ଦେଖନ୍ତୁ ଛାତିଥରା ଭିଡିଓ : କ’ଣ ହେଲା କେଜାଣି ଦେଖୁ ଦେଖୁ ଚଳନ୍ତା ଟ୍ରେନ୍‌ ଭିତରକୁ ପଶି କଟିଗଲେ କନେଷ୍ଟବଳ, କେହି ବି କିଛି ବୁଝିପାରୁନାହାନ୍ତି….

ମୃତ୍ୟୁ… କେତେବେଳେ ଓ କେମିତି କାହା ପାଇଁ ଆସିବ ତାହା କେହି କେବେ କହିପାରିବେ ନାହିଁ। ଉତ୍ତର ପ୍ରଦେଶର ଆଗ୍ରାରେ ଏମିତି ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି। ଆପଣ ଭିଡିଓରେ ଦେଖିପାରିବେକି ପ୍ଲାଟଫର୍ମରେ ଠିଆ ହୋଇଥିବା ଜଣେ କନଷ୍ଟେବଳଙ୍କର ମୁଣ୍ଡ ବୁଲାଇବା କାରଣରୁ ସେ ଚଳନ୍ତା ଟ୍ରେନ ତଳେ ଖସି ପଡ଼ିଛନ୍ତି। ସେହି ସମୟର ଷ୍ଟେସନରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ ରେକର୍ଡ ହୋଇଯାଇଥିଲା। ଯାହାକୁ ବର୍ତ୍ତମାନ ବହୁତ ଭାଇରାଲ ହେଉଅଛି। ଟ୍ରେନରେ କଟି କନେଷ୍ଟବଳଙ୍କର ମୃତ୍ୟୁ ହୋଇଯାଇଛି।

ଭିଡିଓ ଦେଖନ୍ତୁ:-

ଆପଣ ଭିଡିଓରେ ଦେଖିପାରିବେକି ଏକ ମାଲବାହୀ ଟ୍ରେନ ଯାଉଥିବା ସମୟରେ କନଷ୍ଟେବଳ ଜଣକ ତା କଡ଼ରେ ଠିଆ ହୋଇଥିଲେ। ହଠାତ୍‌ କଣ ହେଲା କେଜାଣି ତାଙ୍କର ମୁଣ୍ଡ ବୁଲାଇଥିଲା। ସେ ନିଜେ ଠିଆ ହୋଇଥିବା ସ୍ଥାନରେ ଚାରି ଥର ବୁଲିଯାଇଥିଲେ। ଆଉ ସେମିତି ବୁଲି ବୁଲି ହଠାତ ସେ ଟ୍ରେନ ଧାରଣାକୁ ଖସି ପଡ଼ିଥିଲେ। ଟ୍ରେନ୍‌ ଲାଇନ୍‌ ଭିତରେ ପ୍ରଥମେ ତାଙ୍କର ମୁଣ୍ଡ ପଶି ଯାଇଥିଲା। ଆଉ ତାପରେ ପୂରା ଶରୀର ଲାଇନ ଭିତରେ ପଶି କଟିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା।

ପାଖରେ ଥିବା ଜଣେ ଟିଟିଇ ତାଙ୍କୁ ଉଦ୍ଧାର କରିବା ପାଇଁ ଦୌଡ଼ି ଆସିଥିଲେ ମଧ୍ୟ ଚଳନ୍ତା ଟ୍ରେନ ଭିତରୁ ତାଙ୍କୁ ଉଦ୍ଧାର କରିପାରିନଥିଲେ। ଟ୍ରେନଟି ଯିବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତକ କନେଷ୍ଟବଳଙ୍କ ନାଁ ରେଗାଲ କୁମାର ସିଂହ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶ ବିଜନୋରରେ ତାଙ୍କର ଘର।

ତେବେ ଏହି ଭିଡିଓ ଦେଖିବା ପରେ ପରିବାର ଲୋକଙ୍କୁ ମଧ୍ୟ ବୁଝାପଡ଼ିନଥିଲାଯେ ପ୍ରକୃତରେ କ’ଣ ହେଲା। କନେଷ୍ଟବଳ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ଏଣୁ ହଠାତ ତାଙ୍କର ଏମିତି କ’ଣ ଓ କାହିଁକି ହେଲା ଏହା ବର୍ତ୍ତମାନ ପ୍ରଶ୍ନ ଘେରରେ। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ ସାମ୍ନାକୁ ଆସିବ। ଅନ୍ୟପଟେ କନେଷ୍ଟବଳ ଘରେ ତାଙ୍କର ପତ୍ନୀ ଓ ଦୁଇଟି ପିଲା ଅଛନ୍ତି। ସେ ୨୦୧୧ ମସିହାରେ ଉତ୍ତର ପ୍ରଦେଶ ପୋଲିସରେ ଯୋଗ ଦେଇଥିଲେ। ପରେ ୨୦୨୧ ମସିହାରେ ଜିଆରପିକୁ ତାଙ୍କ ବଦଳି ହୋଇଥିଲା। ୨୦୨୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଜିଆରପି ପୋଲିସରେ କାର୍ଯ୍ୟ କରୁଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଛି। ଏଣୁ ତାଙ୍କର ପରିବାରକୁ ସାହାଯ୍ୟ ପାଇଁ ଦାବି ହୋଇଛି।

odia sambada
Comments (0)
Add Comment