ମେ ୪ ରେ ଲଘୁଚାପ !

ଖରାରେ ସିଝୁଛି ସାରା ଓଡ଼ିଶା। ତା ସାଙ୍ଗକୁ ଅଣାୟତ କରୁଛି ଗ୍ରୀଷ୍ମପ୍ରବାହ ବା ଝାଞ୍ଜି ପବନ।ପ୍ରଚଣ୍ଡ ଖରାରେ ତତଲା କଡେଇ ପାଲଟିଛି ସାରା ଓଡିଶା। ଟାଣ ଖରା ସାଙ୍ଗକୁ ଝାଞ୍ଜି ପବନ ଓ ଗୁଳୁଗୁଳି ସାଧାରଣ ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି। ଦିନ ୯ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇଛି। ଉତ୍ତର-ପଶ୍ଚିମ ଓ ପଶ୍ଚିମ ଦିଗରୁ ତତଲା ଶୁଷ୍କ ପବନ ରାଜ୍ୟକୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଇଛି। ଆଗାମୀ ୫ ଦିନ ରାଜ୍ୟ ରେ ଅଧିକ ଖରା ହେବାର ସମ୍ଭାବନା ରହିଛି।ଏହି ୫ ଦିନ5 ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ଅଧିକ ରହିବ ଓ ଉପକୂଳ ରେ ୨ ରୁ ୩ ଡିଗ୍ରୀ ଅଧିକ ରହିବ।ରାଜ୍ୟ ର ୯ ଟି ସ୍ଥାନ ର ତାପମାତ୍ରା ୪୩ ଡିଗ୍ରୀ ଓ ୪୨ ଡିଗ୍ରୀ ଉପରେ ୧୪ ଟି ସହର ରହିଥିବା ବେଳେ ୪୦ ଡିଗ୍ରୀ ଉପରେ ୨୨ ଟି ସହର ର ତାପମତ୍ରା ରେକର୍ଡ କରାଯାଇଥିଲା।

ପଶ୍ଚିମା ପବନ ଯୋଗୁଁ ଗ୍ରୀଷ୍ମପ୍ରବାହ ହେଉଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ। ଆଫଗାନିସ୍ତାନ, ପାକିସ୍ତାନ, ରାଜସ୍ଥାନରୁ ଆସୁଥିବା ପବନ ତାତି ବଢ଼ାଉଛି। ସେସବୁ ସ୍ଥାନରେ ତାତି ୪୫ରୁ ଅଧିକ ରହୁଥିବାରୁ ତାର ପ୍ରଭାବ ପଡୁଛି। ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ଆର୍. କେ. ଜେନାମଣି କହିଛନ୍ତି ଯେ ଆଜି ଏବଂ ଆସନ୍ତାକାଲି ୨ ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ। ୧ ତାରିଖ ବେଳକୁ ଓଡ଼ିଶାରେ ସ୍ଥିତି ପରିବର୍ତ୍ତନ ହୋଇପାରେ। ଆସନ୍ତା ମେ ମାସ ୪ ତାରିଖ ରାତି ବା ୫ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ତେବେ କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ଆର୍.କେ ଜେନାମଣି ସୂଚନା ଦେଇଛନ୍ତି।

odia sambada
Comments (0)
Add Comment