Twitter ଡିଲ କ୍ୟାନ୍ସେଲ କରିପାରନ୍ତି Elon Musk, 7600 କୋଟି ଟଙ୍କାର ଲାଗିପାରେ ଜୋରିମାନା !

Twitter କୁ Elon Musk 44 ବିଲିଅନ ଡଲାରରେ କିଣିବାପାଇଁ ପ୍ରସ୍ତୁତି କରୁଛନ୍ତି । କିନ୍ତୁ Elon Musk ଏହି ଡ଼ିଲକୁ କ୍ୟାନ୍ସେଲ କରିପାରନ୍ତି । ଏହାକୁ ନେଇ ଗୋଟିଏ ନୂତନ ରିପୋର୍ଟ ଆସିଛି । ଏଥିରେ ଅନେକ କାରଣ କୁହାଯାଇଛି, ଯେଉଁ କାରଣରୁ Elon Musk-Twitter Deal Cancel ହୋଇପାରେ ।

ନ୍ୟୁଜ ଏଜେନ୍ସି ରାଇଟର୍ସ ଅନୁଯାୟୀ ଚାରିବର୍ଷ ପୂର୍ବେ ମଧ୍ୟ ମସ୍କ ଏପରି କରିଥିଲେ । ସେ See’s Candies କୁ ଟକ୍କର ଦେବାପାଇଁ କ୍ୟାଣ୍ଡି କମ୍ପାନୀ ଖୋଲିବାକୁ ଘୋଷଣା କରିଥିଲେ । କିନ୍ତୁ ପରେ ସେ ଏଥିରୁ ପଛକୁ ହଟିଗଲେ । ସେ ଏହିପରି ଟୁଇଟର ସହିତ ମଧ୍ୟ କରିପାରନ୍ତି ।

ତେବେ ଏହି ଡ଼ିଲରୁ ଯଦି ସେ ପଛକୁ ହଟନ୍ତି, ତେବେ ତାଙ୍କ ଉପରେ 1 ବିଲିଅନ ଡଲାର ଜୋରିମାନା ଲଗାଯାଇପାରେ । କାରଣ ଏହାକୁ ନେଇ କମ୍ପାନୀ ଏବଂ ତାଙ୍କ ମଧ୍ୟରେ ଗୋଟିଏ ଏଗରିମେଣ୍ଟ ହୋଇଥିଲା, ଯେଉଁଥିରେ ଏହି ଡିଲକୁ କ୍ୟାନ୍ସେଲ କରିବାର ସ୍ଥିତିରେ ଯେଉଁ ପାର୍ଟି ଡ଼ିଲ କ୍ୟାନ୍ସେଲ କରିବ, ତାକୁ 1 ବିଲିଅନ ଡଲାର ଜୋରିମାନା ଭାବେ ଦେବାକୁ ପଡ଼ିବ ।

ଏହି ଡିଲକୁ କ୍ୟାନ୍ସେଲ କରିବାର ଯେଉଁ ବଡ କାରଣ କୁହାଯାଉଛି, ତାହା ଏହା ଯେ ଟୁଇଟରରେ ତାଙ୍କର ଅଂଶୀଦାର ସାମ୍ନାକୁ ଆସିବାପରେ ତାଙ୍କ କମ୍ପାନୀ ଟେଶ୍ଲାର ସେୟାର ଲଗାତାର ତଳକୁ ଖସୁଛି । ଟୁଇଟର ଡିଲରେ ସେ କିଛି ପଇସା ଟେଶ୍ଲାର ସେୟାରକୁ ବିକ୍ରି କରି ମଧ୍ୟ ଦେବାକୁ ଯାଉଛନ୍ତି । କିନ୍ତୁ ସେୟାରର ପ୍ରାଇସ୍ କମ୍ ରହିବାରୁ ତାଙ୍କୁ ଏଠାରେ ଅସୁବିଧା ହୋଇପାରେ ।

ଏଠାରେ ଚୀନର ମଧ୍ୟ ଗୋଟିଏ ବଡ ଆଙ୍ଗେଲ ରହିଛି । Tesla ନିଜର ଗାଡ଼ିର ଅଧା ପ୍ରଡକ୍ସନ ଚୀନରେ ହିଁ କରିଥାଏ ଏବଂ ସେଠାରେ କମ୍ପାନୀ ବହୁତ୍ ଅଧିକ ରେଭନ୍ୟୁ ମଧ୍ୟ ମିଳିଥାଏ । କିନ୍ତୁ ଟୁଇଟରର କାରବାର ଚୀନରେ ବନ୍ଦ ରହିଛି । ଅର୍ଥାତ୍ ଏଠାରେ ମଧ୍ୟ ଫ୍ରି- ସ୍ପିଚ ବାଲା ପ୍ଲାଟଫର୍ମ ଚାହୁଁଥିବା ମସ୍କଙ୍କୁ ଅସୁବିଧା ହୋଇପାରେ ।

ଏହାକୁ ନେଇ ଆଉ ଗୋଟିଏ କାରଣ କୁହାଯାଉଛି ଯେ ୟୁରୋପରେ କମ୍ପାନୀକୁ ଆଗାମୀ ସମୟରେ ସମସ୍ୟା ହୋଇପାରେ । Financial Times କୁ European Union Commissioner Thierry Breton କହିଥିଲେ ଯେ ଯଦି କମ୍ପାନୀ ହାର୍ମଫୁଲ୍ କଣ୍ଟେଣ୍ଟ ଉପରେ ନଜର ରଖିବ ନାହିଁ, ତେବେ ତାକୁ ବ୍ୟାନ କରାଯାଇପାରେ ।

ଏସବୁ ଅସୁବିଧାରୁ ବଞ୍ଚିବା ପାଇଁ ମସ୍କ ଏହି ଡିଲରୁ ପଛକୁ ହଟି ଯାଇପାରନ୍ତି । ଏହାର ଗୋଟିଏ ଆହୁରି ବଡ କାରଣ ରହିଛି । ଟୁଇଟରର ଷ୍ଟକ ବର୍ତ୍ତମାନ ତାଙ୍କ ଅଫର ପ୍ରାଇସ ଠାରୁ 11 ପ୍ରତିଶତ ତଳେ ଚାଲୁଛି । ସେ ଲଗାତାର କମ୍ପାନିର ଅନେକ ଆକ୍ସନ ଉପରେ ଆଲୋଚନା ମଧ୍ୟ କରୁଛନ୍ତି । ଏହାଦ୍ବାରା ଏହି ଡିଲ କ୍ୟାନ୍ସେଲ୍ ହେବାର ଚାନ୍ସ ମଧ୍ୟ ବଢୁଛି ଏବଂ ଏହା ପ୍ରଥମଥର ହେବ ନାହିଁ ।

odia sambada
Comments (0)
Add Comment