ଲେମ୍ବୁର ଦାମ କାହିଁକି ବଢ଼ୁଛି ? ସାମ୍ନାକୁ ଆସିଲା ଏହାର ବଡ କାରଣ !

ପ୍ରଥମ ଥର ପାଇଁ ଲେମ୍ବୁ ରାଷ୍ଟ୍ରୀୟ ଚର୍ଚ୍ଚାର ବିଷୟ ହୋଇଛି। ଏହାର କାରଣ ହେଉଛି ଲେମ୍ବୁର ଆକାଶଛୁଆଁ ମୂଲ୍ୟ। ଦେଶର ବିଭିନ୍ନ ବଜାରରେ ଲେମ୍ବୁର କିଲୋଗ୍ରାମ ପିଛା ୧୫୦ ରୁ ୨୫୦ ଟଙ୍କା ରହିଛି। ଏହାର କାରଣ କୁହାଯାଉଛିକି ଏଥର ଦେଶରେ ଲେମ୍ବୁ ଉତ୍ପାଦନ କମ୍ ହୋଇଯାଇଛି। ଏହି କାରଣରୁ ରିଟେଲରେ ଲେମ୍ବୁର ମୂଲ୍ୟ କିଲୋଗ୍ରାମ ପିଛା ୨୫୦ ରୁ ୫୦୦ ଟଙ୍କା ମଧ୍ୟରେ ରହିଛି। ଅର୍ଥାତ୍ ଗୋଟିଏ ଲେମ୍ବୁ ୭ ରୁ ୧୫ ଟଙ୍କା ହୋଇଗଲାଣି। ଚଳିତ ଗ୍ରୀଷ୍ମ ଋତୁରେ ଲେମ୍ବୁ ମୂଲ୍ୟରେ ଏହି ବୃଦ୍ଧି ଲୋକଙ୍କ ଲେମ୍ବୁ ପାଣିର ମଜାକୁ ନଷ୍ଟ କରିଦେଇଛି। ରାସ୍ତାରେ ମିଳୁଥିବା ଏକ ଗ୍ଲାସ ଲେମ୍ବୁ ପାଣି ବର୍ତ୍ତମାନ କୋକାକୋଲା ଅପେକ୍ଷା ମହଙ୍ଗା ବିକ୍ରି ହେଉଅଛି। ପନିପରିବା ବିକ୍ରେତାମାନେ ମଧ୍ୟ ଲେମ୍ବୁ ଉପରେ ବିଶେଷ ନଜର ରଖିଛନ୍ତି।

ଏହି ସମୟରେ ଲେମ୍ବୁର ମୂଲ୍ୟରେ ମଧ୍ୟ ହ୍ରାସ ବୃଦ୍ଧି ଲାଗି ରହିଛି। ଗତ ୧୫ ଦିନ ପୂର୍ବେ ଲେମ୍ବୁ ଯାହାକି ୨୫୦ ଟଙ୍କା କିଲୋଗ୍ରାମରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା। ଗତ ସପ୍ତାହରେ ଏହାର ମୂଲ୍ୟରେ କିଛି ହ୍ରାସ ଘଟିଥିଲା ​​ଏବଂ ଏହାର ମୂଲ୍ୟ କିଲୋଗ୍ରାମରେ ୧୦୦ ରୁ ୧୨୦ ଟଙ୍କାକୁ ଖସି ଆସିଥିଲା। କିନ୍ତୁ ଏହି ସପ୍ତାହରେ ଲେମ୍ବୁର ମୂଲ୍ୟରେ ବୃଦ୍ଧି ଘଟିଛି ଓ ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୩୦୦ ଟଙ୍କାରେ ଯାଇ ପହଞ୍ଚିଛି।

କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଏଥର ଲେମ୍ବୁ ଉତ୍ପାଦନ କମ୍ କାହିଁକି? ଲେମ୍ବୁ ଏକ ଋତୁ ଜନିତ ଫସଲ ନୁହେଁ ଯେ କି ଏହା ସିଜନରେ କମ୍ ବେଶି ଉତ୍ପାଦନର ହେବ। ଥରେ ଲଗାଇଲେ ଲେମ୍ବୁ ଗଛ ବର୍ଷ ବର୍ଷ ଧରି ଫଳ ଦେଇଥାଏ। କିନ୍ତୁ ଏଥର ଗଛଗୁଡିକ ହଠାତ୍ ଶୁଖି ଯାଇପାରେ କିମ୍ବା ଫଳ ହୋଇ ନାହିଁ। କିନ୍ତୁ ଚାଷୀମାନେ କହିଛନ୍ତିଯେ ଗଛ ଶୁଖିବା ଭଳି କୌଣସି ସମସ୍ୟା ନାହିଁ । ଏକ ଫାର୍ମ ହାଉସରେ ନିୟମିତ ଚାଷ କରୁଥିବା କୃଷକ ବଜରଙ୍ଗ ସୈନି କହିଛନ୍ତିଯେ ଏଥର ତାଙ୍କ ଗଛରେ ଫଳ ଆସି ନାହିଁ। ଏପରି କାହିଁକି ହେଲା ବୋଲି ସେ ଆଶ୍ଚର୍ଯ୍ୟ ଅଛନ୍ତି।

ସେପଟେ କୃଷି ବୈଜ୍ଞାନିକ ତଥା ଗ୍ଲୋବାଲ୍ ବିବେକାନନ୍ଦ ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ହୋଶିୟର ସିଂ ଏହାର କାରଣ ଉପରେ ଆଲୋକପାତ କରିଛନ୍ତି। ପାଗରେ ହଠାତ୍ ପରିବର୍ତ୍ତନ ଯୋଗୁଁ ଏହା ଘଟିଛି ବୋଲି ସିଂ ନିଜର ମନ୍ତବ୍ୟରେ କହିଛନ୍ତି। ହୋଶିଆର ସିଂ କହିଛନ୍ତିଯେ ଏଥର ମାର୍ଚ୍ଚ ପ୍ରଥମ ସପ୍ତାହରେ ଉତ୍ତର ଭାରତର ତାପମାତ୍ରା ୩୨ ଡିଗ୍ରୀ ସେଲସିୟସରୁ ଅଧିକ ରହିଛ। ମାର୍ଚ୍ଚ ମାସର ପ୍ରଥମ ଚାଳିଶ ଦିନରେ ଲେମ୍ବୁ ଫୁଲ ଓ ତା’ପରେ ଫଳ ଆସିନଥିଲା। କିନ୍ତୁ ଏଥିପାଇଁ ତାପମାତ୍ରା ୩୨ ଡିଗ୍ରୀରୁ କମ୍ ହେବା ଜରୁରୀ। ତାପମାତ୍ରା ହଠାତ୍ ବୃଦ୍ଧି ହେବା ଫଳରେ ସେଟିଂ ଏଥର ହୋଇପାରିଲା ନାହିଁ ଓ ଏହିପରି ଗଛଗୁଡିକରେ ଫଳ ହୋଇ ପାରିଲା ନାହିଁ। ଏହାର ପରିମାଣ ହେଉଛିକି ଲେମ୍ବୁ ଗଛ ଅଛି କିନ୍ତୁ ସେଗୁଡ଼ିକରେ ଫଳ ହୋଇନାହାଁନ୍ତି ଏବଂ ଲେମ୍ବୁର ଅଭାବ ଯୋଗୁଁ ଲେମ୍ବୁର ମୂଲ୍ୟ ଆକାଶଛୁଆ ହୋଇଛି। ଏହା ଜାତୀୟ ବିତର୍କର ବିଷୟ ହୋଇ ରହିଛି। ଆଶ୍ଚର୍ଯ୍ୟର କଥା ହେଉଛିକି, ଏଥର ସମଗ୍ର ଉତ୍ତର ଭାରତ ଲେମ୍ବୁ ପାଇଁ ଦକ୍ଷିଣ ଭାରତ ଉପରେ ନିର୍ଭରଶୀଳ। ପ୍ରତି ତିନିମାସରେ ଲେମ୍ବୁ ଫସଲ ଆସେ। ତେଣୁ ଦେଢ଼଼ ମାସ ପର୍ଯ୍ୟନ୍ତ ଏହି ଲେମ୍ବୁର ଉଚ୍ଚ ମୂଲ୍ୟରୁ ମୁକ୍ତି ପାଇବାର କୌଣସି ରାସ୍ତା ନାହିଁ।

odia sambada
Comments (0)
Add Comment