ଗଛରୁ ଲେମ୍ବୁ ଛିଣ୍ଡାଇ ଦେବାରୁ ବୋହୂକୁ ପିଟିପିଟି ମାରିଦେଲେ ଶାଶୁ ଓ ନଣନ୍ଦ,ଜାଣନ୍ତୁ ପୁରା ଘଟଣା

ଆଜି ଲେମ୍ବୁର ଦର ଆକାଶଛୁଆଁ ହୋଇଯାଇଛି ଜଣେ ସାଧାରଣ ଲୋକ ଏହାକୁ କିଣିବା ପୂର୍ବରୁ 100 ଥର ଭାବୁଛି। ସୋସିଆଲ ମିଡ଼ିଆରେ ଲେମ୍ବୁକୁ ନେଇ ବହୁତ ମିମ୍ସ ବନିବାରେ ଲାଗିଛି। ଲୋକମାନେ ଲେମ୍ବୁକୁ ଡ଼ାଇମଣ୍ଡ ସହିତ ତୁଳନା କରୁଛନ୍ତି। କୁହାଯାଉଛି ଯାହା ଘରେ ବର୍ତ୍ତମାନ ଲେମ୍ବୁ ଗଛ ରହିଛି ସେ ହେଉଛି ଧନୀ। କିନ୍ତୁ କାହାକୁ ଜଣାନାହିଁ ଯେ ଲେମ୍ବୁକୁ ନେଇ ମଜାକ ମସ୍ତି ସହିତ ହତ୍ୟା ମାମଲା ମଧ୍ୟ ଘଟି ଗଲାଣି।

ଲେମ୍ବୁ ନେଲା ବୋହୂର ଜୀବନ:-

ବିହାରରେ ଲେମ୍ବୁ ପାଇଁ ଶାଶୁ ଓ ନଣନ୍ଦ ବୋହୂକୁ ହତ୍ୟା କରିବାର ମାମଲା ସାମ୍ନାକୁ ଆସିଛି। ଆରୋପ ଏହାକି ଯେ, ଶାଶୁ ଓ ନଣନ୍ଦଙ୍କୁ ବୋହୂର ଲେମ୍ବୁ ତୋଳିବା ପସନ୍ଦ ନଥିଲା। ଏହାପରେ ସେ ବୋହୂକୁ ମାରପିଟ କଲେ ଓ ଗଳା ଦବାଇ ଶେଷରେ ହତ୍ୟା କରିଦେଲେ। ବର୍ତ୍ତମାନ ଶାଶୁ ଓ ନଣଦ ଦୁହେଁ ଫେରାର ଅଛନ୍ତି। ଏହି ଘଟଣା ବିହାରର ଚମ୍ପାରନ ଜିଲ୍ଲାର ଛୋଉଡ଼ାଦାନ ଥାନା ଚୈନପୁର ଗ୍ରାମର କୁହାଯାଉଛି।

ମୃତକାଙ୍କ ପରିଚୟ କାଜଲ ଦେବୀ ନାମରେ ଜଣାଯାଉଛି। ସେ ଚୈନପୁରର ସୁନୀଲ ବୈଠାଙ୍କ ପତ୍ନୀ ଅଟନ୍ତି। ମହିଳାଙ୍କ ଶଶୁର ଓ ସ୍ୱାମୀ ଅନ୍ୟ ରାଜ୍ୟରେ କାମ କରନ୍ତି। ଯେତେବେଳେ ତାଙ୍କୁ ଏହିକଥା ବିଷୟରେ ଜଣାପଡ଼ିଲା ସେମାନେ ଆଶ୍ଚର୍ଯ୍ୟ ହୋଇ ରହିଗଲେ। ଗୋଟିଏ ଲେମ୍ବୁ ପାଇଁ ପରିବାରରେ ଏମିତି କାଣ୍ଡ ଘଟିଯିବ କେହି ଭାବିନଥିଲେ।

ଶାଶୁ ଓ ନଣନ୍ଦ ଗଳା ଦବାଇ ମାରିଦେଲେ:-

ବର୍ତ୍ତମାନ ପୋଲିସ ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛନ୍ତି। ଜିଲ୍ଲା ମୁଖ୍ୟାଳୟ ମୋତିହାରୀ ଠାରେ ପୋଷ୍ଟମର୍ଟମ ହେବାପରେ କିଛି ସ୍ଥିତି ସମ୍ପୂର୍ଣ୍ଣ ଭାବରେ ଜଣାପଡ଼ିବ। ବର୍ତ୍ତମାନ ପୋଲିସ କେସ ଦର୍ଜ କରିଛି। ଶାଶୁ ଓ ନଣନ୍ଦଙ୍କୁ ପୋଲିସ ଖୋଜୁଛି। ସେହିପରି ମୃତକାଙ୍କ ପରିବାର ଲୋକଙ୍କୁ ମଧ୍ୟ ଏହାର ଖବର ଦିଆଯାଇଛି।

ସେପଟେ ଏକ ଲେମ୍ବୁକୁ ନେଇ ମାରପିଟ ଓ ଗଳା ଦବାଇ ହତ୍ୟା କରାଯିବା ପରେ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ଲାଗି ରହିଛି। କାହାକୁ ବିଶ୍ବାସ ହେଉନାହିଁ ଯେ, ଏମିତି କିଛି ହୋଇଥିବ।

odia sambada
Comments (0)
Add Comment