ମାଳଦ୍ୱୀପ ବୁଲିଯିବାକୁ ଇଛା ଅଛି କି ? ତାହେଲେ ମାଗଣାରେ ବୁଲନ୍ତୁ

ମାଳଦ୍ୱୀପ ଏପରି ଏକ ଜାଗା ଅଟେ ଯେଉଁଠିକୁ ପ୍ରାୟତଃ ସମସ୍ତେ ଯିବା ପାଇଁ ପସନ୍ଦ କରନ୍ତି। ଏହି ସୁନ୍ଦର ଆଇଲ୍ୟାଣ୍ଡକୁ ଯିବା ପାଇଁ ପ୍ରତ୍ୟେକ ଲୋକଙ୍କର ଇଚ୍ଛା ଥାଏ। ଏଠାରେ ସମୁଦ୍ର, ଆଡଭେଞ୍ଚର, ଧଳା ବାଲି, ପାଣି ଉପରେ ନିର୍ମିତ ହୋଇଥିବା କଟେଜ, ଖାଇବା ଇତ୍ୟାଦିର ମଜା ଉଠାଇବା ପାଇଁ ସମସ୍ତେ ଚାହାନ୍ତି। ଅନେକ ଲୋକଙ୍କର ମାଲଦ୍ୱୀପ ଡ୍ରିମ ଡେଷ୍ଟିନେସନ ମଧ୍ୟ ରହିଥାଏ। ତେଣୁ ଏଠାକୁ ଲୋକମାନେ ବୁଲିବାକୁ ଆଉ ନବବିବାହିତ ଦମ୍ପତିମାନେ ହନିମୁନ କରିବାକୁ ଯାଇଥାନ୍ତି।

ଏଠାରେ ବର୍ଷ ସାରା ପାଗ ଭଲ ରହିଥାଏ। କିନ୍ତୁ ଡିସେମ୍ବରରୁ ଏପ୍ରିଲ ମଧ୍ୟରେ ଏଠାରେ ଅଧିକ ଭିଡ ଦେଖିବାକୁ ମିଳିଥାଏ। ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ସ୍ଥାନକୁ ବୁଲିବାକୁ ଯାଆନ୍ତି। ଯଦି ଆପଣ ମାଲଦ୍ୱୀପ ବୁଲିବାକୁ ଯିବାରେ ପ୍ଲାନ କରୁଛନ୍ତି, ତେବେ ପୂର୍ବରୁ ପ୍ଲାନିଂ କରି ବଜେଟ ଅନୁସାରେ ଏଠାକୁ ଯାଆନ୍ତୁ। କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ଉପାୟ କହିବୁ, ସେ ଉପାୟ ଯଦି ଆପଣ ଆପଣାଇବେ ତେବେ ମାଗଣାରେ ମାଳଦ୍ୱୀପ ବୁଲିବାକୁ ଯାଇପାରିବେ ଏବଂ ବିଳାସପୂର୍ଣ୍ଣ ସୁବିଧାର ମଜା ମଧ୍ୟ ନେଇପାରିବେ।

ମାଳଦ୍ୱୀପ ମାଗଣାରେ କେମିତି ଯିବେ:-

Coco Collection Resort ଇନଷ୍ଟାଗ୍ରାମ ପୋଷ୍ଟ ଅନୁସାରେ, ମାଳଦ୍ୱୀପରେ କୋକେ କଲେକ୍ସନ ରିସୋର୍ଟର ଜଣେ ବ୍ୟକ୍ତି ୩ ସପ୍ତାହ ପାଇଁ ଇଣ୍ଟର୍ନସିପର ସୁଯୋଗ ଦେଉଛନ୍ତି। କୋରଲ ରିଫ ଗାର୍ଡନର ହେବା ପାଇଁ ରିସୋର୍ଟ ଜଣେ ବ୍ୟକ୍ତିଙ୍କୁ ମାଗଣାରେ ମାଲଦ୍ୱୀପରେ ରହିବା ପାଇଁ ସୁଯୋଗ ଦେଉଛି। ବ୍ୟକ୍ତିଙ୍କୁ ଇନ ହାଉସ ମରୀନ ଏଜୁକେଟରଙ୍କ ସହ କାମ କରିବା ପାଇଁ ପଡିବ। କୋରଲ ରିଫ ଗାର୍ଡନର ଅର୍ଥାତ୍‌ ଯେଉଁମାନେ ମୃତ କୋରଲ ରିଫକୁ ପୁଣିଥରେ ସଂରକ୍ଷିତ କରିପାରିବେ। ଏହି ରିସୋର୍ଟ ନିକଟରେ ସ୍ୱତନ୍ତ୍ର ପ୍ରକାରର ପ୍ରବାଳ ଦେଖିବାକୁ ମିଳିଥାଏ।

