DC vs KKR: ପୁଣିଥରେ ନୋ ବଲକୁ ନେଇ ଋଷଭ ପନ୍ତ ସୃଷ୍ଟି କଲେ ବିବାଦ, ମୈଦାନରେ ଦେଖିବାକୁ ମିଳିଲା ହାଇ ଭୋଲ୍ଟେଜ ଡ୍ରାମା

ଦିଲ୍ଲୀ କ୍ୟାପିଟାଲସ ଅଧିନାୟକ ଋଷଭ ପନ୍ତ ଏବେ ଚର୍ଚ୍ଚାରେ ରହିଛନ୍ତି। ଘଟଣା ଏହାକି ଯେ, ଏକ ପୂର୍ବ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ଓ ରାଜସ୍ଥାନ ରୟାଲସ ମଧ୍ୟରେ ଏକ ନୋ ବଲକୁ ନେଇ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଅମ୍ପାୟାରଙ୍କ ସହିତ ବବାଲ ମଚାଇଥିଲେ ଓ ନିଜର ଖେଳାଳିଙ୍କୁ ମୈଦାନ ଛାଡ଼ି ଚାଲି ଆସିବାକୁ କହିଥିଲେ। ଏହାପରେ ପନ୍ତଙ୍କ ଉପରେ ଭାରି ଜରିମାନା ମଧ୍ୟ ଲାଗିଥିଲା। ପୁଣି ଏହିପରି ଏକ ମାମଲା ଗତକାଲି ମ୍ୟାଚରେ ନୋ ବଲକୁ ନେଇ ଦେଖିବାକୁ ମିଳିଥିଲା।

ନୋ ବଲକୁ ନେଇ ପୁଣି ହେଲା ବିବାଦ:-

ଆଇପିଏଲ 2022 ର 41ତମ ମ୍ୟାଚ ଦିଲ୍ଲୀ ଓ କୋଲକାତା ମଧ୍ୟରେ ଖେଳା ଯାଉଥିଲା। ଏହି ମ୍ୟାଚରେ ଦିଲ୍ଲୀ 4 ଉଇକେଟରେ ବିଜୟ ମିଳିଥିଲା। କିନ୍ତୁ କୋଲକାତା ବ୍ୟାଟିଂ କରୁଥିବା ସମୟରେ ଏକ ନୋ ବଲକୁ ନେଇ ଋଷଭ ପନ୍ତ ପୁଣିଥରେ ଆମ୍ପାୟାରଙ୍କ ସହିତ ଲଢ଼ିବାର ଦେଖିବାକୁ ମିଳିଲା। ଘଟଣାଟି 17 ତମ ଓଭରରେ ଘଟିଥିଲା ଯେବେ ଦିଲ୍ଲୀ ତରଫରୁ ଲଳିତ ଯାଦବ ବଲ ପକାଇବାକୁ ଆସିଥିଲେ ଓ ତୃତୀୟ ବଲରେ ସେ ଏକ ହାଇ ଫୁଲ ଟସ ଫିଙ୍ଗିଥିଲେ ଓ ଏହାପରେ ପନ୍ତ, ଆମ୍ପାୟାରଙ୍କ ସହିତ ତର୍କ କରିବାର ଦେଖାଯାଇଥିଲା।

ଅଣ୍ଟା ଉପରେ ଥିଲା ବଲ:-

ରିପ୍ଲେ ରେ ସଫା ସଫା ଦେଖିବାକୁ ମିଳିଥିଲା କି, ଏହି ବଲଟି ଅଣ୍ଟା ଉପରେ ଥିଲା ଓ ଅମ୍ପାୟାରଙ୍କ ନିଷ୍ପତ୍ତି ସଠିକ ଥିଲା। କିନ୍ତୁ ଋଷଭ ପନ୍ତ ଏଥିରେ ଖିସି ନଥିଲେ ଓ ସେ ଅମ୍ପାୟାରଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ପରେ ଋଷଭ ମାନିଥିଲେ କି ଏହି ବଲ ଲିଗାଲ ନଥିଲା ଓ ଏହାର ପରବର୍ତ୍ତୀ ବଲରେ କୋଲକାତା ବ୍ୟାଟ୍ସମ୍ୟାନ ଏହି ନୋ ବଲର କୌଣସି ଫାଇଦା ଉଠାଇ ପାରିନଥିଲେ।

ରାଜସ୍ଥାନ ବିପକ୍ଷରେ ହୋଇଥିଲା ବିବାଦ:-

ଏହାପୂର୍ବରୁ ଦିଲ୍ଲୀ ଟିମ ଯେତେବେଳେ ରାଜସ୍ଥାନ ବିପକ୍ଷରେ ଖେଳୁଥିଲା ସେତେବେଳେ ବହୁତ ବଡ଼ ବବାଲ ମଚି ଯାଇଥିଲା। ଶେଷ ଓଭରରେ ଦିଲ୍ଲୀକୁ ଜିତିବାପାଇଁ 36 ରନର ଆବଶ୍ୟକ ଥିଲା ଓ ପ୍ରଥମ ତିନୋଟି ବଲରେ ରୋଭମାନ ପାୱେଲ ତିନୋଟି ଛକା ମାରିଥିଲେ। କିନ୍ତୁ ଓଭରର ତୃତୀୟ ବଲ ଏକ ଫୁଲ ଟସ ଥିଲା, ଯାହାଉପରେ ପନ୍ତଙ୍କ ସମେତ ଦିଲ୍ଲୀର କେତେକ ଖେଳାଳି ପ୍ରଶ୍ନ ଉଠାଇବାକୁ ଲାଗିଲେ। କିନ୍ତୁ ଅମ୍ପାୟାର ଏହି ବଲକୁ ଲିଗାଲ କହିବାପରେ ଋଷଭ ପନ୍ତ ବିଗିଡ଼ି ଯାଇଥିଲେ ଓ ନିଜ ଖେଳାଳିଙ୍କୁ ଫେରି ଆସିବାପାଇଁ କହିଥିଲେ। ଏହାପରେ ପନ୍ତଙ୍କ ଉପରେ ମ୍ୟାଚର 100 ପ୍ରତିଶତ ଜରିମାନା ଲାଗିଥିଲା।

odia sambada
Comments (0)
Add Comment