ତୁରନ୍ତ ଟଙ୍କାର ଆବଶ୍ୟକ ଥିଲେ ଆପଣାନ୍ତୁ ଏହି ଉପାୟ,ଅଟକିବ ନାହିଁ କୌଣସି କାମ ! ଜାଣନ୍ତୁ ଟଙ୍କା ପାଇଁ କଣ କରିବାକୁ ପଡିବ !

ପ୍ରତ୍ୟକ ବ୍ୟକ୍ତି ପାଇଁ ଏମିତି ସମୟ ଆସିଥାଏ କି, ତାଙ୍କୁ ଅଚାନକ ଟଙ୍କାର ଆବଶ୍ୟକତା ପଡିଯାଇଥାଏ। ଏହି ସମୟରେ ଲୋକେ ସାଙ୍ଗ ଓ ସମ୍ପର୍କୀୟଙ୍କ ଠାରୁ ଟଙ୍କା ନେଇ କାମ ଚଲାଇ ଦେଇଥାନ୍ତି। କିନ୍ତୁ ପ୍ରତ୍ୟକ ବ୍ୟକ୍ତି ପାଖରେ ଏହି ସୁବିଧା ନଥାଏ। କେତେଥର ସଙ୍କୋଚ ଓ ଲାଜ ପାଇଁ ଏହା ହୋଇ ପାରିନଥାଏ। ଏମିତିରେ ବହୁତ ଉପାୟ ରହିଛି ଯାହାକି ଆପଣଙ୍କ କାମରେ ଆସିବ। ଏହି ସମୟରେ ବ୍ୟସ୍ତ ନହୋଇ ଆପଣ ଅର୍ଜେଣ୍ଟ ମନିର ସହାୟତା ନେଇପାରିବେ।

ପର୍ସନାଲ ଲୋନ:-

ଆଜିର ସମୟରେ ସାରା ବ୍ୟାଙ୍କ ପର୍ସନାଲ ଲୋନର ସୁବିଧା ଦେଇଥାନ୍ତି। ଯଦି ଆପଣଙ୍କ କ୍ରେଡିଟ ସ୍କୋର ବହୁତ ଭଲ ଅଟେ ତାହେଲେ କୌଣସିବି ବ୍ୟାଙ୍କ ଆପଣଙ୍କୁ ପର୍ସନାଲ ଲୋନ ଦେଇଥାଏ। ଏବେ ତ କିଛି ବ୍ୟାଙ୍କ ପ୍ରି ଆପୃଭଡ ପର୍ସନାଲ ଲୋନ ପ୍ରଡକ୍ଟ ଲଞ୍ଚ କରିଛନ୍ତି। ଯଦି ଆପଣ ସାଲାରୀ ପାଉଛନ୍ତି ଓ କୌଣସି ଏକ ପେଶାରେ ରହିଛନ୍ତି ତାହେଲେ ଆପଣ ନିଶ୍ଚୟ ପର୍ସନାଲ ଲୋନ ପାଇପାରିବେ। ଏହାସହ କ୍ରେଡ଼, ପେଟିଏମ ଭଳି ଫାଇନାନ୍ସିଆଲ ସର୍ଭିସ ପ୍ରୋଭାଇଡ଼ର କମ୍ପାନୀ ଇଂଷ୍ଟାଣ୍ଟ ପର୍ସନାଲ ଲୋନ ଦେଇଥାଏ।

ଗୋଲଡ଼ ଲୋନ:-

ଏହା ଜରୁରୀ ସମୟରେ ଟଙ୍କାର ପ୍ରବନ୍ଧ କରିବାର ସବୁଠାରୁ ଶାନଦାର ଉପାୟ ଭିତରୁ ଗୋଟିଏ ଅଟେ। ଯଦି ଆପଣଙ୍କ ପାଖରେ ସୁନା ଅଛି ତାହେଲେ ଆପଣ ଏହାକୁ ବନ୍ଧା ପକାଇ ଜରୁରୀ ଲୋନ ନେଇପାରନ୍ତି। ଏହି ମାମଲାରେ ସୁଧ ମଧ୍ୟ ପର୍ସନାଲ ଲୋନ ତୁଳନାରେ କମ ଦେବାକୁ ପଡ଼ିଥାଏ। ଆଜିର ସମୟରେ କେତେକ ବ୍ୟାଙ୍କ ଗୋଲଡ଼ ଲୋନ ସୁବିଧା ଦେଉଛନ୍ତି। ଏହାସହ କେତେକ ଗୋଲଡ଼ ଲୋନ କମ୍ପାନୀ ମଧ୍ୟ ଏହି ସୁବିଧା ଦେଇଥାନ୍ତି। ରିଜର୍ଭ ବ୍ୟାଙ୍କ ଗାଇଡ଼ ଲାଇନ ଅନୁସାରେ ସୁନାର 75 ପ୍ରତିଶତ ବରାବର ଭ୍ୟାଲ୍ୟୁ ପର୍ଯ୍ୟନ୍ତ ଲୋନ ନିଆଯାଇପାରେ।

