ପିତା ଅଟନ୍ତି ଜଜଙ୍କ ଡ୍ରାଇଭର, ଝିଅ କଠିନ ପରିଶ୍ରମ କରି ସପ୍ତମ ରିଆଙ୍କ ହାସଲ କରି ହୋଇଗଲେ ଜଜ

ପିତା ଥିଲେ ସିଭିଲ ଜଜଙ୍କ କର ଡ୍ରାଇଭର ଓ ତାଙ୍କ ଝିଅ ନିଜ ପିତାଙ୍କୁ ଡ୍ରାଇଭର ସିଟରେ ବସୁଥିବାର ବହୁତ ସମୟ ହେବ ଦେଖିଆସୁଥିଲେ। ସେ ପିଲାବେଳରୁ ମନସ୍ଥ କରିଥିଲେ କି, ବଡ଼ ହେଲେ ସେ ମଧ୍ୟ ଜଣେ ଜଜ ହେବେ ଓ ଏଥିପାଇଁ ସେ କଠୋର ପରିଶ୍ରମ କରିବା ମଧ୍ୟ ଆରମ୍ଭ କରିଥିଲେ। ଶେଷରେ ସେ ନିଜର ସ୍ୱପ୍ନ ସାକାର କରିଥିଲେ। ପ୍ରଥମ ପ୍ରଚେଷ୍ଟାରେ ପିସିଏସ-ଜେ ପରୀକ୍ଷାରେ ସପ୍ତମ ରାଙ୍କ ହାସଲ କରି ଜଜ ହୋଇଥିଲେ। ବର୍ତ୍ତମାନ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିବାରେ ଲାଗିଛି।

ମଧ୍ୟପ୍ରଦେଶ ହାଇକୋର୍ଟ ତରଫରୁ ହୋଇଥିବା ଏହି ପରୀକ୍ଷାର ରେଜଲ୍ଟ ମଙ୍ଗଳବାର ଦିନ ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ନିମଚ ଜଜଙ୍କ ଡ୍ରାଇଭରର ଝିଅ ଉତ୍ତୀର୍ଣ୍ଣ ହୋଇ ଜଜ ହୋଇସାରିଛନ୍ତି। ବଂଶିକାଙ୍କ ସଫଳତା ଉପରେ ସାରା ପରିବାର ଗର୍ବ କରୁଛି। ଏହାସହ ବଂଶିକାଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳି ଯାଉଛି। ପିତାଙ୍କ ଖୁସିର କୌଣସି ଠିକଣା ରହିନାହିଁ। ବଂଶିକା କେବଳ ପିତାଙ୍କର ନୁହେଁ ସାରା ପରିବାରର ନାମକୁ ରୋଶନ କରିଦେଲେ, ବଂଶିକାଙ୍କ ଜେଜେ ମଧ୍ୟ ହାଇକୋର୍ଟରେ ଜଣେ କ୍ଲର୍କ ଭାବରେ କାମ କରୁଥିଲେ।

ମାତା-ପିତା ଓ କଠିନ ପରିଶ୍ରମକୁ ଶ୍ରେୟ ଦେଲେ:-

ବଂଶିକା ନିଜ ସଫଳତାର ଶ୍ରେୟ ମାତା, ପିତାଙ୍କ ପ୍ରେରଣା ଓ କଠୋର ପରିଶ୍ରମକୁ ଦେଇଥିଲେ। ପ୍ରଦେଶରେ ଏହି ପରୀକ୍ଷା ପାଇଁ 252 ପଦବୀ ଥିଲା ଓ 350 ଜଣ ଅଭ୍ୟାର୍ଥୀ ଏଥିରେ ସାମିଲ ହୋଇଥିଲେ। ଏହାର ପରିଣାମ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ଆସିଛି। ପରୀକ୍ଷାର ରେଜଲ୍ଟ ଆସିବାପରେ ଲଘୁ ବେତନ ଧାରୀ ଅରବିନ୍ଦ ଗୁପ୍ତାଙ୍କ ଘରେ ମିଠେଇ ବଣ୍ଟା ଯାଉଛି। ତାଙ୍କର ଝିଅ ବଂଶିକା ଗୁପ୍ତା ପ୍ରଥମ ପ୍ରଚେଷ୍ଟାରେ ହିଁ ଜଜ ହୋଇଗଲେ ଓ ସାରା ପ୍ରଦେଶରେ ସପ୍ତମ ରାଙ୍କ ମଧ୍ୟ ଆଣିଥିଲେ।

ପିତା ଡ୍ରାଇଭର ଓ ଜେଜେ ଥିଲେ କ୍ଲର୍କ:-

ବଂଶିକା ଗୁପ୍ତାଙ୍କ ଜେଜେ ରମେଶଚନ୍ଦ ଗୁପ୍ତା ମଧ୍ୟ ନ୍ୟାୟାଳୟରେ ଗ୍ରେଡ-1 ରିଡ଼ର ଥିଲେ। ସେବନିବୃତ୍ତ ପରେ ସେ ବର୍ତ୍ତମାନ ମନ୍ଦସୌରରେ ଓକିଲାତି କରୁଛନ୍ତି। ସେହିପରି ପିତା ଅରବିନ୍ଦ ଗୁପ୍ତା ଲଘୁ ବେତନ କର୍ମଚାରୀ ଡ୍ରାଇଭର ହିଁ ରହିଛନ୍ତି। ସେହିପରି ବଂଶିକାଙ୍କ ମାଆ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଅଟନ୍ତି। ତାଙ୍କ ମାଆ କୁହନ୍ତି, ବଂଶିକା ପିଲାବେଳରୁ କୋର୍ଟ କଚେରୀ ମାମଲା ଘରେ ଶୁଣୁଥାଏ। ପିତାଙ୍କୁ ପରିଶ୍ରମ କରୁଥିବାର ଦେଖି ତାଙ୍କୁ ଲାଗିଲା ସେ ଯେମିତି କିଛି ହେବେ।

ପିଲାବେଳରୁ ତୟ କରିଥିଲେ ଜଜ ହିଁ ହେବେ:-

ମାଆଙ୍କର କହିବା ହେଲା ପିଲାବେଳରୁ ତାଙ୍କର ଇଛା ଜଜ ହେବାର ଥିଲା। ବାପା ତାଙ୍କର କହୁଥିଲେ, ଝିଅ ତୁ ଏମିତି କିଛି କରିବୁ ଯାହାଦ୍ୱାରା ମୋ ନାଁ ରୋଶନ ହେବ। ଏହାକୁ ବଂଶିକା ଗୁପ୍ତା ପ୍ରମାଣ କରି ଦେଖାଇଛନ୍ତି। ବଂଶିକାଙ୍କ ଘରକୁ ବର୍ତ୍ତମାନ ବଧେଇ ର ଶୁଅ ଛୁଟିବାରେ ଲାଗିଛି।

odia sambada
Comments (0)
Add Comment