SBI ଦେଲା ଚେତାବନୀ ! ଯଦି ଏହି ଦୁଇଟି ନମ୍ବରରୁ କଲ ଆସେ ତେବେ କିଛି କୁହନ୍ତୁନି, ନଚେତ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବ

ଅନଲାଇନ୍ ସ୍କାମ୍ ଓ ଜାଲିଆତି କଲ୍ ପାଇଁ ଠକେଇର ଅନେକ ମାମଲା ସାମ୍ନାକୁ ଆସିଥାଏ। ଏଭଳି ସ୍ଥିତିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକମାନଙ୍କୁ ଏଭଳି ଠକେଇକୁ ନେଇ ଚେତାବନୀ ଜାରି କରିଛି। ବ୍ୟାଙ୍କ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଗ୍ରାହକମାନଙ୍କୁ ସୂଚନା ଦେଇଛିଯେ ଠକମାନେ କିପରି KYC ନାମରେ ଲୋକମାନଙ୍କୁ ଫାନ୍ଦରେ ପକାଉଛନ୍ତି। CID ଆସାମର ଟ୍ୱିଟକୁ ରିଟ୍ୱିଟ କରି ଏସବିଆଇ ଗ୍ରାହକମାନଙ୍କୁ ଚେତାବନୀ ଦେଇଛି। ତଦନ୍ତକାରୀ ସଂସ୍ଥା ଏସବିଆଇ ଗ୍ରାହକଙ୍କୁ ଦୁଇଟି ମୋବାଇଲ୍ ନମ୍ବରକୁ ନେଇ ଚେତାବନୀ ଦେଇଛି। ଏହି ନମ୍ୱର ମାଧ୍ୟମରେ ଲୋକମାନଙ୍କୁ KYC ନାମରେ ଫାନ୍ଦରେ ପକାଯାଉଛି।

ଏହି ଟ୍ୱିଟରୁ ଜଣାପଡିଛିଯେ ଲୋକମାନଙ୍କୁ ଠକିବା ପାଇଁ ଏହି ଦୁଇଟି ନମ୍ବର ସର୍ବାଧିକ ବ୍ୟବହୃତ ହୋଇଛି। ଯଦି ଆପଣ ଆସାମ କିମ୍ବା ଅନ୍ୟ କୌଣସି ରାଜ୍ୟରେ ରୁହନ୍ତି, ତେବେ ଏହି ନମ୍ବରରୁ ଆସୁଥିବା କଲ ଠାରୁ ଦୂରେଇ ରୁହନ୍ତୁ। CID ଆସାମ ଦ୍ୱାରା ସେୟାର ହୋଇଥିବା ନମ୍ବରରୁ ଲୋକମାନଙ୍କୁ କଲ୍ କରି ସେମାନଙ୍କ ଠାରୁ ବ୍ୟକ୍ତିଗତ ବିବରଣୀ ପଚରାଯାଉଛି।

ବ୍ୟାଙ୍କ ଅନେକ ଥର ସୂଚନା ଦେଇଛିଯେ ଗ୍ରାହକମାନେ ସେମାନଙ୍କର ବ୍ୟକ୍ତିଗତ ବିବରଣୀ କୌଣସି ବ୍ୟକ୍ତିଙ୍କ ସହ ସେୟାର କରିବା ଉଚିତ୍ ନୁହେଁ। ବ୍ୟାଙ୍କ ପାଖରେ ଆପଣଙ୍କର ଆବଶ୍ୟକ ସୂଚନା ପୂର୍ବରୁ ଉପଲବ୍ଧ ରହିଛି। ନିଜର ଟ୍ୱିଟରେ ସିଆଇଡି ଆସାମ କହିଛିଯେ ଏସବିଆଇ ଗ୍ରାହକମାନଙ୍କୁ ଦୁଇଟି ନମ୍ବର + 91-8294710946 ଓ + 91-7362951973 ରୁ କଲ୍ ଆସୁଛି। ଏଜେନ୍ସି କହିଛିଯେ ସମସ୍ତ ଏସବିଆଇ ଗ୍ରାହକମାନଙ୍କୁ ଏପରି ସନ୍ଦେହଜନକ କିମ୍ବା ଫିସିଙ୍ଗ ଲିଙ୍କରେ କ୍ଲିକ୍ନକରିବାକୁ ଅନୁରୋଧ କରାଯାଇଛି।

ଏହି ଟ୍ୱିଟକୁ ରିଟ୍ୱିଟ କରି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛିକି, ଏହି ନମ୍ବରଗୁଡିକ ସହ ଯୋଗାଯୋଗ କରନ୍ତୁ ନାହିଁ ଓ KYC ଅପଡେଟ୍ ପାଇଁ କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। ଏହି ଲିଙ୍କଗୁଡ଼ିକ ଆମ ସହ ଜଡ଼ିତ ନୁହେଁ। ଏହା ପ୍ରଥମ ଥର ନୁହେଁଯେ ଏପରି ନମ୍ୱର କିମ୍ବା KYC ଫିସିଙ୍ଗ୍ ଲିଙ୍କର ସବିଶେଷ ତଥ୍ୟ ବ୍ୟାଙ୍କ ଦ୍ୱାରା ସେୟାର କରାଯାଇଛି। ଅତୀତରେ ବ୍ୟାଙ୍କ ଗ୍ରାହକମାନଙ୍କୁ ଚେତାବନୀ ମଧ୍ୟ ଦେଇଥିଲା।

ଫିସିଙ୍ଗ୍ ଲିଙ୍କ SMS କିମ୍ବା ହ୍ୱାଟସଆପ୍ ମେସେଜ୍ ଆକାରରେ ଆପଣଙ୍କ ନିକଟକୁ ଆସିପାରେ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଏହିପରି ଲିଙ୍କଗୁଡ଼ିକୁ ମଧ୍ୟ ଅଣଦେଖା କରିବା ଉଚିତ। ଏପରି ସ୍ଥିତିରେ ସାଇବର ଅପରାଧୀମାନେ ବ୍ୟାଙ୍କ ଅଧିକାରୀଙ୍କ ପରି କାର୍ଯ୍ୟ କରନ୍ତି। ଗ୍ରାହକମାନଙ୍କଠାରୁ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ବାହାର କରିବାକୁ ଚେଷ୍ଟା କରନ୍ତି ।

odia sambada
Comments (0)
Add Comment