Umran Malik : କାଶ୍ମୀରର ଏକ ଛୋଟ ଗାଁ ରୁ ଆସିଲେ ଦୁନିଆର ସବୁଠାରୁ ଘାତକ ବୋଲର,ତାଙ୍କ ବାପା ଏବେବି ଫଳ ବିକ୍ରି କରୁଛନ୍ତି,ଜାଣନ୍ତୁ ତାଙ୍କ ବିଷୟରେ କିଛି !

ଆଇପିଏଲ 2022 ରେ ଆଜି ଆପଣଙ୍କୁ ଗୋଟିଏ ନାମ ଚାରିଆଡ଼େ ଶୁଣିବାକୁ ମିଳୁଛି। ସେହି ନାମ ହେଉଛି ଭାରତୀୟ ଯୁବା ଦ୍ରୁତ ବୋଲର ଉମରାନ ମଲ୍ଲିକଙ୍କର। ଉମରାନଙ୍କ ଗତି ସାରା ଦୁନିଆକୁ ନିଜର ଦିୱାନା କରିଦେଇଛନ୍ତି। କାଶ୍ମୀରର ଏହି ଯୁବା ବୋଲର ଭାରତୀୟ ବୋଲିଂର ଭବିଷ୍ୟତ ମାନାଯାଉଛି ଏବଂ ଆଗାମୀ ସମୟରେ ଉମରାନ ମଲ୍ଲିକ ନିହାତି ଭାବରେ ଭାରତୀୟ କ୍ରିକେଟ ଟିମ ଜର୍ସିରେ ଦେଖିବାକୁ ମିଳିବେ।

କାଶ୍ମୀର ବୋଲରଙ୍କ ଜଲୱା:-

କାଶ୍ମୀର ଦ୍ରୁତ ବୋଲର ଉମରାନ ମଲ୍ଲିକ ବର୍ତ୍ତମାନ ସମୟରେ ଦୁନିଆର ସବୁଠାରୁ ଘାତକ ବୋଲର ଅଟନ୍ତି। ଉମରାନଙ୍କ ପାଖରେ 150 Kmph ବେଗରେ ବୋଲିଂ କରିବାର କଳା ରହିଛି। ଆଇପିଏଲ 2022 ରେ ଏହି ଖେଳାଳି ମାତ୍ର 8ଟି ମ୍ୟାଚରୁ 15 ଉଇକେଟ ଅକ୍ତିଆର କରି ପର୍ପଲ କ୍ୟାପ ଦୌଡ଼ରେ ବର୍ତ୍ତମାନ ଯୁଜବେନ୍ଦ୍ର ଚହଲଙ୍କ ପଛରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଉମରାନଙ୍କ ଭଳି ବୋଲର ବହୁତ କମ ଦେଖିବାକୁ ମିଳନ୍ତି ଓ ଭାରତ ପାଖରେ ଏତେ ଗତିରେ ଫିଙ୍ଗିବାର ବୋଲର କମ ଅଛନ୍ତି।

ଏବେପର୍ଯ୍ୟନ୍ତ ଡେବ୍ୟୁ କରିବାର ମୌକା ମିଳିନାହିଁ:-

ହଇରାଣର ବିଷୟ ଏହାକି ଯେ, ଏହି ଖେଳାଳିକୁ ଏପର୍ଯ୍ୟନ୍ତ ଡେବ୍ୟୁ କରିବାର ମୌକା ମିଳିନାହିଁ। ସିଲେକ୍ଟର୍ସ ଏହି ଖେଳାଳିଙ୍କୁ ଟିମ ଇଣ୍ଡିଆ-ଏ ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଚୟନ କରିଥିଲେ କିନ୍ତୁ ଦକ୍ଷିଣ ଆଫ୍ରିକା ଗସ୍ତ ବେଳରେ ଦଳରେ ଚୟନ କରିନଥିଲେ। ଆଇପିଏଲରେ ବହୁତ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଏହି ବୋଲରକୁ ଦେଖି ହଇରାଣ ହୋଇଯାଉଛନ୍ତି। ଏହିକଥା ସତ ଯେ, ଭାରତ ପାଖରେ ଏମିତି ଏକ ଦ୍ରୁତ ବୋଲର ରହିଛନ୍ତି ଯାହା ଆଗରେ ବୁମରା ଓ ଶାମି ମଧ୍ୟ ଫିକା ପଡିଯାଉଛନ୍ତି। ଏପର୍ଯ୍ୟନ୍ତ ଉମରାନଙ୍କ ସିଲେକ୍ସନ ହୋଇନାହିଁ କିନ୍ତୁ ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜରେ ତାଙ୍କର ଡେବ୍ୟୁ ହୋଇପାରେ।

ପିତା ଫଳ ଦୋକାନ ଲଗାନ୍ତି:-

ଉମରାନ ମଲ୍ଲିକଙ୍କ ପିତା ଆଜିବି ଫଳ ଦୋକାନ ଲଗାନ୍ତି। ତାଙ୍କ ପିତା ଏବେଏବେ କହିଛନ୍ତି କି, ତାଙ୍କ ପୁଅ ଭଲ ପ୍ରଦର୍ଶନ କରୁଥିବାରୁ ମାର୍କେଟରେ ତାଙ୍କୁ ବହୁତ ସମ୍ମାନ ମିଳୁଛି। ଉମରାନଙ୍କ ପିତା ତାଙ୍କ ପୁଅକୁ ଭାରତ ପାଇଁ ବିଶ୍ୱକପ ଖେଳୁଥିବାର ଦେଖିବାକୁ ଚାହାଁନ୍ତି। ଉମରାନଙ୍କ ପିତା କୁହନ୍ତି ସେ ପିଲାବେଳରୁ ନିଜ ବନ୍ଧୁମେଳରେ ସବୁଠାରୁ ଦ୍ରୁତ ବୋଲିଂ କରୁଥିଲେ ଓ ସେ ପିଲାବେଳୁ ହିଁ ଦ୍ରୁତ ବୋଲର ହେବାକୁ ଚାହୁଁଥିଲେ।

odia sambada
Comments (0)
Add Comment