ବଢ଼ିଆ ମୌକା ! ବିଲକୁଲ ଫ୍ରିରେ ଆରମ୍ଭ କରନ୍ତୁ ଏହି ବିଜନେସ ! ମାସକୁ କମାଇବେ ଏକ ଲକ୍ଷ ଟଙ୍କାରୁ ଅଧିକ ! ଜାଣନ୍ତୁ ବିଜିନେସ ବିଷୟରେ ସମ୍ପୂର୍ଣ ସୂଚନା

ଯଦି ଆପଣ ବିଜନେସ ଆରମ୍ଭ କରିବାକୁ ଚାହାଁନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ଅଟେ। ବହୁତ ସାରା ବିଜନେସ ଆଇଡ଼ିଆ ରହିଛି ଯାହାଦ୍ୱାରା ଆପଣ ଘରକୁ ଦେଖିବା ସହିତ ଟଙ୍କା ରୋଜଗାର ମଧ୍ୟ କରିପାରନ୍ତି। ଏକ ବିଜନେସ ଆଧାର ସହିତ ଜଡ଼ିତ ରହିଛି। ଆଜ୍ଞା ହଁ, ଯଦି ଆପଣ ଆଧାରକାର୍ଡ ବିଜନେସ ଆରମ୍ଭ କରିବାକୁ ଯାଉଛନ୍ତି ଓ ଏହାର ପ୍ରୋସେସ ସମ୍ଵନ୍ଧରେ ଆପଣ ବହୁତ କିଛି ଜାଣିନାହାଁନ୍ତି ତାହେଲେ ଏହି ଖବର ଖାଆସ ଆପଣଙ୍କ ପାଇଁ ଅଟେ। ଏଥିରେ ଆମେ ଆପଣଙ୍କୁ ପ୍ରୋସେସ ବିଷୟରେ ଜଣାଇଦେବୁ।

ପରୀକ୍ଷା ଦେବା ଜରୁରୀ ଅଟେ:-

ଆଧାରକାର୍ଡ ଫ୍ରାଞ୍ଚାଇଜ ନେବାପାଇଁ ଆପଣଙ୍କୁ ଏକ ପରୀକ୍ଷା ଦେବାକୁ ହେବ ଓ ଯଦି ଆପଣ ଏହି ପରୀକ୍ଷାକୁ ପାସ କରୁଛନ୍ତି ତାହେଲେ ଆପଣଙ୍କୁ ଆଧାରକାର୍ଡ ଫ୍ରାଞ୍ଚାଇଜ ମିଳିଯିବ। ଏହି ପରୀକ୍ଷା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଦ୍ୱାରା ଆୟୋଜିତ କରାଯାଇଥାଏ। ଜଣାଇଦେଉଛୁ କି, ପରୀକ୍ଷା ପାସ କରିବାପରେ ଆପଣଙ୍କୁ ଆଧାର ସର୍ଭିସ ସେଣ୍ଟର ଖୋଲିବା ପାଇଁ ଲାଇସେନ୍ସ ଦିଆଯାଇଥାଏ, ଯେଉଁଥିରେ ଆପଣଙ୍କୁ ଆଧାର ଏନରୋଲମେଣ୍ଟ ଓ ବାୟୋମେଟ୍ରିକ ସତ୍ୟପନା କରିବାକୁ ହେବ। ଏଥିପାଇଁ ଆପଣଙ୍କୁ କମନ ସର୍ଭିସ ସେଣ୍ଟରରେ ରେଜିଷ୍ଟ୍ରେସନ କରାଇବାକୁ ହେବ।

ଆଧାରକାର୍ଡ ସେଣ୍ଟରରେ କେଉଁ କାମ ହୋଇଥାଏ:-

– ନୂଆ ଆଧାରକାର୍ଡ ବନାଯାଇଥାଏ।

– ଆଧାରକାର୍ଡ ରେ ନାମରେ ଭୁଲ ହୋଇଥିବା ସ୍ପେଲିଂକୁ ସଠିକ କରାଯାଇଥାଏ।

– ଆଧାରକାର୍ଡରେ ଆଡ୍ରେସ ଭୁଲ ଥିଲେ ଏହାକୁ ଠିକ କରାଯାଇଥାଏ। ଏହାସହ ଜନ୍ମ ତାରିଖ ଭୁଲ ଥିଲେ ଏହାକୁ ସଠିକ କରିବା ହୋଇଥାଏ।

– ଯଦି ଫୋଟ ସଫା ନାହିଁ ତାହେଲେ ଏଠାରେ ଆପଣ ନୂଆ ଫୋଟ ଲଗାଇ ପାରିବେ।

– ଆଧାରକାର୍ଡରେ ନୂଆ ମୋବାଇଲ ନମ୍ବର ଅପଡ଼େଟ କରାଇବା ହୋଇଥାଏ।

– ଇମେଲ ଆଇଡ଼ି ଅପଡ଼େଟ କରାଇବା ହୋଇଥାଏ।

– ଆଧାରକାର୍ଡ ସେଣ୍ଟର ଖୋଲିବା ପାଇଁ ଆପଣଙ୍କୁ ଲାଇସେନ୍ସ ପାଇଁ ଅନଲାଇନ ଆପ୍ଲାଏ କରିବାକୁ ହୋଇଥାଏ। ଏହାପରେ ଆପଣଙ୍କୁ ଏକ ପରୀକ୍ଷା ଦେବାକୁ ହୋଇଥାଏ ଓ ଏହାକୁ ପାସ କରିଥିବା ଲୋକଙ୍କୁ ଲାଇସେନ୍ସ ମିଳିଯାଇଥାଏ।

