ଶ୍ୱଶୁର କହୁଛି ମୋ ସହ ସମ୍ପର୍କ ରଖ..ସ୍ୱାମୀ କହୁଛି ମୋ ସାଙ୍ଗ ମାନଙ୍କ ସହ ସମ୍ପର୍କ ରଖ ..

ଶ୍ୱଶୁର ଓ ବୋହୂର ସମ୍ପର୍କ ବାପ ଝିଅର ସମ୍ପର୍କ ପରି ହୋଇଥାଏ। ତେବେ ଖରାପ ସମ୍ପର୍କ ରଖିବାକୁ ରାଜି ନ ହେବାରୁ ବୋହୂକୁ ନିର୍ଯାତନା ମିଳିଛି। ଶ୍ୱଶୁର କହୁଛି ବୋହୂକୁ ମୋ ସହ ସମ୍ପର୍କ ରଖ। ସେପଟେ ସ୍ୱାମୀ କହୁଛିକି ମୋ ସାଙ୍ଗମାନଙ୍କ ସହ ସମ୍ପର୍କ ରଖ। ଶାଶୁ ସବୁ କିଛି ଜାଣିଛନ୍ତି କିନ୍ତୁ ସେ କିଛି କରୁନାହାନ୍ତି। ମୋ ଧରମ ବାପା, କକା ବି କହୁଛନ୍ତି, ଦେଖ ମା, ପୁଅ ତ ବାହାରେ, ତୋ ମନ ଖୁସି ରହିବ ଆଉ ସେବି ଖୁସି ରହିବ। ହେଲେ ମୁଁ ଏଥିରେ ରାଜି ହେଲିନାହିଁ।

ସ୍ୱାମୀ, ଶାଶୂ, ଶ୍ୱଶୁର ମୋତେ ମାରପିଟ ମଧ୍ୟ କଲେ। ପାଟକୁରା ଥାନାରେ ଏତଲା ଦେଇଥିଲି ସେମାନେ ମିଶି କମ୍ପ୍ରମାଇଜ କରିଦେଲେ। ମୋତେ ବୁଝେଇ ସୁଝେଇ ରାଜସ୍ଥାନ ବିଦା କରିଦେଲେ। ସ୍ୱାମୀ ରାଜସ୍ଥାନରେ ଅନ୍ୟ ଝିଅ ସହିତ ସମ୍ପର୍କ ରଖିଥିଲେ। ପ୍ରତିବାଦ କରିବାରୁ ତାଙ୍କ ସାଙ୍ଗମାନଙ୍କ ସହିତ ସମ୍ପର୍କ ରଖିବା ପାଇଁ ମଧ୍ୟ ବାଧ୍ୟ କରିଲେ। ବାଧା ଦେବାରୁ ପ୍ରାଇଭେଟ ପାର୍ଟରେ ମାଡ଼ ମଧ୍ୟ ମାରିଲେ। ବାଧ୍ୟ ହୋଇ ସେ ଘର ଛାଡ଼ି ପଳାଇଆସିଲି। ଜଣେ ମହିଳା କାନ୍ଦି କାନ୍ଦି ଏମିତି କିଛି ଅଭିଯୋଗ କରିଛନ୍ତି।

ଏଭଳି ଏକ ଲଜ୍ୟାକର ଘଟଣା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏଥର ଆଉ ଥାନା ନୁହେଁ, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କୁ ଭେଟି ମହିଳା ଜଣକ ଗୋଟିଗୋଟି କରି ଅଭିଯୋଗ ମଧ୍ୟ କରିଛନ୍ତି। ଏହା ସହ ସେ ଆହୁରି ମଧ୍ୟ କହିଛନ୍ତିକି, ମୁଁ ମୋ ପିଲାଙ୍କ ପାଖକୁ ଯିବା ପାଇଁ ଚାହୁଁଛି। ନ୍ୟାୟ ନମିଳିଲେ ସୁଇସାଇଡ କରିଦେବି। ସମସ୍ତେ ମିଶି ମୋ ଚରିତ୍ରକୁ ନିଲାମ କରିଦେଲେ। ଆଉ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହିତ ସ୍ୱାମୀ, ଶ୍ୱଶୁରଙ୍କ ନାଁରେ ମଧ୍ୟ ଏଭଳି ଅଭିଯୋଗ ଆଣିଛନ୍ତି।

odia sambada
Comments (0)
Add Comment