ଲଗାତାର ପଞ୍ଚମ ଦିନରେ ମଧ୍ୟ କମିଲା ସୁନା ଓ ରୂପାର ଦର ! ଜାଣନ୍ତୁ ବାହାଘର ଋତୁରେ ୧୦ ଗ୍ରାମ ସୁନାର ମୂଲ୍ୟ କେତେ ରହିଛି !

ଗତ ୫ ଦିନ ହେଲା ସ୍ୱର୍ଣ୍ଣ ଅଳଙ୍କାର ବଜାରରେ ମୂଲ୍ୟ ହ୍ରାସ ହୋଇଯାଇଛି, ଯାହାକି ଗ୍ରାହକମାନଙ୍କୁ ବେଶ ସୁହାଇଛି। ବିବାହ ଋତୁରେ ମୂଲ୍ୟର ହ୍ରାସ ବଜାରରେ ସୁନାଗହଣାର ଚାହିଦାକୁ ମଧ୍ୟ ବୃଦ୍ଧି କରିଛି। ଚଳିତ କାରବାର ସପ୍ତାହ ପ୍ରଥମ ଦିନରେ ସୁନା ସହିତ ରୂପା ମୂଲ୍ୟରେ ମଧ୍ୟ ବହୁତ ହ୍ରାସ ଦେଖାଯାଇଥିଲା। ମଙ୍ଗଳବାର ଦିନ ଲଗାତାର ପଞ୍ଚମ ଦିନ ମଧ୍ୟ ବଜାରରେ ମୂଲ୍ୟ ହ୍ରାସ ହେବା ସହ ଗ୍ରାହକମାନଙ୍କ ପାଇଁ ବର୍ତ୍ତମାନ ଅଫର ପାଲଟିଛି।

ସୋମବାର ଦିନ ସୁନା ପ୍ରତି ୧୦ ଗ୍ରାମ ୩୯୭ ଟଙ୍କା ଶସ୍ତା ହୋଇ ଯାଇଥିଲା। ସେହି ଅନୁସାରେ ରୂପା କେଜି ପିଛା ଦରରେ ୧ ହଜାର ୫୧୯ଟଙ୍କାର ବଡ଼ ହ୍ରାସ ହୋଇଛି। ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ସୁନା ୧୦ ଗ୍ରାମ ଦରରେ ୬୬ଟଙ୍କା ଓ ରୂପା କେଜି ପିଛା ୬୪୫ ଟଙ୍କା ଶସ୍ତା ହୋଇଥିଲା। ମଙ୍ଗଳବାର ଦିନ ମୂଲ୍ୟ ହ୍ରାସ ପରେ ସୁନା ଅଲଟାଇମ ହାଇ ଦରରୁ ୪ ହଜାର ୧୨୩ ଓ ରୂପା ୧୪ ହଜାର ୮୧୪ ଟଙ୍କା ଶସ୍ତା ହୋଇଯାଇଛି।

ସୋମବାର ଦିନ ସୁନା ପ୍ରତି ୧୦ ଗ୍ରାମ ୩୯୭ଟଙ୍କା ଶସ୍ତା ହେବା ଯୋଗୁ ୫୨ ହଜାର ୭୭ ଟଙ୍କାରେ କାରବାର ହୋଇଥିଲା। ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ୫୨ ହଜାର ୪୭୪ ଟଙ୍କାରେ କାରବାର ହେଉଥିଲା। ୨୪ କ୍ୟାରେଟ ସୁନା ଦର ତେବେ ଏହି ସମୟରେ ୨୩ ଓ ୨୨ କ୍ୟାରେଟ ସୁନା କେତେ ଦରରେ କାରବାର ହୋଇଛି ଆସନ୍ତୁ ଜାଣିବା।

୨୩ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ୩୯୬ ଟଙ୍କା ଶସ୍ତା ହୋଇ ୫୧ ହଜାର ୮୬୮ ଟଙ୍କା ଦରରେ କାରବାର ହୋଇଯାଇଛି। ସେମିତି ୨୨ କ୍ୟାରେଟ ସୁନା ପ୍ରତି ୧୦ ଗ୍ରାମ ୩୬୩ ଟଙ୍କା ଶସ୍ତା ହେବା ଯୋଗୁ ୪୭ ହଜାର ୭୦୩ ଟଙ୍କାରେ ବିକ୍ରି ହୋଇଛି। ସେହିପରି ୧୮ କ୍ୟାରେଟ ବାଲା ସୁନା ୧୦ ଗ୍ରାମ ପିଛା ୨୯୮ ଟଙ୍କା ଶସ୍ତା ହେବା ଯୋଗୁ ୩୯ ହଜାର ୫୮ ଟଙ୍କା ଓ ୧୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୨୩୨ ଟଙ୍କା ଶସ୍ତା ହେବା ଯୋଗୁ ୩୦ ହଜାର ୪୬୫ ଟଙ୍କାରେ କାରବାର ହୋଇଛି। ଫଳରେ ଅଲଟାଇମ ହାଇରୁ ସୁନା ୪ ହଜାର ୧୨୩ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି।

odia sambada
Comments (0)
Add Comment