ଦେଖନ୍ତୁ ଭିଡ଼ିଓ : ପିଲାଟିକୁ ମୃତ୍ୟୁ ମୁଖରୁ ଟାଣି ଆଣିଲା ମାଆ, ଲୋକେ କହିଲେ ମାଆ ଠାରୁ ସୁରକ୍ଷିତ ଆଉ କିଛି ନାହିଁ !

ଜଣେ ମାଆ ନିଜର ପିଲାକୁ ବହୁତ ଭଲ ପାଇଥାଏ। ନିଜ ପିଲା ଉପରେ କୌଣସିବି ସମସ୍ୟା ଆସିବାକୁ ଦେଇନଥାଏ। ଯେତେବେଳେ ଏହା ହୋଇଥାଏ ମାଆ ନିଜର ଜୀବନ ଦେବାକୁ ମଧ୍ୟ ପଛାଇ ନଥାନ୍ତି। ଏହାର ସବୁଠାରୁ ଏକ ଭଲ ଉଦାହରଣ ସୋସିଆଲ ମିଡ଼ିଆରେ ଆଜିର ଦିନରେ ଭାଇରାଲ ହେଉଛି।

ମୃତ୍ୟୁ ମୁଖରୁ ନିଜର ପିଲାଙ୍କୁ ବଞ୍ଚାଇଲେ:-

ଭିଡ଼ିଓରେ ଆପଣ ଦେଖିପାରିବେ କି, କେମିତି ଜଣେ ମାଆ ନିଜ ପିଲାଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣୁଛନ୍ତି। ଭିଡ଼ିଓର ଆରମ୍ଭ ଏକ ହାଇୱେରୁ ହେଉଛି। ଏକ ବାଇକ ଉପରେ ଜଣେ ବ୍ୟକ୍ତି, ମହିଳା ଓ ପିଲାଟି ବସିଥାନ୍ତି। ବାଇକ ଉପରେ କିଛି ଜିନିଷ ମାନ ମଧ୍ୟ ରହିଛି। ଏହି ଜିନିଷ ଗୁଡ଼ିକ ପାଖରେ ଯାଉଥିବା କାର ସହିତ ଧକା ଖାଇବାପରେ ବାଇକରୁ ମହିଳା ଓ ତାଙ୍କ କୋଳରେ ବସିଥିବା ପିଲାଟି ରୋଡ଼ ଉପରେ ପଡିଯାଉଛନ୍ତି।

ଏତିକିରେ କାହାଣୀ ଶେଷ ହୋଇନାହିଁ ଯେତେବେଳେ ପିଲାଟି ପଡିଯାଉଛି ସେତେବେଳେ ତା’ପାଖରେ ଟ୍ରକ ଚାଲିଆସୁଛି ଓ ହଠାତ ସେହି କ୍ଷଣୀ ମାଆ ନିଜର ପିଲାଟିକୁ ଟ୍ରକ ସାମ୍ନାରୁ ଟାଣି ଆଣୁଛନ୍ତି। ପିଲାଟି ନିଜର ମାଆ ଯୋଗୁଁ ବଞ୍ଚିଯାଉଛି। ଏହି ସମ୍ପୂର୍ଣ୍ଣ ଘଟଣା ରୋଡ଼ରେ ଲାଗିଥିବା ଏକ କ୍ୟାମେରା ଦ୍ୱାରା ରେକର୍ଡ଼ ହୋଇଯାଇଥିଲା।

ଏହି ଭିଡ଼ିଓ 2019 ମସିହାର ଅଟେ କିନ୍ତୁ ଏବେଏବେ ଇଂଲଣ୍ଡ କ୍ରିକେଟର ଜୋଫ୍ରା ଆର୍ଚ୍ଚର ଏହାକୁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି କ୍ୟାପ୍ସନରେ ସେହି ମହିଳାଙ୍କୁ ମଦର ଅଫ ଦ ଇୟର ଆୱାର୍ଡ଼ ଦେଇଥିଲେ। ଏହି ଭିଡ଼ିଓ ଭିଏତନାମର ଗୋଇ ଅଞ୍ଚଳର କୁହାଯାଉଛି।

ଏହି ଭିଡ଼ିଓ ଦେଖି ଜଣାପଡ଼ୁଛି କି, ମାଆ ପାଖରେ ଆପଣ କେତେ ସୁରକ୍ଷିତ ଅଟନ୍ତି। ମାଆ ପାଖରେ ଥିବାବେଳେ 99 ପ୍ରତିଶତ ଚାନ୍ସ ରହିଛି କି, ତୁମେ ସୁରକ୍ଷିତ ଅଟ। ଏହି ଭିଡ଼ିଓ ଭାଇରାଲ ହେବାପରେ ଲୋକେ ମାଆଙ୍କର ବହୁତ ପ୍ରଶଂସା କରୁଛନ୍ତି। ଏଥିପାଇଁ ତ ଲୋକେ ମାଆଙ୍କୁ ଭଗବାନଙ୍କ ରୂପ ବୋଲି ମାନିଥାନ୍ତି। ଏହିପରି ଆଉଜଣେ ଲେଖିଥିଲେ, ମାଆଙ୍କ ଠାରୁ ସୁରକ୍ଷା କବଚ ଆଉ କିଛିନାହିଁ। ଆଉଜଣେ ଲେଖିଥିଲେ ମାଆ ତୁମେ ଧନ୍ୟ ଅଟ ଓ ଆପଣଙ୍କୁ ହୃଦୟରୁ ସଲାମ।

ଦେଖନ୍ତୁ ଭିଡ଼ିଓ:-

ଏହା ପ୍ରଥମଥର ନୁହେଁ ଯେବେକି ମାଆ ନିଜର ପିଲାଙ୍କୁ ବଞ୍ଚାଇଛନ୍ତି। ଏମିତି ଆଗରୁ ବହୁତ ବାର ମଧ୍ୟ ହୋଇସାରିଛି। ଏବେ ଏହି ଭିଡ଼ିଓଟି ଭାଇରାଲ ହେଉଛି ଓ ଏହାକୁ ଆପଣ ଦେଖିପାରିବେ।

odia sambada
Comments (0)
Add Comment