LIC ର ମାଲିକ ହେବାପାଇଁ ସୁବର୍ଣ୍ଣ ସୁଯୋଗ,ନିବେଶ କରିବାକୁ ପଡିବ ମାତ୍ର ଏତିକି ଟଙ୍କା ! ଜାଣନ୍ତୁ ସମ୍ପୂର୍ଣ ସୂଚନା

ଦେଶର ସବୁଠାରୁ ବଡ଼ ଆଇପିଓ ମାସର ଅପେକ୍ଷା ଶେଷ ହେବାକୁ ଯାଉଛି। ଆଇପିଓର ଅପଡ଼େଟ ଡ୍ରାଫ୍ଟକୁ ବଜାର ନିୟାମକ ସେବି ର ମଞ୍ଜୁରୀ ମିଳିବାପରେ ଆଜି ମଙ୍ଗଳବାର ଦିନ ଏଲଆଇସି ବୋର୍ଡ଼ର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇସାରିଛି। ଏହି ବୈଠକରେ ଏଲଆଇସି ଆଇପିଓର ପ୍ରାଇସ ବ୍ୟାଣ୍ଡ ଠାରୁ ନେଇ ଲଟ ସାଇଜ ଓ ରିଜର୍ଭେସନ ଭଳି ଜିନିଷ ପରି ଅନ୍ତିମ ମୋହର ଲାଗିଛି। ଏବେ ସୂଚନାର କେବଳ ଔପଚାରିକତା ଘୋଷଣା ବାକି ରହିଛି।

ଏତିକି ହେବ ପ୍ରାଇସ ବ୍ୟାଣ୍ଡ ଲଟ ସାଇଜ:-

ଏବେପର୍ଯ୍ୟନ୍ତ ଥିବା ସହଯୋଗୀ ୱେବସାଇଟ ବିଜନେସ ଟୁଡେକୁ ମାମଲା ସହିତ ଜଡ଼ିତ ସୂତ୍ର ବୋର୍ଡ଼ ବୈଠକରେ ନିଆଯାଇଥିବା ନିର୍ଣ୍ଣୟ ବିଷୟରେ ସୂଚନା ଦେଲେ। ସୂତ୍ର କହିଥିଲେ କି, ସରକାରୀ ବୀମା କମ୍ପାନୀର ଏହି ମେଗା ଆଇପିଓ ପାଇଁ 902 ରୁ 949 ପ୍ରାଇସ ବ୍ୟାଣ୍ଡ ତୟ କରାଯାଇଛି। ଏହି ପ୍ରାଇସରେ ଗୋଟିଏ ଲଟ ରେ 15ଟି ଶେୟର ରହିବ। ଏହାର ଅର୍ଥ ଯଦି ଆପଣ ଏହି IPO ରେ ଟଙ୍କା ଲଗାଇବାକୁ ଚାହାଁନ୍ତି ତାହେଲେ ଆପଣଙ୍କୁ 15ଟି ଶେୟର କିଣିବାକୁ ହେବ।

କର୍ମଚାରୀ ଓ ପଲିସି ହୋଲଡ଼ର୍ସଙ୍କୁ ଡିସ୍କାଉଣ୍ଟ:-

ଯେଉଁ ଲୋକଙ୍କୁ ଆଇପିଓରେ ବିଡ଼ ଲଗାଇବାପରେ ଶେୟର ଆଲଟ ହେବ ସେମାନେ LIC ର ଶେୟରର ମାଲିକ ହୋଇଯିବେ। ଏଥିପାଇଁ ଆପଣଙ୍କୁ କେବଳ ବିଡ଼ ରେ 14,235 ଟଙ୍କା ଲଗାଇବାକୁ ହେବ। ବୋର୍ଡ଼ ଏଲଆଇସି ଆଇପିଓରେ କର୍ମଚାରୀ ମାନଙ୍କ ପାଇଁ 45 ଓ ଏଲଆଇସି ପଲିସି ହୋଲଡ଼ର୍ସଙ୍କ ପାଇଁ 60 ଟଙ୍କାର ଡିସ୍କାଉଣ୍ଟ ତୟ କରିଛି। ଏହିପରି ଭାବରେ LIC କର୍ମଚାରୀ 13,560 ଓ ପଲିସ ହୋଲଡ଼ର୍ସ 13,335 ଟଙ୍କା ଲଗାଇ କମ୍ପାନୀର ଏକ ଭାଗର ମାଲିକ ହୋଇପାରିବେ।

ସାଇଜ କମ ହେବାପରେ ମଧ୍ୟ ସୃଷ୍ଟି ହେବ ଇତିହାସ:-

ଆପଣଙ୍କୁ ଜଣାଇଦେଉଛୁ କି, ସୋମବାର ଦିନ ବଜାରର ନିୟାମକ ସେବି ପାଖରେ ଆଇପିଓର ସଂଶୋଧିତ ଡ୍ରାଫ୍ଟ ଜମା କରିଥିଲେ। ଏହାର ଦିନକ ପରେ ଆଜି ମଙ୍ଗଳବାର ଦିନ ସରକାରୀ ବୀମା କମ୍ପାନୀ ବୋର୍ଡ଼ର ଏହି ବୈଠକ ହେଲା।ସଂଶୋଧିତ ଡ୍ରାଫ୍ଟରେ ସରକାର ନାକେବଳ ଏଲଆଇସି ଭ୍ୟାଲୁଏସନକୁ କମ କଲେ ବରଂ ଆଇପିଓ ସାଇଜକୁ ମଧ୍ୟ କମାଇଦେଲେ।

ଏହି ତାରିଖରେ ଆଇପିଓ ଖୋଲିବ:-

ଏହି ଆଇପିଓ ରିଟେଲ ଇଂଭେସ୍ଟର୍ସଙ୍କ ପାଇଁ ମେ 4 ତାରିଖରେ ଖୋଲିବାକୁ ଯାଉଛି ଓ ବିଡିଂ ପାଇଁ ଏହା ମେ 9 ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଏଙ୍କର ଇଂଭେସ୍ଟର୍ସଙ୍କ ପାଇଁ ଏଲଆଇସି ଆଇପିଓ ମେ 2 ତାରିଖକୁ ଖୋଲା ରହିବ। ଏହି ଆଇପିଓ ଜରିଆରେ ସରକାର 21 ହଜାର କୋଟି ଟଙ୍କା ଯୁଗାଡ଼ କରିବାର ଯୋଜନା ବନାଇଛନ୍ତି। ସାଇଜ କମ ହେବାପରେ ମଧ୍ୟ ଏହା ଇତିହାସର ସବୁଠାରୁ ବଡ଼ ଆଇପିଓ ହେବାକୁ ଯାଉଛି।

odia sambada
Comments (0)
Add Comment