ଆଇପିଏଲରୁ ମିଳିଗଲା ଭାରତୀୟ ଦଳକୁ ନିଜର ଆଗାମୀ ଅଧିନାୟକ, ବହୁତ ଜଲଦି ଏହି ଖେଳାଳି ରୋହିତଙ୍କ ଠାରୁ ଛଡ଼ାଇ ନେବେ ଅଧିନାୟକ ପଦ ?

ଭାରତରେ ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ ଉପରେ ସମସ୍ତଙ୍କ ନଜର ରହିଛି। ଏହି ସମୟରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତାରେ ଖେଳୁଥିବା ଗୁଜୁରାଟ ଟାଇଟାନ୍ସ ବହୁତ ଭଲ ପ୍ରଦର୍ଶନ କରିଆସୁଛି। ସେହିପରି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସବୁଠାରୁ ଖରାପ ପ୍ରଦର୍ଶନ କରୁଥିବା ଦଳ ସାବ୍ୟସ୍ତ ହୋଇଛି। ଖରାପ ପ୍ରଦର୍ଶନ କାରଣରୁ ରୋହିତଙ୍କ ଅଧିନାୟକତା ଉପରେ ପ୍ରଶ୍ନ ଉଠିଛି। ଜଣେ ପୂର୍ବତନ ଖେଳାଳି ଏପରି କହିଛନ୍ତି କି, ବହୁତ ଜଲଦି ରୋହିତଙ୍କ କ୍ୟାପ୍ଟେନ୍ସି ଏହି ଖେଳାଳି ଛଡ଼ାଇନେବେ।

ରୋହିତଙ୍କ ସ୍ଥାନ ନେବେ ଏହି ଖେଳାଳି:-

ଆଇପିଏଲ 2022 ରେ ହାର୍ଦିକଙ୍କ ଟିମ ଗୁଜୁରାଟର ପ୍ରଦର୍ଶନ ଶାନଦାର ରହିଛି। ଗୁଜୁରାଟ ନିଜର ଛଅଟି ମ୍ୟାଚରୁ 5 ଟିରେ ବିଜୟ ହାସଲ କରିସାରିଛି। ଗୁଜୁରାଟର ସଫଳତା ପଛରେ ହାର୍ଦିକଙ୍କ ବଡ଼ ହାତ ରହିଛି। ହାର୍ଦିକଙ୍କ ପ୍ରଦର୍ଶନରେ ଖୁସି ହଉ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ଼ ହଗ କହିଦେଇଛନ୍ତି ଯେ, ଆଗାମୀ ଦୁଇବର୍ଷରେ ହାର୍ଦିକ ଟିମ ଇଣ୍ଡିଆର ଅଧିନାୟକ ହେବାକୁ ଯାଉଛନ୍ତି। ବ୍ରାଡ଼ ହଗ ନିଜର ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ, 2022 ରେ ଏବେପର୍ଯ୍ୟନ୍ତ ମୋତେ ହାର୍ଦିକଙ୍କ ଅଧିନାୟକତା ସବୁଠାରୁ ବଢ଼ିଆ ଲାଗୁଛି।

ସେ କହିଥିଲେ, ମୋତେ ଆଶ୍ଚର୍ଯ୍ୟ ହେବନାହିଁ ଯଦି ସେ ଏହି ଦୁଇବର୍ଷ ଭିତରେ ଭାରତୀୟ କ୍ରିକେଟରେ ଧଳା ବଲର ଅଧିନାୟକ ପଦ ସମ୍ଭାଳିବେ। ସେ ଜଣେ ଲିଡ଼ର ଅଟନ୍ତି। ପ୍ରେସରରେ ସେ ବହୁତ ଭଲ ଅଧିନାୟକତା କରୁଛନ୍ତି।

ଆଇପିଏଲରେ ଧ୍ୟାନ ଦେଉଛନ୍ତି ହାର୍ଦିକ:-

ଲଗାତାର ତିନୋଟି ଅର୍ଧଶତକ ମାରି ଶାନଦାର ପ୍ରଦର୍ଶନରେ ଚାଲୁଥିବା ହାର୍ଦିକ ପାଣ୍ଡ୍ୟା କହିଛନ୍ତି କି, ଭାରତୀୟ ଦଳକୁ ଫେରିବା ମୋ ହାତରେ ନାହିଁ। ମୁଁ କେବଳ ଚଳିତ ଆଇପିଏଲରେ ଧ୍ୟାନ ଦେଉଛି। ଗ୍ରୋଇନ ଆହତ କାରଣରୁ ଚେନ୍ନାଇ ବିପକ୍ଷ ମ୍ୟାଚରେ ଅନୁପସ୍ଥିତ ଥିବା ହାର୍ଦିକ ପାଣ୍ଡ୍ୟା କହିଥିଲେ କି, ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ମୋ ହାତରେ ନାହିଁ, ମୁଁ ବର୍ତ୍ତମାନ ଯେଉଁ ମ୍ୟାଚ ଖେଳୁଛି ତାହା ଉପରେ ହିଁ ଫୋକସ କରୁଛି।

ଲମ୍ବା ସମୟ ଧରି ଟିମରୁ ବାହାରେ ଚାଲୁଛନ୍ତି:-

ଏହି 28 ବର୍ଷୀୟ ଖେଳାଳି ଭାରତ ପାଇଁ ନିଜର ଶେଷ ମ୍ୟାଚ ନଭେମ୍ବର ମାସରେ ଦୁବାଇରେ t-20 ବିଶ୍ଵକପ ନାମିବିଆ ବିପକ୍ଷରେ ଖେଳିଥିଲେ। ପିଠି ସର୍ଜରୀ କାରଣରୁ ସେ ବୋଲିଂକୁ ନେଇ ସଙ୍ଘର୍ଷ କରୁଥିଲେ। ପାଣ୍ଡ୍ୟା କହିଥିଲେ, ଏବେ ମୁଁ ଆଇପିଏଲ ଖେଳୁଛି ଓ ଯେଉଁ ଟିମ ପାଇଁ ଖେଳୁଛି କେବଳ ସେହି ଟିମ ବିଷୟରେ ହିଁ ଧ୍ୟାନ ଦେଉଛି।

odia sambada
Comments (0)
Add Comment