ମାତ୍ର ୪୫ ମିନିଟରେ 5 ଲକ୍ଷ ପର୍ଯ୍ୟନ୍ତ ଲୋନ, SBI Emergency Loan Scheme ରେ ଏହିପରି ଭାବରେ କରନ୍ତୁ ଆବେଦନ !

ଏସବିଆଇ ତରଫରୁ କରୋନା ସମୟରେ ଗ୍ରାହକଙ୍କୁ ବିପଦ ସମୟରେ ବହୁତ୍ କମ ସମୟରେ ଲୋନ ପ୍ରାପ୍ତ କରିବାପାଇଁ 2020 ମସିହାରେ ଏସବିଆଇ ଏମର୍ଜେନ୍ସି ଲୋନ ସ୍କିମ ଆରମ୍ଭ କରାଯାଇଥିଲା । ଏସବିଆଇ ଏମର୍ଜେନ୍ସି ଲୋନ ସ୍କିମ ଅନୁଯାୟୀ, ଆପଣଙ୍କୁ ବ୍ୟାଙ୍କରୁ 45 ମିନିଟ୍ ମଧ୍ୟରେ 2 ଲକ୍ଷରୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିପାରିବ । ଯେଉଁଥିରେ ପର୍ସନାଲ ପାଇଁ ଆପଣଙ୍କୁ ଦୁଇ ଲକ୍ଷ ଟଙ୍କା, ପେନସନ ଲୋନ ପାଇଁ ଅଢେଇ ଲକ୍ଷ ଟଙ୍କା ଏବଂ ସର୍ଭିସ୍ କ୍ଲାସ ଲୋନ ପାଇଁ ଆପଣଙ୍କୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଆପ୍ରୁଭ ହୋଇପାରିବ ।

ଲୋନ ନେବାପାଇଁ ଯୋଗ୍ୟତାର ସୂଚନା ଯେକୌଣସି ବ୍ୟକ୍ତି PAPL ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଖାତାର ଶେଷ ଚାରି ସଂଖ୍ୟା 567676 ରେ SMS ମାଧ୍ୟମରେ ସେଣ୍ଡ୍ କରି ଜାଣିପାରିବେ, ଯେଉଁଥିରେ ଆପଣଙ୍କର ଯୋଗ୍ୟତାର ସୂଚନା ବ୍ୟାଙ୍କ୍ ଆପଣଙ୍କୁ 10.5% ସୁଧ ଦରରେ ଲୋନ ପ୍ରଦାନ କରିଦେବ । ଯେଉଁଥିରେ ଛଅ ମାସ ପର୍ଯ୍ୟନ୍ତ ଗ୍ରାହକଙ୍କ ଠାରୁ କୌଣସି ପ୍ରକାରର EMI ଦେବାକୁ ପଡ଼ିବ ନାହିଁ ।

SBI Emergency Loan Scheme ରେ ଲୋନ ନେବାପାଇଁ ଯୋଗ୍ୟତା :-

1. ଏସବିଆଇ ଲୋନ ନେବାପାଇଁ ଦେଶର ଯେକୌଣସି କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଅନ୍ତର୍ଗତ କାର୍ଯ୍ୟରତ କର୍ମଚାରୀ, ପେନସନ ହିତାଧିକାରୀ ଆବେଦନ କରିପାରିବେ ।

2. ଲୋନ ନେବାପାଇଁ ପେନସନ ହିତାଧିକାରୀଙ୍କ ବୟସ 76 ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।

ଏହିପରି କରନ୍ତୁ SBI ଏମର୍ଜେନ୍ସି ଲୋନ ସ୍କିମ ନେବାପାଇଁ ଆବେଦନ :-

1. SBI ଏମର୍ଜେନ୍ସି ଲୋନ ସ୍କିମ ନେବାପାଇଁ ଆବେଦନ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ ଏସବିଆଇର Yono ଆପ ଡାଉନଲୋଡ କରିବାକୁ ପଡ଼ିବ ।

2. ଗ୍ରାହକଙ୍କୁ ସର୍ବପ୍ରଥମେ ନିଜ ରେଜିଷ୍ଟର ମୋବାଇଲ ନମ୍ବରରୁ PAPL ଟାଇପ କରି ସ୍ପେସ ଟାଇପ କରି ନିଜ ଆକାଉଣ୍ଟର ଶେଷ ଚାରୋଟି ନମ୍ୱର୍ ଟାଇପ କରି 567676 ରେ ସେଣ୍ଡ କରିବାକୁ ପଡ଼ିବ ।

3. ଯଦି ଆପଣ ଲୋନ ନେବା ପାଇଁ ଯୋଗ୍ୟ, ତେବେ ଆପଣଙ୍କୁ 4ଟି ସହଜ ପ୍ରୋସେସ ଦ୍ଵାରା ଲୋନ ମିଳିପାରିବ ।

4. ଏହାବ୍ୟତୀତ ଏସବିଆଇର YONO SBI ର ଆପକୁ ଡାଉନଲୋଡ କରି ମଧ୍ୟ ଲୋନ ପାଇଁ ଆବେଦନ କରିପାରିବେ ।

5. YONO SBI ଆପ ଡାଉନଲୋଡ କରି ଆପଣଙ୍କୁ ସେଥିରେ Avail Now ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡ଼ିବ ।

6. ବର୍ତ୍ତମାନ ଆପଣଙ୍କୁ ଲୋନର ଅବଧି ଏବଂ ଲୋନ ଆମାଉଣ୍ଟ ପୂରଣ କରିବାକୁ ପଡ଼ିବ ।

7. ବର୍ତ୍ତମାନ ବ୍ୟାଙ୍କ୍ ଦ୍ଵାରା ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରରେ ଆପଣଙ୍କୁ ଗୋଟିଏ OTP ମିଳିବ ।

8. ଯାହା ପରେ OTP ପୂରଣ କରି ବ୍ୟାଙ୍କ୍ ଦ୍ଵାରା ଆପଣଙ୍କ ଆକାଉଣ୍ଟରେ ଲୋନ ରାଶି ଟ୍ରାନ୍ସଫର କରି ଦିଆଯିବ ।

odia sambada
Comments (0)
Add Comment