ପୁଣିଜଣେ ରସିକିଆ ଡାକ୍ତର ଗିରଫ, ୩ ଜଣଙ୍କୁ ମିଛ କହି ହୋଇଥିଲା ବାହାଘର |

ପୁଣିଥରେ ଗିରଫ ହେଲେ ଜଣେ ଡ଼ାକ୍ତର। ପାହାଳ ନିକଟରେ ଏକ ଘରୋଇ ଡାକ୍ତରଖାନାରେ ରୋଗୀ ଦେଖୁଥିବା ସମୟରେ ମହିଳା ଥାନା ପୋଲିସ ବାନ୍ଧିଲା। ମିଛ କହି ଏକାଧିକ ଝିଅମାନଙ୍କୁ ଆଶିଷ ପଟ୍ଟନାୟକ ବିବାହ କରିଥିଲେ। ତୃତୀୟ ପତ୍ନୀର ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ବାନ୍ଧିଥିଲା। ଆଶିଷ କଟକ ବଡ଼ ମେଡ଼ିକାଲର ଡାକ୍ତର ଥିଲେ। ଆଶିଷକୁ ବର୍ତ୍ତମାନ ମହିଳା ଥାନା ପୋଲିସ ପଚରା ଉଚରା କରୁଅଛି। ମିଛ କହି ସେ ୩ ଜଣଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ପୋଲିସ ଆଶିଷଙ୍କର ଡାକ୍ତରୀ କାଗଜ ପତ୍ରକୁ ଯାଞ୍ଚ କରୁଛି।

odiasambada
Comments (0)
Add Comment