ଏମିତି କରନ୍ତୁ ରେଜିଷ୍ଟ୍ରେସନ:-

– ସର୍ବପ୍ରଥମେ ଏନଏସଇଆଇଟି ୱେବସାଇଟ କୁ ଯିବାର ହୋଇଥାଏ।

– ଏଠାରେ ଆପଣଙ୍କୁ କ୍ରିଏଟ ନ୍ୟୁ ୟୁଜରରେ କ୍ଲିକ କରିବାକୁ ହେବ। ଏହାପରେ ଏବେ XML ଫାଇଲ ଓପନ ହୋଇଯିବ।

– ଏବେ ଆପଣଙ୍କୁ ଶେୟର କୋଡ଼ ଓପନ କରିବାକୁ କୁହାଯିବ।

– XML file ଓ ଶେୟର କୋଡ଼ ପାଇଁ ଆପଣଙ୍କୁ ଆଧାରକାର୍ଡ଼ ୱେବସାଇଟ resident.uidai.gov.in ରେ ଯାଇ Offline e-aadhar ଡାଉନଲୋଡ଼ କରନ୍ତୁ।

– ଏଠାରେ ଯେବେ ଆପଣ ଡାଉନଲୋଡ଼ କରିବେ ସେତେବେଳେ XML ଫାଇଲ ଓ share code ଉଭୟକୁ ଡାଉନଲୋଡ଼ କରନ୍ତୁ। ଏହାର ବ୍ୟବହାର ଆପଣଙ୍କୁ ଉପରେ ଦିଆଯାଇଥିବା ସ୍ଥାନରେ କରିବାକୁ ହେବ।

– ଏବେ ଏକ ଫର୍ମ ଆସିବ ଯେଉଁଥିରେ ଆପଣଙ୍କୁ କିଛି ପର୍ସନାଲ ସୂଚନା ଦେବାକୁ ହୋଇଥାଏ।

– ଏହି ଫର୍ମକୁ ସବମିଟ କରିବାପରେ ଆପଣଙ୍କ ମୋବାଇଲ ନମ୍ବରକୁ ୟୁଜର ଆଇଡ଼ି ଓ ପାସୱାର୍ଡ ଦିଆଯିବ।

-ଏଥିରେ ଆପଣ ଆଧାର ଟେଷ୍ଟିଂ ଓ ସାର୍ଟିଫିକେସନ ପୋର୍ଟାଲରେ ଲଗ ଇନ କରିପାରିବେ।

– ଏକ ଫର୍ମ ଭରିବାପରେ ଆପଣଙ୍କୁ ନିଜର ଫୋଟ ଓ ସିଗନେଚର ଅପଲୋଡ଼ କରିବାକୁ ହେବ

– ଏବେ ଆପଣଙ୍କୁ ପ୍ରିଭିୟୁ ଅପ୍ସନ ଦେଖାଦେବ। ଏଥିରେ ଆପଣ ଦେଖନ୍ତୁ ଯେଉଁ ଡ଼ିଟେଲସ ଦେଇଛନ୍ତି ତାହା ଠିକ ଅଛି କି ନାହିଁ।

– ଏହାପରେ ଆପଣ ଫ୍ରାଞ୍ଚାଇଜ ପାଇଁ ଆପ୍ଲାଏ କରନ୍ତୁ।

ଏହିପରି ଭାବରେ ପରୀକ୍ଷା ପାଇଁ ବୁକ କରନ୍ତୁ ସେଣ୍ଟର:-

ସମସ୍ତ ଫର୍ମ ଭରିବା ପରେ ଏବେ ଆପଣଙ୍କୁ 24 ରୁ 36 ଘଣ୍ଟା ଅପେକ୍ଷା କରିବାକୁ ହେବ। ଏହାପରେ ଆପଣ ପୁଣିଥରେ ୱେବସାଇଟରେ ଲଗ ଇନ କରନ୍ତୁ। ଏବେ ବୁକ ସେଣ୍ଟରରେ କ୍ଲିକ କରି ନିଜ ପାଖ ସେଣ୍ଟର ବାଛି ପାରିବେ। ଏହି ସେଣ୍ଟରରେ ଆପଣଙ୍କୁ ଆଧାର ପରୀକ୍ଷା ଦେବାକୁ ହେବ। ଏହାପରେ ଆପଣଙ୍କୁ ତାରିଖ ଓ ସମୟ ଭରି ଫର୍ମକୁ ସବମିଟ କରିବାକୁ ହୋଇଥାଏ। ଏହାପରେ ଆପଣଙ୍କୁ ଏଡ଼ମିଟ କାର୍ଡ଼କୁ ଡାଉନଲୋଡ଼ କରି ପ୍ରିଣ୍ଟ କରିବା ଉଚିତ।

odia sambada
Comments (0)
Add Comment