ନର୍ସିଂ କରିବାକୁ ଚାହୁଁଥିବା ପିଲାମାନଙ୍କୁ ମିଳୁଛି ମୋଟା ଅଙ୍କର ସ୍କଲାରସିପ,ଜଲଦି ଆବେଦବ କରନ୍ତୁ !

ଉଚ୍ଚ ଶିକ୍ଷା ପାଇଁ ବିଦ୍ୟାର୍ଥୀମାନଙ୍କୁ ପଢ଼ିବା ସମୟରେ କିମ୍ବା ପଢ଼ା ସରିବା ପରେ ସରକାରଙ୍କ ତରଫରୁ ସ୍କଲାରସିପ୍ ମିଳିଥାଏ। କିନ୍ତୁ ବର୍ତ୍ତମାନ ବିଭିନ୍ନ ପ୍ରକାର ବେସରକାରୀ ସଂସ୍ଥା ତରଫରୁ ମଧ୍ୟ ପଢ଼ୁଆ ପିଲାମାନଙ୍କ ପାଇଁ ସ୍କଲାରସିପର ବ୍ୟବସ୍ଥା କରିଛନ୍ତି। ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢ଼ିବାରେ ଏହି ସ୍କଲାରସିପ ବହୁତ ସାହାଯ୍ୟ କରୁଛି। ଯେଉଁ ପିଲାମାନଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ, ସେମାନେ ଏହି ସ୍କଲାରସିପ୍ ସାହାଯ୍ୟରେ ଆଗକୁ ପଢ଼ିବା କଥା ମଧ୍ୟ ଚିନ୍ତା କରିପାରୁଛନ୍ତି। ତେବେ ବର୍ତ୍ତମାନ ସାସାକାଓ୍ଵା ଇଣ୍ଡିଆ ଲେପ୍ରସି ଫାଉଣ୍ଡେସନ ତରଫରୁ ମେଧାବୀ ତଥା କୁଷ୍ଠ ରୋଗରେ ପୀଡ଼ିତ ଛାତ୍ର ଛାତ୍ରୀମାନଙ୍କୁ ନର୍ସିଂ କୋର୍ସ ପାଇଁ ସ୍କଲାରସିପ ପ୍ରଦାନ କରାଯାଉଛି। ଏ ବିଷୟରେ ସଂସ୍ଥା ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ସାସାକାଓ୍ଵା ଇଣ୍ଡିଆ ଲେପ୍ରସି ଫାଉଣ୍ଡେସନ ତରଫରୁ ୨୦୨୨-୨୩ ବର୍ଷ ପାଇଁ ଛାତ୍ରଛାତ୍ରୀମାନଙ୍କୁ ନର୍ସିଂ ସ୍କଲାରସିପ ପ୍ରଦାନ କରାଯାଉଛି। ଏହି ସ୍କଲାରସିପ କେବଳ ଉଚ୍ଚଶିକ୍ଷା ପାଇଁ ଇଚ୍ଛୁକ ଥିବା ଲେପ୍ରସି କଲୋନୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ।

ଯୋଗ୍ୟତା:-

– ଏହି ସ୍କଲାରସିପ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ବୟସ ୧୭ ବର୍ଷରୁ କମ ହୋଇଥିବା ଆବଶ୍ୟକ।

– ସେ ଲେପ୍ରସି କଲୋନୀରେ ରହୁଥିବା ଦରକାର।

– ବିଜ୍ଞାନରେ ସ୍ନାତକ (ନର୍ସିଂ) ଓ ଜିଏନ୍ଏମ୍ (GNM) ଡିଗ୍ରୀ କରିବାକୁ ଚାହୁଁଥିବା ପିଲାମାନଙ୍କୁ ହିଁ ଏହି ସ୍କଲାରସିପ୍ ମିଳିବ।

– ପ୍ରାର୍ଥୀମାନଙ୍କର ବାପା-ମା’ ମଧ୍ୟରୁ ଜଣେ କୁଷ୍ଠ ରୋଗୀ ହୋଇଥିବା ଆବଶ୍ୟକ।

ଆବେଦନର ସମୟ:-

ଏହି ସ୍କଲାରସିପରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତା ମାସ ଜୁନ ୫ ତାରିଖ ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ http://scholarship.silf.in/ ୱେବ୍‌ସାଇଟ୍‌କୁ ଯାଇ ଆପଣ ଆବେଦନ କରନ୍ତୁ। ଯଦି ଆପଣଙ୍କର ଆବେଦନ ଗ୍ରହଣୀୟ ହେବ, ତେବେ ସଂସ୍ଥାର ନିୟମ ଅନୁସାରେ ଆପଣ ସ୍କଲାରସିପ ପାଇବାକୁ ଯୋଗ୍ୟ ବୋଲି ବିବେଚିତ ହେବେ।

odiasambada
Comments (0)
Add Comment