ଓଲା ଇଲେକ୍ଟ୍ରିକ କାର ଲଞ୍ଚକୁ ନେଇ ଆସିଲା ବଡ଼ ଖବର, ଦାମକୁ ନେଇ ମଧ୍ୟ ଆସିଛି ବଡ଼ ଅପଡେଟ !

ଓଲା ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିବାପରେ ଏବେ ମାର୍କେଟକୁ ନିଜର ଇଲେକ୍ଟ୍ରିକ କାର ନେଇଆସୁଛି। ଓଲା ଇଲେକ୍ଟ୍ରିକର ଏହି କାରରେ ଅଟୋନୋମସ ମୋବିଲିଟି ସିଷ୍ଟମ ରହିବ। କମ୍ପାନୀ ର ଏହି ଟେଷ୍ଟିଂ ବର୍ତ୍ତମାନ ଆରମ୍ଭ ହୋଇଯାଇଛି। ଏହି କାରକୁ ଗ୍ଲୋବାଲ ମାର୍କେଟରେ ଆଗାମୀ ଦୁଇବର୍ଷ ଭିତରେ ଲଞ୍ଚ କରିବାକୁ ଯୋଜନା ରହିଛି। କମ୍ପାନୀର ସିଇଓ ଭାବିଷ ଅଗ୍ରୱାଲ ଏବେଏବେ ଏହାର ସୂଚନା ବ୍ୟକ୍ତ କରିଛନ୍ତି।

2024 ସୁଦ୍ଧା ଲଞ୍ଚ କରିବାକୁ ରହିଛି ଟାର୍ଗେଟ:-

ଅଗ୍ରୱାଲ ଓଲା ଇଲେକ୍ଟ୍ରିକ ସ୍କୁଟରର Future Factoryରେ ରିପୋର୍ଟସ ସହିତ କଥାବାର୍ତ୍ତା ହେଉଥିଲେ। ତାମିଲନାଡୁର କୃଷ୍ନାଗିରି ଜିଲ୍ଲାରେ ସ୍ଥିତ ଏହି ପ୍ଲାଣ୍ଟ ଠାରେ ଅଗ୍ରୱାଲ କହିଥିଲେ କି, ଓଲାର ପ୍ରସ୍ତୁତି ବର୍ତ୍ତମାନ ଦେଶରେ ଅଟୋନମସ ଟେକ୍ନୋଲୋଜିରେ ଲାସ କାର କୁ ଲଞ୍ଚ କରିବାର ରହିଛି। ସେ କହିଛନ୍ତି, ଓଲା 6 ମା ପୂର୍ବରୁ ଏକ ଅଟୋନୋମିକ ବେହିକଲ ଟେଷ୍ଟିଂ ଆରମ୍ଭ କରିଦେଇଛନ୍ତି। ଏହା ଗ୍ଲୋବାଲ ମାର୍କେଟରେ 2023 ଶେଷ ଆଡ଼କୁ ଓ 2024 ଆରମ୍ଭ ବେଳକୁ ଆସିବାକୁ ଯାଉଛି।

ଓଲା କାରର ଦାମ ଏତିକି ରହିବ:-

ଅଗ୍ରୱାଲ ଏହି କାର ର ଦାମ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ସେ କହିଛନ୍ତି, ଏହି କାର ର ଦାମ ପାଖାପାଖି 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ। ଏହାଦ୍ୱାରା ଅଧିକରୁ ଅଧିକ ଲୋକେ ଯେମିତି ଏହାକୁ ଆଫୋର୍ଡ କରିପାରିବେ। ଓଲା ସିଇଓ ଏହାମଧ୍ୟ କହିଛନ୍ତି କି, କମ୍ପାନୀ ଏହିବର୍ଷ ଓଲା ଏସ 1 ନାମକ କମ ଦାମିକିଆ ଏକ ସ୍କୁଟର ମାର୍କେଟକୁ ଆଣୁଛନ୍ତି।

ଫ୍ୟାକ୍ଟ୍ରି ରେ ଶୋକେସ ହେଉଛି ସେଲ୍ଫ ଡ୍ରାଇଭିଂ କାର:-

ଓଲାର ମାନୁଫାକଚରିଂ ପ୍ଲାଣ୍ଟ ପୋଚମପଲ୍ଲୀ ସହରରେ 500 ଏକରରେ ବନାଯାଇଛି। କମ୍ପାନୀ ଏହି ଫ୍ୟାକ୍ଟ୍ରିରେ ସେଲ୍ଫ ଡ୍ରାଇଭିଂ କାର୍ଟ ମଧ୍ୟ LiDAR ମାନେ ଲାଇଟ ଡିଟେକ୍ସନ ଆଣ୍ଡ ରେନଜିଂ ଟେକ୍ନୋଲୋଜିର ବ୍ୟବହାର କରିଥାଏ। କମ୍ପାନୀ ଏହି କାର୍ଟକୁ ଅନ୍ୟ ଦେଶରେ ଏକ୍ସପୋର୍ଟ କରିବ ବୋଲି ରହିଛି। ଏହି କାର୍ଟର ଏକ୍ସପୋର୍ଟ ହସ୍ପିଟାଲ, ମଲ ଓ ଅଫିସ ଗୁଡ଼ିକରେ କରାଯାଇପାରେ ।

odia sambada
Comments (0)
Add Comment