ବର୍ତ୍ତମାନ ଯିଏ ବି ଚାହିଁବ ସିଏ ରୟାଲ ଏନଫିଲ୍ଡ କିଣିପାରିବ ! ଖୁବଶୀଘ୍ର ଆସିବ ଶସ୍ତା ବୁଲେଟ ୩୫୦ !

ବର୍ତ୍ତମାନ ଏବେ କେହିବି ରୟାଲ ଏନଫିଲ୍ଡ ବୁଲେଟକୁ କିଣିପାରିବେ। ରୟାଲ ଏନଫିଲ୍ଡ ଲଗାତାର ନିଜର ନୂଆ ବାଇକ ଓ ଉପଲବ୍ଧ ମୋଟର ସାଇକେଲର ଅନେକ ପ୍ରକାର ଅପଡେଟେଡ ଓ ମଡେଲ ଲଞ୍ଚ କାମରେ ଲାଗିଛନ୍ତି। ଏହି କ୍ରମରେ ଗତ ୨୦୨୦ ମସିହାରେ ଲଞ୍ଚ ହୋଇଥିବା ମେଟର ୩୫୦ ଥଣ୍ଡରବାର୍ଡ ରେଞ୍ଜର ସ୍ଥାନ ନେଇ ସାରିଛି। ଗତବର୍ଷ ନୂଆ ଜେନେରେସନର କ୍ଲାସିକ୍ ଭାରତୀୟ ବଜାରରେ ଲଞ୍ଚ ହୋଇଥିବା ସମୟରେ ବର୍ତ୍ତମାନ କମ୍ପାନୀ ବୁଲେଟ ୩୫୦ର ଅପଡେଟେଡ ମଡେଲ ଲଞ୍ଚ କରିବା ପାଇଁ ସଜବାଜ ହେଉଛନ୍ତି।

ଏହାଛଡା କମ୍ପାନୀ ବର୍ତ୍ତମାନ ସବୁଠାରୁ ଶସ୍ତା ରୟାଲ ଏନଫିଲ୍ଡ ହଣ୍ଟର ଉପରେ ମଧ୍ୟ କାମ କରୁଛନ୍ତି। ଏହା ବିଲକୁଲ ନୂଆ ମୋଟରସାଇକେଲ ହେବ। ନିକଟରେ ଏହା ରୟାଲ ଏନଫିଲ୍ଡର ସମ୍ପୂର୍ଣ୍ଣ ନୂଆ ସ୍କ୍ରାମ ୪୧୧ବଜାରକୁ ଆସିସାରିଲାଣି। ଏହା ହିମାଲୟନ ଆଧାରିତ ନୂଆ ଆଡଭେଞ୍ଚର ମୋଟରସାଇକେଲ ହୋଇଥିବା ସମୟରେ ବେଶ୍ ଇକୋନମିକାଲ ମଧ୍ୟ। ଖବର ଅନୁସାରେ ନୂଆ ଜେନେରେସନ ବୁଲେଟକୁ ଟେଷ୍ଟିଂ କାଳରେ ପ୍ରଥମ ଥର ଭାରତରେ ପ୍ରଦର୍ଶିତ କରାଯାଇଛି।

ଏଣୁ ଏନଫିଲ୍ଡଙ୍କ ନୂଆ ମୋଟରସାଇକେଲ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ସବୁ କଳ୍ପନା ଜଳ୍ପନା ସତ୍ୟରେ ପରିଣତ ହୋଇସାରିଛି। ଯଦିଓ ବାଇକ୍ ବର୍ତ୍ତମାନ ଟେଷ୍ଟିଂ ସମୟରେ ଅଛି ଓ ଏହା ଲଞ୍ଚ ହେବାରେ ଆହୁରି ସମୟ ଲାଗିବ ତଥାପି ଟେଷ୍ଟ ମଡେଲ ଦେଖିଲେ ବର୍ତ୍ତମାନ ଉପଲବ୍ଧ ମଡେଲ ଓ ଆସିବାକୁ ଥିବା ମଡେଲ ମଧ୍ୟରେ ଫରକ କଣ ଅନୁଭବ କରିପାରିବେ। ଏହାର ସବୁଠାରୁ ଯାହା ବଡ ଫିଚର ତାହା ହେଉଛିକି ଡବଲ କ୍ରେଡେଲ ଫ୍ରେମ ଯାହାକି ଉପରେ ଇଞ୍ଜିନ ଲାଗିଛି। ଏହି ମଡେଲ ନୂଆ ହେଡଲ୍ୟାମ୍ପ ଓ ଟେଲ ଲ୍ୟାମ୍ପ ସହ ଦେଖାଯାଇଛି ଯାହା ବହୁତ ଷ୍ଟାଇଲିସ୍ ମଧ୍ୟ।

ରୟାଲ ଏନଫିଲ୍ଡ କ୍ଲାସିକ ଷ୍ଟାଇଲର ନୂଆ ଜେନେରେସନ ବୁଲେଟ୍ ୩୫୦କେବଳ କିକ ଷ୍ଟାର୍ଟ ଭାରିଏଣ୍ଟରେ ଲଞ୍ଚ କରାଯିବ। ନୂଆ ବାଇକଟି ୩୪୯ ସିସି ସିଙ୍ଗଲ ସିଲିଣ୍ଡର ଏୟାର କୁଲ ଇଞ୍ଜିନରେ ଆସିପାରେ। ଏହି ଇଞ୍ଜିନକୁ ୫ସ୍ପିଡ ଗିୟର ବକ୍ସ ସହ ଉପଲବ୍ଧ କରାଯାଇପାରେ। ମୋଟର ସାଇକେଲର ସମ୍ମୁଖ ଭାଗ ଟେଲିସ୍କୋପିକ୍ ଫର୍କସ ସହ ପଛପଟେ ଟ୍ୱିନ ସକଅବଜର୍ଭର ଦିଆଯାଇଛି। ସେହିପରି ବ୍ରେକ ସିଷ୍ଟମର କଥା କହିବାକୁ ଗଲେ ଆଗ ଚକରେ ଡିସ୍କ ବ୍ରେକ ଓ ପଛ ଚକ ଡ୍ରମ ବ୍ରେକର ମିଳିବ। ଏଥିରେ ସିଙ୍ଗଲ ଚାନେଲ ଏବିଏସ ମଧ୍ୟ ଦିଆଯାଇପାରେ।

odia sambada
Comments (0)
Add Comment