ଆକାଶରେ ବିମାନ ଉଡୁଥିବା ସମୟରେ ବଦଳିଥାନ୍ତେ ଚାଳକ,କିନ୍ତୁ ଠିକ ସେତିକିବେଳେ ହେଲା ଏମିତି କିଛି,ଦେଖନ୍ତୁ ଲାଇଭ ଭିଡ଼ିଓ ……

ଉଡାଣ ବେଳେ ବିମାନ ଚାଳକ ବଦଳିଥାନ୍ତେ। କେବେ ଶୁଣିଛନ୍ତିକି ଏମିତି କଥା। ଶୁଣିବାକୁ ହୁଏତ ଆପଣଙ୍କୁ ଏକଥା ଆଶ୍ଟର୍ଯ୍ୟ ଲାଗୁ ଥାଇପାରେ। ମାତ୍ର ଏପରି ଘଟଣା ଘଟିଛି ବାସ୍ତବରେ। ଦୁଇ ଜଣ ସ୍କାଇ ଡାଇଭର୍ସ ଆକାଶରେ ଉଡୁଥିବା ବିମାନ ଚାଳକମାନଙ୍କୁ ବଦଳାଇବାକୁ ଯାଇ ନିଜ ବିମାନରୁ ଆକାଶକୁ ଡେଇଁ ପରସ୍ପରର ବିମାନରେ ଚଢିବା ପାଇଁ ଚାହୁଁଥିଲେ।

ଏହି ସମୟରେ ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଗଲା। ଲ୍ୟୁକ ଏକିନ୍ସ ଏବଂ ଆଣ୍ଡି ଫାରିଙ୍ଗଟନ ନାମକ ଦୁଇ ନିଜ ନିଜ ବିମାନରୁ ଧାର୍ଯ୍ୟ ହୋଇଥିବା ଉଚ୍ଚତାରେ ପହଞ୍ଚିଥିଲେ। ଏହା ପରେ ଉଭୟ ନିଜେ ଉଡାଉଥିବା ବିମାନ ପରିବର୍ତ୍ତନ କରିବାର ଥିଲା। ମାତ୍ର ଯେଉଁ ସମୟରେ ବିମାନ ଖାଲି ହୋଇଯାଇଥିଲା ସେତେବେଳେ ଉଭୟେ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।

ଯେଉଁ ବିମାନ ଆଣ୍ଡି ଫାରିଙ୍ଗଟନଙ୍କ ପାଖକୁ ଯିବାର ଥିଲା ତାହାର ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହିତ ତଳକୁ ଖସିବାରେ ଲାଗିଥିଲା। ଏହି କାରଣରୁ ସେ ତାଙ୍କ ଷ୍ଟଣ୍ଟ ପୁରା କରିପାରିଲେ ନାହିଁ। ତାଙ୍କୁ ପାରଟ୍ୟୁଟ ଯୋଗେ ଅବତରଣ କରିବା ପାଇଁ ପଡିଥିଲା। ମାତ୍ର ଏକିନ୍ସ ନିଜର ଷ୍ଟଣ୍ଟକୁ ପୁରା କରିବାରେ ସଫଳ ହୋଇଥିଲେ। ଯାହାର ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏ ବିଷୟରେ ଫାରିଙ୍ଗଟନଙ୍କ କହିବା କଥା ତାଙ୍କର ବିମାନ ସଫଳ ହୋଇନଥିଲା। ବିମାନର ଅଗ୍ର ଭାଗକୁ ସୁରକ୍ଷିତ ରଖିବାର ଥିଲା। ଅନ୍ୟପଟେ ଏକିନ୍ସ କହିଛନ୍ତିକି ଆମେ ପୁଣି ଥରେ ଏହା ଉପରେ କାମ କରିବୁ।

odiasambada
Comments (0)
Add Comment