ମଝି ରାସ୍ତାରେ ଅଙ୍କଲ କରିବାକୁ ଲାଗିଲେ ବ୍ରେକ ଡ୍ୟାନ୍ସ,ପୁଣି ଟ୍ରାଫିକ ପୋଲିସ ବାଲା ଯାହା କଲା ଆପଣଙ୍କୁ ବିଶ୍ୱାସ ହେବନାହିଁ, ଦେଖନ୍ତୁ ଭିଡିଓ

ଆଜିର ସମୟ ସୋସିଆଲ ମିଡିଆରେ ଅଟେ|ଏଠାରେ କିଏ କେତେବେଳେ ଭାଇରାଲ ହୋଇଯିବ କାହାକୁ ଜଣାନାହିଁ|ଅଜବ ଘଟଣା ଏଠାରେ ପ୍ରଥମେ ଭାଇରାଲ ହୋଇଥାଏ|ପୁସ୍ ଅପ୍ କରୁଥିବା କନ୍ୟା ହେଉ ବା ରୋଡରେ ଷ୍ଟଣ୍ଟ କରୁଥିବା ଯୁବକ ସମସ୍ତଙ୍କ ଭିଡିଓ କିଛି କ୍ଷଣରେ ଲକ୍ଷ ଲକ୍ଷ ଲୋକଙ୍କ ପସନ୍ଦ ଯୋଗ୍ୟ ହୋଇଯାଏ|

ସୋସିଆଲ ମିଡିଆର ବଳ ଏତେ ଯେ କାହାକୁ ବି କିଛି କ୍ଷଣ ମଧ୍ୟରେ ଷ୍ଟାର ବନା ଦେଇଥାଏ|ଏଭଳି ଏକ ଭିଡିଓ ଆସିଛି ଯେଉଁଥିରେ ଅଙ୍କଲ ଷ୍ଟାର ବନି ଯାଇଛନ୍ତି|ଯିଏ ମଝି ରାସ୍ତାରେ ବ୍ରେକ ଡ୍ୟାନ୍ସ କରିବାକୁ ଲାଗିଲେ|ଏହାପରେ ଟ୍ରାଫିକ ପୋଲିସର କାର୍ଯ୍ୟାନୁଷ୍ଠାନ ଅଙ୍କଲକୁ ପଛରେ ଛାଡିଦେଲା|

ସୋସିଆଲ ମିଡିଆର ଯୁଗରେ ଜରୁରୀ ନାହିଁ ଆପଣ ସେଲିବ୍ରିଟି ହୁଅନ୍ତୁ,ଯଦି ଆପଣଙ୍କ ଭାଗ୍ୟ ଭଲ ଓ ଟ୍ୟାଲେଣ୍ଟ ରହିଛି ତେଵେ ଆପଣ ଷ୍ଟାର ବନିଯିବେ|ରାନୁ ମଣ୍ଡଳ ରାସ୍ତାରେ ଗୀତ ଗାଉଥିଲା ପୁଣି
ସୋସିଆଲ ମିଡ଼ିଆ ହିଟ୍ ଫଳରେ ସେ ରାତାରାତି ହିମେଶ ରେଶମିଆ ସହ ଗାଇଲେ|

ଏତିକି କେବଳ ନୁହେଁ,ପ୍ରିୟା ପ୍ରକାଶ ୱରିଅର ଏକ ଆଖି ମାରି ଏତେ ଲୋକପ୍ରିୟ ହୋଇଗଲେ ତାଙ୍କର ଫ୍ୟାନ୍ସ ଫଲୋୟର ହିରୋଇନ୍ ଠାରୁ କମ୍ ନୁହେଁ|କିଛି କନ୍ୟାର ଭିଡିଓ ସୋସିଆଲ ମିଡିଆରେ ବହୁ ପସନ୍ଦ କରାଯାଏ|

ଏଵେ ଜଣେ ଅଙ୍କଲଙ୍କ ଭିଡିଓ ଭାଇରାଲ ହେଉଛି|ଏହି ଭିଡିଓ ଅଙ୍କଲକୁ ତ ଷ୍ଟାର ବନାଇଦେଲା ,ଏହାସହ ପୋଲିସ ବାଲାକୁ ଖୁବ ମଜାର ସହ ଦେଖାଯାଏ|ଭିଡିଓ ଇନ୍ଦୋରର କେଉଁ ଛକର ଜଣାନାହିଁ କିନ୍ତୁ ମଝି ରାସ୍ତାରେ ଅଙ୍କଲଙ୍କ ବ୍ରେକ ଡ୍ଯାନ୍ସ ପସନ୍ଦ ଯୋଗ୍ୟ|ଦୋପହର ସମୟ ଥିଲା, ଅଚାନକ ଜାନୁ ମେରୀ ଜାନ ଗୀତ ବାଜିଲା|

ଏହି ଗୀତ ବାଜିବା ମାତ୍ରେ ଅଙ୍କଲଙ୍କ ଭିତରେ ଥିବା ଡ୍ୟାନ୍ସର ଜାଗି ଉଠିଲା|ସେଠାରେ ସେ ଠିଆହୋଇ ବ୍ରେକ ଡ୍ୟାନ୍ସ କଲେ|ତାଙ୍କ ଅଟକିବା ଦେଖି ସେଠାରେ ଲୋକଙ୍କ ଭିଡ ଜମିଲା|କିଏ ଦେଖୁଥିଲା ତ କିଏ ଭିଡିଓ ବନାଉଥିଲା|ଖରାରେ ଟ୍ରାଫିକରେ ଛିଡ଼ା ହୋଇଥିବା ଲୋକଙ୍କୁ ମଜା ଲାଗିଲା ଓ ହସିବାକୁ ଲାଗିଲେ|

ଚାଚା ତ ଡ୍ଯାନ୍ସରେ ବ୍ୟସ୍ତ ଥିଲେ|ତାଙ୍କୁ ଦେଖି ପବ୍ଲିକ ମଜା ନେଉଥିଲେ|ଏହା ମଧ୍ୟରେ ଟ୍ରାଫିକ ପୋଲିସ ଯାହା କଲା ଦର୍ଶନୀୟ|ପୋଲିସ ବାଲାର ନାମ କୁମ୍ବର ରଣଜିତ୍ ସିଂ କୁହାଯାଉଛି|ସେ ଯେତେବେଳେ ଅଙ୍କଲଙ୍କୁ ନାଚୁଥିବା ଦେଖିଲା ନିଜକୁ କଣ୍ଟ୍ରୋଲ କରି ପାରିଲା ନାହିଁ|

ଏହା ପରେ ସେ ଚାଚା ସହ ମିଶିକି ନାଚ କଲା|ପବ୍ଲିକ ପ୍ରଥମରୁ ଉପଭୋଗ କରୁଥିଲେ କିନ୍ତୁ ଏଵେ ତାହା ଦୁଇଗୁଣ ହୋଇଗଲା|ଦୁହିଁଙ୍କ ଯୋଡି ଧମାଲ କଲା ଫଳରେ ଲୋକମାନେ ପ୍ରଶଂସା କରିଥିଲେ|ଏମିତିରେ କୁମ୍ବର ରଣଜିତ୍ ଡ୍ୟାନ୍ସ କରି ଟ୍ରାଫିକ ସମ୍ଭାଳିବା ପାଇଁ ପୂର୍ବରୁ ପରିଚିତ|

odia sambada
Comments (0)
Add Comment