ପୋଷ୍ଟ ଅଫିସ ଦେଉଛି ୬୦୦୦ ଟଙ୍କା ଜିତିବାର ମୌକା,ଜାଣନ୍ତୁ କିପରି ଉଠାଇବେ ଫାଇଦା !

ସୋସିଆଲ ମିଡ଼ିଆରେ ଆଜିକାଲି ଲଗାତାର ଫେକ ଜିନିଷ ଦେଖିବାକୁ ମିଳୁଛି। ଯଦି ଆପଣ ମଧ୍ୟ ଇଣ୍ଡିଆନ ପୋଷ୍ଟ ଅଫିସର ଗ୍ରାହକ ଅଟନ୍ତି ଓ ପୋଷ୍ଟ ଅଫିସ ସମ୍ବନ୍ଧିତ ମେସେଜ ଆପଣଙ୍କ ପାଖକୁ ଆସୁଛି ତାହେଲେ ଏହି ଖବର ଆପଣଙ୍କୁ ଜାଣିବାକୁ ହେବ। ଇଣ୍ଡିଆନ ପୋଷ୍ଟ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି। ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏକ ପୋଷ୍ଟ ଭାଇରାଲ ହେଉଛି। ଏଥିରେ ପୋଷ୍ଟ ଅଫିସ 6 ହଜାର ଟଙ୍କା ରାଶି ଜିତିବାର କଥା କହୁଛି ଓ ଏଥିପାଇଁ ନିଜର ବୟାନ ମଧ୍ୟ ଜାରି କରିଛନ୍ତି।

ଇଣ୍ଡିଆ ପୋଷ୍ଟ ଜାରି କଲା ଆଡ଼ଭାଇଜରୀ:-

ସୋସିଆଲ ମିଡ଼ିଆରେ ଭାଇରଲ ହେଉଥିବା ଏହି ଫେକ ୱେବସାଇଟ ଓ ୟୁଆରଏଲ କୁ ନେଇ ଇଣ୍ଡିଆନ ପୋଷ୍ଟ ଆଡ଼ଭାଇଜରୀ ଜାରି କରିଛନ୍ତି। ଇଣ୍ଡିଆ ପୋଷ୍ଟ କହିଛନ୍ତି, ତାଙ୍କ ତରଫରୁ କୌଣସି ପ୍ରକାରର ଗିଫ୍ଟ, ସରପ୍ରାଇଜ ଓ ଲକି ଡ୍ର ଜାରି କରାଯାଇନାହିଁ। ସେ ଏମିତିରେ କୌଣସି ପ୍ରକାରର ଗତିବିଧିରେ ସାମିଲ ନାହାଁନ୍ତି। ଏହାସହ ସେ ଗ୍ରାହକଙ୍କୁ ମଧ୍ୟ ଏହିପ୍ରକାରର ଅନଲାଇନ ଫ୍ରଡ଼ ଠାରୁ ବର୍ତ୍ତିବାକୁ କହିଛନ୍ତି।

ବିଗତ କିଛିଦିନ ହେବ ଇଣ୍ଡିଆନ ପୋଷ୍ଟ ନାମରେ ଏକ ମେସେଜ ଭାଇରାଲ ହେଉଛି। ଏଥିରେ କୁହାଯାଉଛି ଲକି ଡ୍ର ଜରିଆରେ ବିଜେତାଙ୍କୁ 6 ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ। ଏହି ରାଶିକୁ ପାଇବାପାଇଁ ଜରୁରୀ ଅଟେ କି ନିଜର ପର୍ସନାଲ ଡ଼ିଟେଲସ ଦିଅନ୍ତୁ।

ଏହାପରେ ପିଆଇବି ଏହାର ଯାଞ୍ଚ କରିଛି ଓ ସୂଚନା ଦେଇଛି କି, ଏହା ଏକପ୍ରକାରର ସ୍କାମ ଅଟେ ଓ ଏହାସହ ଇଣ୍ଡିଆ ପୋଷ୍ଟର କୌଣସି ସମ୍ଵନ୍ଧ ନାହିଁ। ଲୋକମାନଙ୍କୁ ଜଣାଇଦେଉଛୁ ଯେ, ଏହିପରି ପୋଷ୍ଟ ଅଫିସ ନାମରେ କୌଣସି ଲକି ଡ୍ର କିମ୍ବା ଗିଫ୍ଟ ଆସିଲେ କୌଣସି ମତରେ ନିଜର ପର୍ସନାଲ ଡ଼ିଟେଲସ ଶେୟର କରନ୍ତୁ ନାହିଁ।

odia sambada
Comments (0)
Add Comment