ବିନା ବିଜୁଳିରେ ଚାଲିବ AC, ଜାଣନ୍ତୁ କେତେ ଏହାର ଦର ଓ ଏହା କେମିତି କାମ କରିବ ?

ଗରମ ଆସିବାକ୍ଷଣୀ ଏସି ର ଦରକାର ବହୁତ ଲୋକଙ୍କୁ ହୋଇଥାଏ। ଖାଆସ କରି ସହରରେ ରହୁଥିବା ଲୋକଙ୍କୁ ଏଥିପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। ଟଙ୍କା ଖର୍ଚ୍ଚ କରିବାର ଧାରା ଏହିଠାରୁ ଆରମ୍ଭ ହୋଇଥାଏ ଓ ଶେଷ ହୋଇନଥାଏ।

ଏହାପରେ ଲୋକଙ୍କୁ ବିଲ ଓ ମେଣ୍ଟେନାନ୍ସରେ ମଧ୍ୟ ଭଲ ଆମଉଣ୍ଟ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏମିତିରେ ସେମାନଙ୍କୁ ସବୁଠାରୁ ଯାହା ବାଧିଥାଏ ତାହା ହେଉଛି ବିଜୁଳି ବିଲ ଖର୍ଚ୍ଚ ହେବା। ଏସି ଚଲାଇବା କାରଣରୁ ଲୋକଙ୍କର ବିଜୁଳି ବିଲ ବହୁତ ଖର୍ଚ୍ଚ ହୋଇଥାଏ।

ସାଧାରଣ ଲୋକଙ୍କର ବିନା ଏସିରେ ବିଜୁଳି ବିଲ ଏକ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏସି ଲାଗିଥିବା ଲୋକଙ୍କ ବିଜୁଳି ବିଲ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଏମିତିରେ ଲୋକେ ସେହିପରି ଏକ ଜିନିଷ ଖୋଜୁଛନ୍ତି ଯାହାକି ଏଥିରୁ ତାଙ୍କୁ ମୁକ୍ତି ଦେବ।

ଏହିପରି ଏକ ଜିନିଷ ମାର୍କେଟରେ ଉପଲବ୍ଧ ରହିଛି ଓ ଏଥିପାଇଁ ଆପଣଙ୍କୁ ଅଳ୍ପ ରିସର୍ଚ୍ଚ କରିବାକୁ ହୋଇଥାଏ ଓ ଏହା ସାମାନ୍ୟ ଏସି ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରିଥାଏ।

ସୋଲାର AC କଣ ? :-

ଏକ ସୋଲାର AC ଓ ସୋଲାର ଏୟାର କଣ୍ଡିସନର ଏମିତି AC ହୋଇଥାଏ ଯାହାକି ସୋଲାର ପାୱାର କିମ୍ବା ସୂର୍ଯ୍ୟ କିରଣ ସହିତ କାମ କରିଥାଏ। ଏହିପ୍ରକାରର ଏସି ବିଜୁଳି ଦ୍ୱାରା ଚାଲିବା ପରିବର୍ତ୍ତେ ସୋଲାର ପ୍ୟାନେଲ ସହ ଜେନେରେଟ ହେଉଥିବା ସୋଲାର ଏନର୍ଜିରେ କାମ କରିଥାଏ।

ସୋଲାର ଏସି ମଧ୍ୟ ରେଗୁଲାର ଏସି ଭଳି କାମ କରିଥାଏ, କିନ୍ତୁ ତାଙ୍କ ପାଖରେ ପାୱାରର ଅଧିକ ଅପ୍ସନ ରହିଥାଏ। ଏକ କଂଭର୍ଟବଲ ଏୟାର କଣ୍ଡିସନରକୁ ଆପଣ କେବଳ ବିଜୁଳି ଜରିଆରେ ଚଲାଇ ପାରିବେ। କିନ୍ତୁ ସୋଲାର ଏସିକୁ ଆପଣ ତିନିପ୍ରକାରେ ବ୍ୟବହାର କରିପାରିବେ। ଏହାକୁ ଆପଣ ସୋଲାର ପାୱାର, ସୋଲାର ବ୍ୟାଟେରୀ ବ୍ୟାଙ୍କ ଓ ଇଲେକ୍ଟ୍ରିକ ସିଟି ଗ୍ରିଡ଼ ସହ ଚଲାଇପାରିବେ।

ଏହାର ଦର କେତେ ହୋଇଥାଏ?:-

ଏମିତିରେ ତ ଏହିପ୍ରକାରର ପ୍ରଡ଼କ୍ଟ ବଜାରରେ ବହୁତ କମ ଉପଲବ୍ଧ ରହିଛି। କିନ୍ତୁ କିଛି ୱେବସାଇଟରେ ଏହାକୁ ଲିଷ୍ଟ କରାଯାଇଛି। ଏକ ସାମାନ୍ୟ ଏସି ଭଳି ସୋଲାର ଏସି ଦାମ ଏହାର କ୍ଷମତା ଉପରେ ନିର୍ଭର କରିଥାଏ।

ଏକ ସୋଲାର ଏସି ପାଇଁ ଆପଣଙ୍କୁ ପାଖାପାଖି 99 ହଜାର ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। Kenbrook Solar ମୁତାବିକ, ଏକ ଟନ କ୍ଷମାତା ବାଲା ସୋଲାର ଏସି ପାଇଁ ଆପଣଙ୍କୁ 99 ହଜାର ଟଙ୍କା ଖର୍ଚ୍ଚ କରିବାକୁ ହେବ ଓ ସେହିପରି ଭାବରେ 1.5 ଟନ କ୍ଷମତା ବାଲା ଏସି ପାଇଁ ଆପଣଙ୍କୁ 1.39 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ହେବ।

odia sambada
Comments (0)
Add Comment