Nasa Alien Mission: ଏଲିୟନ୍ସ ସହ କଥାବାର୍ତ୍ତା ପାଇଁ ବୈଜ୍ଞାନିକମାନେ ବନାଇଲେ ଏହି ପ୍ଲାନ୍, ପ୍ଲାନ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ !

ସ୍ପେସ ବା ମହାକାଶରେ ରୂଚି ରଖୁଥିବା ପ୍ରତ୍ୟେକ ବ୍ୟକ୍ତିର ମନରେ ଗୋଟିଏ ପ୍ରଶ୍ନ ସଦାବେଳେ ଉଙ୍କି ମାରେ କ’ଣ ପୃଥିବୀ ବ୍ୟତୀତ ଆଉ କେଉଁଠାରେ ଜୀବନ ସମ୍ଭବ ରହିଛି ?ବହୁ ଅନ୍ତରିକ୍ଷ ଅଭିଯାନ ସତ୍ୱେ
ଆମର ବୈଜ୍ଞାନିକ ଏପର୍ଯ୍ୟନ୍ତ ପୃଥିବୀ ବାହାରର ଜୀବନର ଖୋଜି ପାଇ ନାହାଁନ୍ତି|ଆପଣ ମଧ୍ୟ ଆମେରିକା ଓ ପଶ୍ଚିମ ଦେଶରେ ୟୁଏଫ୍ଓ ଓ ଏଲିୟନ୍ସ ଉପରେ ରିସର୍ଚ୍ଚ ଖବର ପଢିଥିବେ|ଯଦିଓ ତାଙ୍କ ସମ୍ପର୍କରେ ପ୍ରକୃତ ସତ୍ୟ କେହି ଜାଣନ୍ତି ନାହିଁ|ଏହା ମଧ୍ୟରେ ନାସାର ବୈଜ୍ଞାନିକ ମାନେ ଏଲିୟନ୍ସ ଓ ତାର ଉପସ୍ଥିତି ସମ୍ପର୍କରେ କିଛି ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି|ପ୍ରକୃତରେ ବୈଜ୍ଞାନିକ ମାନେ ପ୍ଲାନ କରିଛନ୍ତି ଯେ ସେମାନେ ଏଲିୟନ୍ସକୁ ତାଙ୍କ ଭାଷାରେ ଖବର‌ ପଠେଇବେ|

ଏହି ପ୍ଲାନରେ ନାସାର ବୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି|କାର୍ଲିଫର୍ଣିଆରେ ନାସାର ଜେଟ ପ୍ରୋପେଲ୍ସନ ଲାବୋରଟୋରୀରେ ଡକ୍ଟର ଜୋନାଥନଙ୍କ ଅଧ୍ୟକ୍ଷତାରେ ଏହି ମିଶନରେ କାମ ଚାଲିଛି| ଦ ଗର୍ଜିୟାନରେ ପ୍ରକାଶିତ ରିପୋର୍ଟ ମୁତାବକ ନାସାର‌ ବୈଜ୍ଞାନିକ ଏକ ଖାସ ବାଇନାରି ସନ୍ଦେଶକୁ ପ୍ରସାରିତ କରିବାକୁ ପ୍ରସ୍ତୁତ କରୁଛନ୍ତି|ଏହା ଏକ ପ୍ରକାରର ରେଡ଼ିଓ ସିଗ୍ନାଲ ହେବ ଯାହା ମାଧ୍ୟମରେ ଏହା ଚେଷ୍ଟା କରାଯିବ ଯେ ଏଲିୟନ୍ସ ସହ କଥାବାର୍ତ୍ତା ହୋଇ ପାରିବ|ଏହି ଭାଷାକୁ ଏଲିୟନ୍ସ ଭାଷାରେ ଡିକୋଡ କରାଯିବ|ଏହି ରିପୋର୍ଟ ମୁତାବକ ନାସାର‌ ବୈଜ୍ଞାନିକ ଏଲିୟନ୍ସକୁ ପୃଥିବୀର ସ୍ଥିତି ଓ କିଛି ଡିଏନ୍ଏ ସାମ୍ପଲ ପଠାଇବାକୁ ଚାହୁଁଛନ୍ତି|ଏହା ରେଡ଼ିଓ ସିଗ୍ନାଲ ଜରିଆରେ ପଠାଯିବ|

ଯଦିଓ ରିପୋର୍ଟରେ କିଛି ବିଶେଷଜ୍ଞ ଦ୍ଵାରା ବତାଯାଇଛି ଯେ ଏହି ପ୍ଲାନ ସେହି ପ୍ରକ୍ରିୟାର ଏକ ଅଂଶବିଶେଷ ଯେଉଁଥିରେ ଏହା ଦାବି କରାଯାଇଥିଲା ଯେ ଏଲିୟନ୍ସକୁ ଦୁନିଆର ପୃଥିବୀରୁ କିଛି ମେସେଜ ପଠାଯାଇଥିଲା|ଏହା ସମ୍ପର୍କରେ କୁହାଯାଇଛି ଯେ ଏଲିୟନ୍ସର ସନ୍ଦେଶ ପୃଥିବୀକୁ ଦୁଇବର୍ଷ ପୂର୍ବେ ଆସିଥିଲା|ସେ ସମୟରେ ପୃଥିବୀରେ ମହଜୁଦ ଥିବା ରେଡ଼ିଓ ଟେଲିସ୍କୋପ ରେଡିଓ କିରଣକୁ ତିବ୍ର ଲହର କହିଥିଲେ|ଯଦିଓ ଏହି ଲହର କିଛି ମିଲି ସେକେଣ୍ଡ ପାଇଁ ଥିଲା କିନ୍ତୁ ଅଚାନକ ଗାଏବ ହୋଇଗଲା|କିନ୍ତୁ ଏହି ରେଡ଼ିଓ କିରଣ ସମ୍ପର୍କରେ ଜାଣିବା ଏକ ମହତ୍ତ୍ୱପୂର୍ଣ୍ଣ ସନ୍ଧାନ ମାନା ଯାଇଛି|ପ୍ରଥମଥର ପୃଥିବୀର ଏତେ ପାଖରୁ ଫାଷ୍ଟ ରେଡ଼ିଓ ବ୍ରଷ୍ଟ ଜଣାପଡ଼ିଲା|ଏହା ସମ୍ପର୍କରେ ଜଣାଗଲା ଯେ ଏହି ସନ୍ଦେଶ ଏଲିୟନ ତରଫରୁ ହିଁ ଅଟେ|ଏହାକୁ ପରେ ବୁଝିବାକୁ ଚେଷ୍ଟା କରାଯାଇଥିଲା|ଏଵେ ଆରଥରେ ମେସେଜ ପଠାଯିବ|ଏବେ ଏହା ଦେଖିବା ହୃଦୟସ୍ପର୍ଶୀ ବୈଜ୍ଞାନିକ ମାନେ ଏହି ନୂଆ ପ୍ରୟୋଗରେ କେତେ ସଫଳ ସାବ୍ୟସ୍ତ ହେବେ |

odiasambada
Comments (0)
Add Comment