକିସ୍ତାନ ଟଙ୍କାରେ ହୋଇଥାଏ|

୨:ଅଲ୍ଟୋ: ଭାରତରେ ମାରୁତି ସୁଜୁକି ଅଲ୍ଟୋର ଦାମ୍ ୩.୨୫-୪.୯୪ ଲକ୍ଷ ଟଙ୍କା ହୋଇଥିଲାବେଳେ ପାକିସ୍ତାନରେ ଏହାର ମୂଲ୍ୟ ୧୪.୨୫-୧୮.୮୬ ଲକ୍ଷ ଟଙ୍କାରେ ବିକ୍ରି ହେଉଛି|

୩:ୱଗନ ଆର୍: ଭାରତରେ ମାରୁତି ସୁଜୁକି ୱଗନ ଆର୍ ବହୁ ଲୋକପ୍ରିୟ ଏହାର ମୂଲ୍ୟ ୫.୩୯ ଲକ୍ଷ ଟଙ୍କାରୁ ୭.୧୦ ଲକ୍ଷ ଟଙ୍କା ହୋଇଥିଲା ବେଳେ ପାକିସ୍ତାନରେ ଏହି ସୁଜୁକି ୱଗନ୍ ଆର ଦର ୧୮.୭୭ ଲକ୍ଷରୁ ଆରମ୍ଭ ହୋଇ ୨୧.୫୮ ଲକ୍ଷ ଟଙ୍କାରେ ବିକ୍ରି ହେଉଛି|

୪:ସେଲେରିଓ : ଭାରତରେ ଏହାର ମୂଲ୍ୟ ୫.୧୫ ଲକ୍ଷ ଟଙ୍କାରୁ ୬.୯୪ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି ହେଉଛି|ପାକିସ୍ତାନରେ ସୁଜୁକି କଲଟ୍ସ ଭାବେ ପରିଚିତ ଏହାର ମୂଲ୍ୟ ୧୬.୫୫ ଲକ୍ଷ ଟଙ୍କାରୁ ୧୯.୭୫ ଲକ୍ଷ ଟଙ୍କା ଭିତରେ ବିକ୍ରି ହେଉଛି|

୫:ସୁଇଫ୍ଟି : ଭାରତରେ ଏହାର ମୂଲ୍ୟ ୫.୯୦ – ୮.୭୭ ଲକ୍ଷ ଟଙ୍କା ହୋଇଥିଲା ବେଳେ ପାକିସ୍ତାନରେ ଏହାର ମୂଲ୍ୟ ୨୫-୨୯ ଲକ୍ଷ ଟଙ୍କା ହୋଇଥାଏ|

୬:ଭାରତରେ ହୋଣ୍ଡା ସିଟିର ମୂଲ୍ୟ ୧୧.୬୩ ଲକ୍ଷ – ୧୩.୫୮ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରୀ ହେଉଥିବାବେଳେ ପାକିସ୍ଥାନରେ ୨୪.୫ – ୨୮.୬ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରୀ ହେଉଛି|

୭:ଟୟୋଟା ୟାରିଶ୍: ଭାରତରେ ଏହାର ମୂଲ୍ୟ ୯.୧୬ ଲକ୍ଷ ଟଙ୍କା ହୋଇଥିଲା ବେଳେ ପାକିସ୍ତାନରେ ଏହାର ମୂଲ୍ୟ ୨୫ ଲକ୍ଷ ଟଙ୍କା ଅଟେ|

୮:ଟୟୋଟା ଫର୍ଚୁନର: ଏହାର ଡିଜେଲ ଭାରିଏଣ୍ଟ ୩୮ ଟଙ୍କା ହେଉଥିଲା ବେଳେ ପାକିସ୍ତାନରେ ୯୨ ଲକ୍ଷ ଟଙ୍କା ଅଟେ|

odia sambada
Comments (0)
Add Comment