ସମ୍ପତ୍ତି ଉପରେ ଲୋନ:-

ଯଦି ଆପଣ ଭଡ଼ାରେ ନରୁହନ୍ତି ତାହେଲେ ଆପଣଙ୍କ ଘର ଆପଣଙ୍କୁ ଛାତ ଦେବା ସହିତ ଜରୁରୀ ସମୟରେ ବଞ୍ଚାଇ ପାରେ। ରେସିଡେନ୍ସିଆଲ ନିୟମ ମୁତାବିକ, ଆପଣଙ୍କ ଘରର 60 ରୁ 70 ପ୍ରତିଶତ ପର୍ଯ୍ୟନ୍ତ ଲୋନ ଆପଣଙ୍କୁ ଦିଆଯାଇପାରେ। ଏଥିରେ ଫାଇଦା ଏହାକି ଯେ, ଆପଣଙ୍କୁ ସୁଧ କମ ଦେବାକୁ ପଡ଼ିଥାଏ ଓ ଦୀର୍ଘ 20 ବର୍ଷ ପର୍ଯ୍ୟନ୍ତ ଆପଣ ଲୋନ ଭରଣା କରିପାରିବେ। ଏହା ଏକ ସୁରକ୍ଷିତ ଲୋନ ଅଟେ ଓ ବ୍ୟାଙ୍କ ବହୁତ ସହଜରେ ଏହାକୁ ଆପୃଭ କରିଥାଏ।

FD ରେ ଲୋନ:-

ଲୋକମାନେ ନିଜର ଭବିଷ୍ୟତ ସୁରକ୍ଷିତ କରିବାପାଇଁ ନିବେଶ କିମ୍ବା ଟଙ୍କା ଶେଭିଂ କରିଥାଆନ୍ତି। ପାରମ୍ପରିକ ଉପାୟରେ FD ମଧ୍ୟ ହୋଇଥାଏ। ଜରୁରୀ ସମୟରେ ଏହାକୁ ଭାଙ୍ଗି ଟଙ୍କା ମଧ୍ୟ ନିଆଯାଇଥାଏ। ଯଦି ଆପଣ FD ଭାଙ୍ଗନ୍ତି ତାହେଲେ ଆପଣଙ୍କୁ ବହୁତ କ୍ଷତି ହୋଇଯାଇଥାଏ। ବ୍ୟାଙ୍କ ଆପଣଙ୍କ FD ର 90 ପ୍ରତିଶତ ଲୋନ ଦେଇଥାଏ।

ଶେୟର ଓ ମ୍ୟୁଚୁଆଲ ଫଣ୍ଡ ଲୋନ:-

ଯଦି ଆପଣ ଏହି ମାର୍କେଟରେ ଟଙ୍କା ଲଗାଇବାକୁ ଚାହାଁନ୍ତି ତାହେଲେ ଆପଣ ଏହାର ଫାଇଦା ଉଠାଇ ପାରିବେ। ଅଚାନକ ଶେୟର ବିକ୍ରି କରିବା କ୍ଷତି ସହ୍ୟ କରିବାକୁ ପଡ଼ିପାରେ। ଏଥିପାଇଁ ଆପଣ ବିନା ଶେୟର ବିକ୍ରି କରି ଏହାଉପରେ ଲୋନ ନେଇପାରିବେ। ଆପଣଙ୍କ ପାଖରେ ଯେଉଁ ଶେୟର ରହିଛି ଆପଣ ଏହାର ଭ୍ୟାଲ୍ୟୁର 50 ପ୍ରତିଶତ ପର୍ଯ୍ୟନ୍ତ ଲୋନ ନେଇପାରିବେ।

ଇନ୍ସୁରାନ୍ସ ପଲିସି ଉପରେ ଲୋନ:-

ଆଜିର ସମୟରେ ପ୍ରତ୍ୟକଙ୍କ ପାଖରେ ଇନ୍ସୁରାନ୍ସ ପଲିସି ରହିଛି। ଇନ୍ସୁରାନ୍ସ ପଲିସିରେ ଆସୁଥିବା ସମୟ ପାଇଁ ସୁରକ୍ଷା ମିଳିଥାଏ। ଏହି ପ୍ରଡକ୍ଟ ଅର୍ଜେଣ୍ଟ ମନି ଦେବାରେ ଏକ ସାଧନ ହୋଇପାରେ। ଆପଣ ଯଦି ଜାଣିନାହାଁନ୍ତି ତାହେଲେ ଜାଣିନିଅନ୍ତୁ କି, ଇନ୍ସୁରାନ୍ସ ପଲିସିରେ ମଧ୍ୟ ଆପଣ ଲୋନ ନେଇପାରିବେ। ପଲିସିର ସରେଣ୍ଡର ଭ୍ୟାଲ୍ୟୁର 85-90 ପ୍ରତିଶତ ଲୋନ ବହୁତ ସହଜରେ ମିଳିଥାଏ। ଆବଶ୍ୟକ ପଡ଼ିଲେ ଆପଣ ମଧ୍ୟ ଏହାର ବ୍ୟବହାର କରିପାରିବେ।

odia sambada
Comments (0)
Add Comment