ମାଳଦ୍ୱୀପରେ ପାଣିପାଗ ପରିବର୍ତ୍ତନ ହେଉଥିବା କାରଣରୁ ସମୁଦ୍ର ଇକୋ ସିଷ୍ଟମକୁ କ୍ଷତି ପହଞ୍ଚୁଛି। ସମୁଦ୍ରର ତାପମାତ୍ରା ବୃଦ୍ଧି, ଅମ୍ଲୀକରଣ, ସମୁଦ୍ର ସ୍ତର ବୃଦ୍ଧି ପାଇବା, ବର୍ଷା ଯୋଗୁଁ ମଧ୍ୟ ଇକୋ ସିଷ୍ଟମରେ ମଧ୍ୟ ପ୍ରଭାବିତ ହେଉଛି। ଏହାର ପ୍ରଭାବ କୋରଲ ରିଫ ଉପରେ ପଡୁଛି ଓ ସେମାନେ ଏଥିରେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାର ଦେଖାଶୁଣା ଏବଂ ସରଂକ୍ଷଣ କରିବା ପାଇଁ କୋରଲ ରିଫ ଗାର୍ଡନରଙ୍କୁ ଏକ ଇଣ୍ଟର୍ନସିପର ସୁଯୋଗ ଦିଆଯାଉଛି।

ଯଦି କେହି ଏହି ଇଣ୍ଟର୍ନସିପ କରିବାକୁ ଚାହୁଁଛନ୍ତି, ସେମାନେ ୨-୩ ମିନିଟ୍‌ ଭିଡିଓ କରିବେ, ଯେଉଁଥିରେ ସେ କ’ଣ ପାଇଁ ଏହି ଇଣ୍ଟର୍ନସିପ କରିବାକୁ ଚାହୁଁଚନ୍ତି ଏବଂ ସେ ଉପଯୁକ୍ତ। ଏହା ସହ ୫୦୦ ଶବ୍ଦର ଲେଟର ମଧ୍ୟ ଦେବାକୁ ହେବ। ଆବେଦନ କରୁଥିବା ବ୍ୟକ୍ତିଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଜରୁରୀ। ୧୨ ମଇ ପର୍ଯ୍ୟନ୍ତ ଶେଷ ତାରିଖ ରହିଥିବା ସମୟରେ ଜୁନ ୨ ତାରିଖରେ ବିଜେତାଙ୍କର ନାମ ଘୋଷଣା କରାଯିବ। ଯେଉଁ ଇଣ୍ଟର୍ନଙ୍କୁ ସିଲେକ୍ଟ କରାଯିବ, ତାଙ୍କୁ କୋକୋ ପାମ ଘୁନୀ କ୍ଲୋହୁ ରିସୋର୍ଟ ଯିବେ ଏବଂ ଇଣ୍ଟର୍ନସିପ ପରେ ସେପପ୍ଟେମ୍ବରରେ ପ୍ଲେସମେଣ୍ଟ ମିଳିବ। ଇଣ୍ଟର୍ନସିପରେ ସିଲେକ୍ଟ ହୋଇଥିବା ବ୍ୟକ୍ତିମାନଙ୍କୁ ଏହି ସମସ୍ତ ସୁବିଧା ମଧ୍ୟ ମିଳିବ।

ମାଳଦ୍ୱୀପ ପାଇଁ ରାଉଣ୍ଡଟ୍ରିପର ଉଡାଣ:-

– କୋକୋ ପାମ ରିସୋର୍ଟକୁ ଯିବା ଆସିବା ପାଇଁ ସି ପ୍ଲେନ।

– ଡିଲକ୍ସ ଭିଲାରେ ୩ ସପ୍ତାହ ରହିବା ମାଗଣା।

– ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତିର ଖାଇବା ମଧ୍ୟ ମାଗଣା।

– କ୍ରୁଜରେ ବସି ସୂର୍ଯ୍ୟାସ୍ତ ଦେଖିବାର ମଜା।

– ସ୍ପା ଟ୍ରିଟମେଣ୍ଟ।

odia sambada
Comments (0)
Add Comment