ବେଡରୁମ୍‌ରେ ଚାର୍ଜ ହେଉଥିବା ବେଳେ ଫାଟିଗଲା ଇଲେକ୍ଟ୍ରିକ ସ୍କୁଟିର ବ୍ୟାଟେରୀ: ଜଣେ ମୃତ, ୩ ଗୁରୁତର

ଭାରତୀୟ ମାର୍କେଟରେ ଇଲେକ୍ଟ୍ରିକ ଗାଡିର ଟ୍ରେଣ୍ଡ ବର୍ତ୍ତମାନ ଆରମ୍ଭ ହୋଇଯାଇଛି। ଖାସ କରି ଇଲେକ୍ଟ୍ରିକ ଟୁହ୍ଵିଲର୍ସ। କିନ୍ତୁ ନିକଟ ଅତୀତରେ ଘଟୁଥିବା ଘଟଣାକୁ ଦେଖି ଗ୍ରାହକମାନଙ୍କ ମନରେ ଏକପ୍ରକାର ଡର ହୋଇଯାଇଛି। କିଛିଦିନ ତଳେ ଇଲେକ୍ଟ୍ରିକ ସ୍କୁଟିରେ ନିଆଁ ଲାଗିବା ଘଟଣା ମଧ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ଯାହାଦ୍ୱାରା ଲୋକଙ୍କର ଜୀବନ ଚାଲିଯାଇଛି। ଏହା ପୂର୍ବରୁ କିଛିଦିନ ତଳେ ୮୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ସ୍କୁଟରରେ ନିଆଁ ଲାଗିବା ଯୋଗୁଁ ହୋଇଯାଇଛି।

ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଜୟଓ୍ଵାଡାର ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବେଡରୁମରେ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରୀ ଚାର୍ଜ କରିବା ସମୟରେ ଫାଟିବା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଆଉ ପତ୍ନୀ ଏବଂ ଦୁଇ ପିଲା ଗୁରୁତର ଆହତ ହୋଇଛନ୍ତି।

ମୃତ ଶିବକୁମାର ଗୋଟିଏ ଦିନ ପୂର୍ବରୁ ଇଲେକ୍ଟ୍ରିକ ସ୍କୁଟର କିଣିଥିଲେ। ୨୨ ଏପ୍ରିଲରେ କିଣିଥିବା ଗାଡିର ବ୍ୟାଟେରୀକୁ ନିଜର ଶୋଇବା ରୁମରେ ଚାର୍ଜ କରିଥିଲେ। ଗାଡିର ବ୍ୟାଟେରୀ ଫାଟିବାର ଶବ୍ଦ ଶୁଣି ପଡୋଶୀ ଶିବକୁମାରଙ୍କୁ ଘରକୁ ଦଉଡ଼ି ଆସିଥିଲେ। ଏହା ପରେ ପରିବାରକୁ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଶିବକୁମାରଙ୍କର ମୃତ୍ୟୁ ହୋଇଥିବା ସମୟରେ ତାଙ୍କର ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କର ଦୁଇ ପିଲାଙ୍କର ଶରୀର ପୋଡ଼ିଯାଇଛି। ଏହି ଘଟଣାରେ ପୋଲିସ ସ୍କୁଟର କମ୍ପାନୀ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ତେଲେଙ୍ଗାନାର ନିଜାମାବଦ ଜିଲ୍ଲାରେ ଜଣଙ୍କ ଘରେ ଇ-ସ୍କୁଟର ଚାର୍ଜ କରାଯାଉଥିବା ସମୟରେ ହଠାତ ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଛି ଓ ୩ ଜଣ ଆହତ ହୋଇଛନ୍ତି। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ସମୟରେ ତାଙ୍କର ପୁଅ ପ୍ରକାଶ, ବୋହୂ କମଳମ୍ମା ଓ ନାତୁଣୀ କ୍ରିଷ୍ଣାବେଣୀ ଆହତ ହୋଇଛନ୍ତି। ବୃଦ୍ଧଙ୍କୁ ରକ୍ଷା କରିବା ଯାଇ ଏମାନେ ଏଥିରେ ଆହତ ହୋଇଥିବା ଜଣାପଡ଼ିଛି। ଖବର ଅନୁସାରେ, ସ୍କୁଟି ବିସ୍ଫୋରଣ ହେବା ପରେ ସଙ୍ଗେ ସଙ୍ଗେ ଘରସାରା ନିଆଁ ବ୍ୟାପି ଯାଇଥିଲା। ଫଳରେ ବୃଦ୍ଧ ଜଣକ ଜଳିଯାଇଥିଲେ।

ଏହାପୂର୍ବରୁ ମହାରାଷ୍ଟ୍ରର ପୁଣେର ଧନୋରୀ ଅଞ୍ଚଳର ଏକ ନାମୀଦାମୀ ସ୍କୁଟରରେ ହଠାତ ନିଆଁ ଲାଗିଥିଲା। ଏହି ଘଟଣାରେ ଇଲେକ୍ଟ୍ରିକ୍ ସ୍କୁଟର ରାସ୍ତାରେ ଜଳିବା ଆରମ୍ଭ କରିଥିଲା ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ସେହିଭଳି ଭିଲ୍ଲୋରେ କିଛିଦିନ ତଳେ ଏକ ଇଲେକ୍ଟ୍ରିକ ସ୍କୁଟର ଚାର୍ଜିଂ ହେବା ସମୟରେ ବ୍ୟାଟେରୀ ଫାଟି ଯାଇଥିଲା। ଏହାଦ୍ୱାରା ଜଣେ ବାପା ଓ ଝିଅର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜଣାପଡିଥିଲାକି ଗାଡିକୁ ଚାର୍ଜ କରିବା ପାଇଁ ଏକ ପୁରୁଣା ବୋର୍ଡରେ ଲଗାଯାଇଥିଲା। ଯାହା ଯୋଗୁଁ ସର୍ଟ ସର୍କିଟ ହୋଇ ବ୍ୟାଟେରୀ ବିସ୍ଫୋରଣ ହୋଇ ଯାଇଥିଲା।

odia sambada
Comments (0)
Add Comment