ଚଉଠି ରାତିରେ ନିଜର ପତ୍ନୀଙ୍କୁ ଦେଖି ଯୁବକ ଅଚେତ, ଏହାର କାରଣ ଜାଣିଲେ ଆପଣଙ୍କର ହୋଶ ଉଡ଼ିଯିବ !

ଜଣେ ବ୍ୟକ୍ତି ଧୂମଧାମରେ ବିବାହ କରିଥିଲେ, କିନ୍ତୁ ଚଉଠି ରାତିରେ ତାଙ୍କୁ ଏପରି କିଛି ଜାଣିବା ପାଇଁ ମିଳିଲା ଯାହା ତାଙ୍କୁ ଜୋରଦାର ଝଟକା ଲାଗିଥିଲା। ଯୁବକ ଜଣକ ଯାହା ସହ ବିବାହ କରିଥିଲେ ସେ ଜଣେ କିନ୍ନର ଥିଲେ ବୋଲି ଜାଣିବା ପରେ ସେ ଅଚେତ ହୋଇଯାଇଥିଲେ। ଏହି ମାମଲା ବିହାରର ଗୋପାଳଗଞ୍ଜରୁ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତିକି ତାଙ୍କ ସହ ଧୋକା ହୋଇଛି ଓ ଜଣେ କିନ୍ନରଙ୍କ ସହିତ ତାଙ୍କର ବିବାହ କରାଯାଇଛି। ଏହି ପ୍ରସଙ୍ଗରେ କୋର୍ଟରେ ମଧ୍ୟ ଏକ ମାମଲା ରୁଜ୍ଜୁ କରଯାଇଛି ବୋଲି ଜଣାପଡ଼ିଛି ।

ଏହି ମାମଲା ଗୋପାଳଗଞ୍ଜ ଜିଲ୍ଲାର ବାରୁଲି ପୋଲିସ ଷ୍ଟେସନ ଅଞ୍ଚଳର ରୁପାନଛାପ ଗାଁରେ ଘଟିଛି। ରୁପନଛାପ ଗାଁର ବାସିନ୍ଦା ଅରୁଣେଶ କୁମାରଙ୍କ ବିବାହ ସିନ୍ଧୱାଲିଆ ଗାଁର କାଜଲଙ୍କ ସହିତ ହୋଇଛି। ଏଠାରେ ଆମେ କାଗଜଲଙ୍କୁ ଏକ କାଳ୍ପନିକ ନାମ ଭାବରେ ବ୍ୟବହାର କରୁଛୁ। ସୂଚନା ଅନୁସାରେ ବିବାହର ସମସ୍ତ ରୀତିନୀତି କରାଯାଇଥିଲା। ବର ଓ କନ୍ୟା ସାତ ଫେରା ନେଇଥିଲେ। କନ୍ୟାର ବିଦାୟ ମଧ୍ୟ ହେଲା ଓ ସେ ନିଜର ଶାଶୁ ଘରେ ପହଞ୍ଚିଥିଲେ । ନୂଆ ବହୂକୁ ନିଜ ଶାଶୁ ଘରେ ସ୍ୱାଗତ କରାଯାଇଥିଲା। ବର୍ତ୍ତମାନ ବର କହିଛନ୍ତିଯେ ତାଙ୍କର ପତ୍ନୀ ଜଣେ କିନ୍ନର ଓ ଏହି କଥା ଲୁଚାଇ ବିବାହ କରାଯାଇଛି। ଏହିପରି ଭାବରେ କନ୍ୟା ପକ୍ଷରେ ତାଙ୍କ ସହ ପ୍ରତାରଣା କରିଛି ବୋଲି ବ୍ୟକ୍ତି ଜଣକ କହିଛନ୍ତି।

ସୂଚନା ଅନୁସାରେ, ବର ଯେତେବେଳେ ଜାଣିବାକୁ ପାଇଲେକି ତାଙ୍କ ସହ ବିଛଣାରେ ବସିଥିବା କନ୍ୟା ଜଣେ କିନ୍ନର, ସେତେବେଳେ ସେ ଅଚେତ ହୋଇଯାଇଥିଲେ। ପରଦିନ ସେ ତାଙ୍କର ପରିବାର ସଦସ୍ୟଙ୍କୁ ଏହା କହିଥିଲେ। ଏହି ମାମଲାରେ ବିବାହ କରାଇଥିବା ୬ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କୁହାଯାଉଛିକି ମାମଲା ପରେ କନ୍ୟାର ପରିବାର ଅସ୍ତ୍ରଶସ୍ତ୍ର ସହ ବରର ଘରେ ପହଞ୍ଚି ତାଙ୍କଠାରୁ ମିଳିଥିବା ଉପହାର ଓ ଯୌତୁକ ନେଇଯାଇଛି।

ବର ତରଫରୁ ସିଜେଏମ୍ ଚନ୍ଦ୍ରମଣି କୁମାରଙ୍କ କୋର୍ଟରେ ଏକ ମାମଲା ରୁଜ୍ଜୁ କରାଯାଇଛି। ବର ତାଙ୍କର ମୌଳିକ ଅଧିକାର ଓ ବିବାହର ନିୟମ ଦର୍ଶାଇ କୋର୍ଟଙ୍କୁ କହିଛନ୍ତିକି ତାଙ୍କୁ ନ୍ୟାୟ ଦିଆଯାଉ। ତାଙ୍କ ଭାବନା ସହିତ ଖେଳାଯାଇଛି। ଗୋପାଳଗଞ୍ଜ ଜିଲ୍ଲାରେ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ସେପଟେ କନ୍ୟା ତରଫରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ।

odia sambada
Comments (0)
Add Comment