ଟି- ସାର୍ଟରେ ଫିଟ ହୋଇଯାଉଛି ଏହି ଛୋଟ AC, ଥରେ ଲଗାଇଦେଲେ ଦିନସାରା ଗରମରୁ ମିଳିବ ମୁକ୍ତି !

ଯଦି ଆପଣ ଅଧିକ ଖରାରେ ବାହାରକୁ ବାହାରନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କୁ ଟିକେ ଅସୁବିଧା ହୋଇପାରେ । ଏହା ଏଥିପାଇଁ କାରଣ ଅତ୍ୟଧିକ ଖରା ଆପଣଙ୍କ ଶରୀରର ତାପମାତ୍ରା ବଢ଼ାଇପାରେ, ଯାହାଦ୍ଵାରା ଅଧିକ ଝାଳ ବାହାରି ଦୁର୍ବଳ ଲାଗିବାର ବିପଦ ରହିଥାଏ । ଖରାରେ ଘଣ୍ଟା ଘଣ୍ଟା କାମ କରିବା ଏବଂ ବାହାରେ ବୁଲିବା ବହୁତ୍ ବିପଜ୍ଜନକ ପ୍ରମାଣିତ ହୋଇପାରେ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଟେକ ପ୍ରସିଦ୍ଧ Sony ମାର୍କେଟରେ ଗୋଟିଏ ଏପରି ପ୍ରଡକ୍ଟ ଲଞ୍ଚ କରିଥିଲେ, ଯାହା ଆପଣଙ୍କୁ ଆଉଟଡୋରରେ ମଧ୍ୟ ଜବରଦସ୍ତ କୁଲୀଙ୍ଗ ଅଫର୍ କରିପାରେ ଏବଂ ଆଜି ଆମେ ଆପଣଙ୍କୁ ଏହି ଚମତ୍କାରି ପ୍ରଡକ୍ଟ ବିଷୟରେ କହିବାକୁ ଯାଉଛୁ ।

Sony Reon Pocket 2 :-

Sony Reon Pocket 2 କୁ ସହଜରେ ଆପଣ ନିଜ ପୋଷାକରେ କ୍ଲିପ୍ କରିପାରିବେ, ଆପଣ ଏହାକୁ ନିଜ ଟି – ସର୍ଟରେ ଲଗାଇ ପାରିବେ । ଏହାକୁ ପିନ୍ଧିବା ପରେ ଆପଣଙ୍କୁ କେବଳ ଏହାକୁ ଅନ କରିବାକୁ ପଡ଼ିବ । ଥରେ ପିନ୍ଧିବା ପରେ ଆପଣ ଯେତେବେଳେ ଏହାକୁ ଅନ କରିବେ, ସେତେବେଳେ ଭଲ ଥଣ୍ଡା ପବନ ମିଳିବା ଆରମ୍ଭ ହୋଇଯିବ । ଏହି ଥଣ୍ଡା ପବନ ପାଇଁ ଆପଣଙ୍କୁ କେବଳ କିଛି ମିନିଟ ହିଁ ଅପେକ୍ଷା କରିବାକୁ ପଡ଼ିବ ।

ମୂଲ୍ୟ ଏବଂ ଉପଲବ୍ଧତା :-

ମୂଲ୍ୟ ବିଷୟରେ କହିବାକୁ ଗଲେ Reon Pocket 2 ର ପ୍ରାରମ୍ଭିକ ମୂଲ୍ୟ 14,850 Yen ଅର୍ଥାତ ଭାରତୀୟ କରେନ୍ସି ହିସାବରେ ପ୍ରାୟ 10, 300 ଟଙ୍କା ଅଟେ । ଯଦି ଉପଲବ୍ଧତା ବିଷୟରେ କହିବା ତେବେ ବର୍ତ୍ତମାନ ଏହି ୱିୟରେବଲ ଏସି କେବଳ ବର୍ତ୍ତମାନ ଜାପାନରେ ହିଁ ଉପଲବ୍ଧ ରହିଛି ।

ବଡ଼ି ସହିତ ଟଚ ହୋଇ ଶରୀରକୁ ପୁରା ଥଣ୍ଡା ଏବଂ ଗରମ କରିଥାଏ :-

Sonny ଦାବି କରିଛନ୍ତି ଯେ Reon Pocket 2 ଏୟାର କଣ୍ଡିଶନର ସ୍ମାର୍ଟଫୋନ୍ ସହିତ କନେକ୍ଟ କରାଯାଇପାରେ ଏବଂ ଆପଣ ଏହାକୁ ନିଜ ପୋଷାକ ସହିତ ଆଟାଚ କରିପାରିବେ । ଏତେ ଭଲ ମୂଲ୍ୟରେ ଆପଣ ଗୋଟିଏ ଦମଦାର କୁଲିଙ୍ଗ ହାସଲ କରିପାରିବେ ଏବଂ ଖରାଦିନେ ଆଉଟଡୋରରେ ରହିବା ସତ୍ତ୍ବେ ମଧ୍ୟ କୌଣସି ଅସୁବିଧା ବିନା ଯେକୌଣସି ସ୍ଥାନକୁ ମଧ୍ୟ ଯାଇପାରିବେ ଏବଂ ଆପଣଙ୍କୁ ଥଣ୍ଡା ପବନ ମିଳିଥାଏ । ଏହା ଗୋଟିଏ ପୋର୍ଟେବଲ ଏୟାର କଣ୍ଡିଶନର ଅଟେ ଏବଂ ଏହାର ହାଲକା ଡିଜାଇନ୍ ହିଁ ଏହାର ସବୁଠାରୁ ବଡ଼ ବିଶେଷତା ଅଟେ । ଖରାଦିନେ ଏହା ଏକ ପ୍ରଭାବଶାଳୀ ଡିଭାଇସ୍ ଅଟେ ।

odia sambada
Comments (0)
Add Comment