ଭେଣେଇ ୧୦୦୦ ଟଙ୍କା ନ ଦେବାରୁ ଯୁବକ ଜଣକ କରିଦେଲେ ଆତ୍ମହତ୍ୟା,ପୁରା ଘଟଣା ଜାଣିଲେ ଲୋମଟାଙ୍କୁରି ଉଠିବ !

ଉତ୍ତରପ୍ରଦେଶରେ ନୋଏଡାର ସେକ୍ଟର 113 ଅଞ୍ଚଳର ସର୍ଫାବାଦ ଗାଁରେ ରହୁଥିବା ଜଣେ ଯୁବକ ପ୍ରଥମେ ନିଜ ପାଟିରେ ଇଲେକ୍ଟ୍ରି ତାର ଭର୍ତ୍ତି କଲା ଏବଂ ତାପରେ ଇଲେକ୍ଟ୍ରି ସୁଇଚକୁ ଦବାଇ ଜୀବନ ଦେଇଦେଲା । ଯୁବକ ଜଣକ ନିଜ ଭେଣେଇଙ୍କ ଠାରୁ 1000 ଟଙ୍କା ମାଗିଥିଲେ, ଭେଣେଇ ପଇସା ଦେବାକୁ ମନା କରିବାପରେ ସେ ଏପରି ପଦକ୍ଷେପ ନେଇଗଲା ।

ହସ୍ପିଟାଲରେ ଯାଇ ମୃତ୍ୟୁ ହେଲା :-

ଯୁବକ ଜଣକ ଶନିବାର ଦିନ ସକାଳେ ଇଲେକ୍ଟ୍ରି ତାର ନିଜ ପାଟିରେ ପୁରାଇ କରେଣ୍ଟ ଚାଲୁ କରିଦେଲେ । ଏହି ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଗଲେ । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ସେଠାରେ ଡାକ୍ତରମାନେ ଯୁବକଙ୍କୁ ମୃତ ବୋଲି ଘୋଷଣା କରିଦେଲେ ।

ଏକ ହଜାର ଟଙ୍କା ପାଇଁ ଗଲା ଜୀବନ :-

ପୋଲିସ ପଙ୍କଜ କୁମାର କହିଛନ୍ତି ଯେ ଥାନା ସେକ୍ଟର 113 ଅଞ୍ଚଳର ସର୍ଫାବାଦ ଗାଁରେ ରହୁଥିବା ଗଙ୍ଗା ସିଂହଙ୍କ ପୁଅ ବିନୟ କୁମାର (24 ବର୍ଷ) ଗତ ରାତିରେ ନିଜ ଭେଣେଇ ଠାରୁ ଏକ ହଜାର ଟଙ୍କା ଉଧାର ମାଗିଲେ । ଭେଣେଇ କହିଲେ ଯେ ତାଙ୍କ ପାଖରେ ପଇସା ନାହିଁ । ଏହି କଥାରେ ରାଗିଯାଇ ବିନୟ କୁମାର ନିଜ ପାଟିରେ ଇଲେକ୍ଟ୍ରି ତାର ପୁରାଇ କରେଣ୍ଟ ଚାଲୁ କରିଦେଲେ ।

ଯୁବତୀ ଖାଇଲେ ବିଷ :-

ଆଉ ଗୋଟିଏ ଅନ୍ୟ ଘଟଣା ଅନୁଯାୟୀ, ଥାନା ଫେସ- ବନ ଅଞ୍ଚଳର ସେକ୍ଟର 9ରେ ରହୁଥିବା ପ୍ରିୟଙ୍କା ନାମକ ଜଣେ ଯୁବତୀ ମାନସିକ ଚାପ କାରଣରୁ ବିଷାକ୍ତ ଜିନିଷ ଖାଇଦେଲେ । ଅତ୍ୟଧିକ ଗୁରୁତର ଅବସ୍ଥାରେ ତାଙ୍କୁ ନୋଏଡାର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ତାଙ୍କର ଅବସ୍ଥା ଅଧିକ ବିଗିଡ଼ି ଯାଇଥିବା ଦେଖି ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲ୍ ନିଆଯାଇଥିଲା । ଶନିବାର ଦିନ ଦ୍ବିପ୍ରହର ସମୟରେ ଚିକିତ୍ସା ଚାଲିଥିବା ବେଳେ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଗଲା ।

odiasambada
Comments (0)
Add Comment