ଖରାଦିନେ କୁଲର, ଫ୍ୟାନ ଏବଂ AC 24 ଘଣ୍ଟା ଚଳାଇଲେ ମଧ୍ୟ ଲାଇନ ବିଲ ଆସିବ ଅଧା, ଆପଣାନ୍ତୁ ଏହି ଉପାୟ

ଆମେ ଆଜି ଆପଣଙ୍କୁ ଲାଇନ୍ ବିଲ କମାଇବାର କିଛି ଉପାୟ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କଲେ ଆପଣଙ୍କର ଟିକେ ଲାଭ ନିଶ୍ଚୟ ହେବ । ଏହି ଉପାୟରେ କେବଳ ଗରମରୁ ମୁକ୍ତି ମିଳିବ ନାହିଁ ବରଂ ଲାଇନ୍ ବିଲକୁ ମଧ୍ୟ ଆପଣ କଣ୍ଟ୍ରୋଲ କରିପାରିବେ । ତେବେ ଚାଲନ୍ତୁ ଜାଣିବା ପ୍ରକୃତରେ ଏହି ଉପାୟ ଗୁଡିକ କଣ୍ କଣ୍ ।

ଫ୍ୟାନରେ ଇଲେକ୍ଟ୍ରୋନିକ ରେଗୁଲେଟରର ବ୍ୟବହାର :-

ଖରାଦିନେ ଅଧିକାଂଶ ଲୋକ ଫ୍ୟାନ ବ୍ୟବହାର କରନ୍ତି । ସବୁ ଲୋକମାନେ ନିଜ ଘରେ ସବୁଠାରୁ ଅଧିକ ଫ୍ୟାନ ଚଳାଇଥାନ୍ତି । ଏପରି ପରିସ୍ଥିତିରେ ଆପଣଙ୍କୁ ବେଳେବେଳେ ଫ୍ୟାନର ସର୍ଭିଶିଙ୍ଗ କରାଇବା ଉଚିତ୍ । ଆପଣ ଫ୍ୟାନରେ ଇଲେକ୍ଟ୍ରୋନିକ ରେଗୁଲେଟରର ବ୍ୟବହାର କରନ୍ତୁ । କଣ୍ଡେନସର୍ ଏବଂ ୱାଲ ୱେୟରିଂ ଖରାପ ହୋଇଗଲେ ଏହାକୁ ତୁରନ୍ତ ବଦଳାଇ ଦେବା ଉଚିତ୍ ।

କୁଲରର ଫ୍ୟାନ ଏବଂ ପମ୍ପର କରାନ୍ତୁ ଅଲିଙ୍ଗ- ଗ୍ରିଶିଙ୍ଗ :-

ଯଦି ଆପଣ କୁଲର ବ୍ୟବହାର କରୁଛନ୍ତି ତେବେ ଆପଣ କୁଲରର ଫ୍ୟାନ ଏବଂ ପମ୍ପର ଅଲିଙ୍ଗ- ଗ୍ରିଶିଙ୍ଗ ନିଶ୍ଚୟ କରାନ୍ତୁ । ଯେତେବେଳେ ଅଧିକ ପମ୍ପ ଚାଲେ, ସେତେବେଳେ ଅଧିକ କରେଣ୍ଟ ଟାଣି ଥାଏ । ଏପରି ପରିସ୍ଥିତିରେ ବେଳେବେଳେ ଅଲିଙ୍ଗ କରାଉଥିବା ଉଚିତ୍ । କୁଲରର ଫ୍ୟାନର କଣ୍ଡେନସର୍ ଏବଂ ରେଗୁଲେଟରର ଯାଞ୍ଚ ମଧ୍ୟ କରିବା ଉଚିତ୍ । ଇଲେକ୍ଟ୍ରୋନିକ ରେଗୁଲେଟର ଦ୍ଵାରା ମଧ୍ୟ ଲାଇନ୍ ବିଲକୁ କମ କରାଯାଇପାରିବ ।

AC କୁ 24 ରୁ 26 ଡିଗ୍ରୀ ମଧ୍ୟରେ ସେଟ୍ କରନ୍ତୁ :-

ଆପଣ AC ଚଳାଇବା ସହିତ ଫ୍ୟାନ ମଧ୍ୟ ଚଳାଇବା ଉଚିତ୍ । AC ର ତାପମାତ୍ରାକୁ ଆପଣ 24 ରୁ 26 ଡିଗ୍ରୀ ମଧ୍ୟରେ ସେଟ୍ କରି ରଖନ୍ତୁ । ପ୍ରତ୍ୟେକ 10-15 ଦିନରେ ଏୟାର ଫିଲ୍ଟରକୁ ଭଲ ଭାବେ ଧୋଇ ସଫା କରିଦିଅନ୍ତୁ, କାରଣ ଫିଲ୍ଟରରେ ଧୂଳି ଜମା ହେଲେ ସମ୍ପୂର୍ଣ୍ଣ ଥଣ୍ଡା ପବନ ମିଳିପାରେ ନାହିଁ ଏବଂ AC ଅଧିକ ସମୟ ପର୍ଯ୍ୟନ୍ତ ଚଳାଇବାକୁ ପଡ଼ିଥାଏ ।

ଆପଣ ଏହି କଥାକୁ ଧ୍ୟାନ ଦେବା ଉଚିତ୍ ଯେ ଯେତେବେଳେ ଆପଣ AC ଚଳାଉଛନ୍ତି, ସେତେବେଳେ କବାଟ ଝରକା ବନ୍ଦ ରଖିବା ଉଚିତ୍ । ନଚେତ୍ AC ର ଥଣ୍ଡା ପବନ ବାହାରକୁ ଅଧିକ ଯିବ, ଯେଉଁ କାରଣରୁ ରୁମ୍ ଥଣ୍ଡା ହୋଇପାରିବ ନାହିଁ ।

odia sambada
Comments (0)
Add Comment