ମଝି ରାସ୍ତାରେ ଖରାପ ହେଲା ଓଲା ସ୍କୁଟି,ଆଉ ରାଗରେ ମାଲିକ ପେଟ୍ରୋଲ ପକାଇ ଲଗାଇଦେଲେ ନିଆଁ !

ଓଲା ସ୍କୁଟରରେ ଆସୁଥିବା ସମସ୍ୟାର ଖବର ଦିନକୁ ଦିନ ବଢି ଚାଲିଛି। ଏହି ସ୍କୁଟରକୁ ନେଇ ତାମିଲନାଡୁରୁ ଏକ ତାଜା ଖବର ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତି ସ୍କୁଟର ଖରାପ ହୋଇଯିବା କାରଣରୁ ସେଥିରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛନ୍ତି। ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସ୍କୁଟରର ରେଞ୍ଜ ଯୋଗୁଁ ଚିନ୍ତିତ:-

ଏକ ସ୍ଥାନୀୟ ମିଡ଼ିଆରେ ଜଣେ ବ୍ୟକ୍ତିଙ୍କ ଭିଡ଼ିଓ ସାମ୍ନାକୁ ଆସିଛି ଯିଏକି ଓଲାରେ ନିଆଁ ଲଗାଇଛନ୍ତି। ଘଟଣା ତାମିଲନାଡୁର ଅମ୍ବର ବାଇପାସର ଅଟେ। ଯେଉଁଠାରେ ପୃଥ୍ୱୀରାଜ ନିଜର ଓଲା ଇଲେକ୍ଟ୍ରିକ ସ୍କୁଟରରେ ନିଆଁ ଲଗାଇ ଦେଇଛନ୍ତି। ଖବର ଅନୁସାରେ, ତାଙ୍କୁ 3 ମାସ ପୂର୍ବରୁ ଏହି ସ୍କୁଟରର ଡେଲିଭରୀ ମିଳିତଜିଲା ଓ ସେ ଏହାର ରେଞ୍ଜକୁ ନେଇ ବହୁତ ସମସ୍ୟାରେ ଥିଲେ। କମ୍ପାନୀ ଯେତିକି ଦାବି କରିଥିଲା ଏଥିରେ ତାହା ଦେଖିବାକୁ ମିଳିନଥିଲା। ଯେଉଁଦିନ ସେ ସ୍କୁଟରରେ ନିଆଁ ଲଗାଇଥିଲେ, ସ୍କୁଟର ସେଦିନ ମାତ୍ର 44 କିଲୋମିଟର ଚାଲିଥିଲା।

ଡ଼କ୍ଟର ପୃଥ୍ୱୀରାଜ ସ୍କୁଟରର ଏହି ସମସ୍ୟା ସମ୍ବନ୍ଧରେ ବହୁତ ବାର କମ୍ପାନୀକୁ ଜଣାଇଛନ୍ତି କିନ୍ତୁ କମ୍ପାନୀ ତରଫରୁ ଏହାର କୌଣସି ପଜିଟିଭ ରେସ୍ପନ୍ସ ନଥିଲା। ଏହାପୂର୍ବରୁ ମହାରାଷ୍ଟ୍ରର ବିଡ଼ ଜିଲ୍ଲାରୁ ଓଲାକୁ ନେଇ ଏହିପରି ଏକ ମାମଲା ସାମ୍ନାକୁ ଆସିଥିଲା।

ବିଡ଼ ଜିଲ୍ଲାରେ ରହୁଥିବା ସଚିନ ଗିଟେ ଏବେଏବେ ଓଲାର ଇଲେକ୍ଟ୍ରିକ ସ୍କୁଟର ନେଇଥିଲେ। କିଛିଦିନ ପରେ ସ୍କୁଟରରେ ସମସ୍ୟା ଦେଖାଗଲା ଓ ଏହା ବନ୍ଦ ପଡ଼ିଯାଇଥିଲା। ଏହାପରେ ସେ କମ୍ପାନୀକୁ ଜଣାଇଥିଲେ କିନ୍ତୁ କୌଣସି ପ୍ରକାରର ପଜିଟିଭ ରେସ୍ପନ୍ସ ଆସିନଥିଲା। ଏହାପରେ ସେ ନାରାଜ ହୋଇ ଓଲା ସ୍କୁଟରକୁ ଗଧ ପିଠିରେ ବାନ୍ଧିଲେ ଓ ସହର ସାରା ବୁଲାଇଲେ ଓ ପୋଷ୍ଟର ଲଗାଇ ଲୋକମାନଙ୍କୁ ସଚେତନ କରାଇଥିଲେ କି, ଓଲା ଉପରେ ଭରସା ନକରିବା ପାଇଁ।

କମ୍ପାନୀର ଦାବି 181 କିଲୋମିଟର ରେଞ୍ଜ:-

କମ୍ପାନୀର ଦାବି ଏହାକି ଯେ, ଓଲା ଇଲେକ୍ଟ୍ରିକ ଏସ 1 ପ୍ରୋରେ ସିଙ୍ଗଲ ଚାର୍ଜରେ 181 କିଲୋମିଟର ରେଞ୍ଜ ମିଳିଥାଏ। ଏହାର ହାଇପର ଡ୍ରାଇଭ ମୋଟର 8.5 କିଲୋୱାଟ ପାୱାର ଓ 58 ନ୍ୟୁଟନ ମିଟର ଟର୍କ ଜେନେରେଟ କରିଥାଏ।

odia sambada
Comments (0)
Add Comment